ସ୍ଥଳ ସୈନିକ କ୍ୟାମ୍ପରେ ବରଗଡ଼ ବିକାଶ ରେସିଡେନ୍ସିଆଲ୍ ସ୍କୁଲର କ୍ୟାଡେଟ୍ ଆରବ ଗୌଡ଼ଙ୍କ ସଫଳତା

0

ବରଗଡ଼,-୩୦/୯(ସଂସ୍କୃତି ମିଡ଼ିଆ)-ବିକାଶ ରେସିଡେନ୍ସିଆଲ୍ ସ୍କୁଲ, ବରଗଡ଼ର ନବମ ଶ୍ରେଣୀର ଛାତ୍ର ତଥା ଏନ୍‌ସିସି କ୍ୟାଡେଟ୍ ଆରବ ଗୌଡ଼ ନୂଆଦିଲ୍ଲୀଠାରେ ଆୟୋଜିତ ସ୍ଥଳ ସୈନିକ କ୍ୟାମ୍ପ (ଟିଏସ୍‌ସି) ଫାୟରିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସର୍ବଭାରତୀୟ ସ୍ତରରେ ୫ମ ସ୍ଥାନ ଅଧିକାର କରି ବିଦ୍ୟାଳୟ ଏବଂ ୫(ଓ) ବିଏନ୍ ଏନ୍‌ସିସି, ସମ୍ବଲପୁର ପାଇଁ ଗୌରବ ଆଣିଛନ୍ତି । ୨୦୨୬ ସେପ୍ଟେମ୍ବର ୧ରୁ ୧୨ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ଜାତୀୟସ୍ତରୀୟ ଶିବିରରେ ଦେଶର ବିଭିନ୍ନ ପ୍ରାନ୍ତରୁ ଏନ୍‌ସିସି କ୍ୟାଡେଟ୍‌ମାନେ ଅଂଶଗ୍ରହଣ କରିଥିଲେ । କଠିନ ପ୍ରଶିକ୍ଷଣ ଓ ପ୍ରତିଯୋଗିତା ମଧ୍ୟରେ ଆରବଙ୍କ ଏହି ସଫଳତା ତାଙ୍କର ଏକାଗ୍ରତା, ଶୃଙ୍ଖଳା ଓ ଅଭ୍ୟାସର ପ୍ରତିଫଳନ ବୋଲି ବିଦ୍ୟାଳୟ ପକ୍ଷରୁ କୁହାଯାଇଛି । ଏହି ସଫଳତା ପାଇଁ ଆରବ ଗୌଡ଼ଙ୍କୁ ଏନ୍‌ସିସି କମାଣ୍ଡିଂ ଅଫିସର ପ୍ରସୂନ ପଣ୍ଡା ଓ ବିକାଶ ରେସିଡେନ୍ସିଆଲ ସ୍କୁଲର ଏନ୍‌ସିସି ଅଫିସର ନିର୍ମଳା ସାହୁଙ୍କ ମାର୍ଗଦର୍ଶନ ମିଳିଥିଲା । ଆରବଙ୍କ ଏହି କୃତିତ୍ୱରେ କ୍ରିଷ୍ଣା ବିକାଶ ଗ୍ରୁପର ଚେୟାରମେନ୍ ଶ୍ରୀ ଡି. ମୂରଲୀ କ୍ରିଷ୍ଣା, ବିକାଶ ରେସିଡେନ୍ସିଆଲ୍ ସ୍କୁଲର ପ୍ରିନ୍ସିପାଲ ଶ୍ରୀ ଶିଶିର ପ୍ରସାଦ ରାଉଳ ଏବଂ ଭାଇସ୍ ପ୍ରିନ୍ସିପାଲ ଡ. ମନୋଜ କୁମାର ତ୍ରିପାଠୀ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଉଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।


Leave a Reply

Your email address will not be published. Required fields are marked *

error: Content is protected !!