ବିଜେପୁର ଟେଣ୍ଡର ଫିକ୍ସିଂ ସହ ଠିକାଦାରଙ୍କୁ ଅପହରଣ ଅଭିଯୋଗ, ବିଜେପୁର ଥାନାରେ ସ୍ମାରକ ପତ୍ର ପ୍ରଦାନ 

0

ବରଗଡ଼, ୫ ସେପ୍ଟେମ୍ବର(ସଂସ୍କୃତି ମିଡ଼ିଆ)-: ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ଆଜି ବିଜୁ ଜନତା ଦଳ ପକ୍ଷରୁ ଥାନା ଅଧିକାରୀ ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ଗତ ୩ ତାରିଖରେ ଜଣେ ଠିକାଦାରଙ୍କୁ କେତେକ ଦୁର୍ବୃତ୍ତ ଖୋଲାଖୋଲି ଭାବେ ବନ୍ଧୁକ ମୁନରେ ଭୟଭୀତ କରି ଅପହରଣ କରିନେଇଥିବା ଅଭିଯୋଗ ହୋଇଛି ପ୍ରକାଶ ଥାଉ କି ବିଜେପୁର ଏନ୍‌ଏସିର ଏକ ଟେଣ୍ଡର ପ୍ରକ୍ରିୟା ରୁ ବାତ୍ ହେବା ପାଇଁ ବାଧ୍ୟ କରାଯାଇ ତାଙ୍କୁ ବନ୍ଧୁକ ଚାକୁ ଦେଖାଇ ମାଡ଼ ମାରି ଅପହରଣ ର ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି।

ଟେଣ୍ଡର ପ୍ରକ୍ରିୟାରେ ଟେଣ୍ଡର ଫିକ୍ସିଂ ଭଳି ଅଭିଯୋଗକୁ ନେଇ ଜଣେ ଠିକାଦାରଙ୍କୁ ଉଠାଇ ନେବା ଏବଂ ଭୟର ପରିବେଶ ସୃଷ୍ଟି କରାଯାଉଥିବା ଘଟଣାକୁ ବିଜୁ ଜନତା ଦଳ ଦୃଢ଼ ଭାବରେ ନିନ୍ଦା କରିଛି। ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଚିହ୍ନଟ କରି ଗିରଫ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି।

ଯଦି ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତମାନଙ୍କୁ ଗିରଫ କରାନଯାଏ, ତେବେ ବିଜୁ ଜନତା ଦଳ ପକ୍ଷରୁ ଗଣଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଆଜିର ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ସୁଶାନ୍ତ ମହାପାତ୍ର, ପୂର୍ବତନ ମନ୍ତ୍ରୀ ରୀତା ସାହୁ, ପୂର୍ବତନ ବିଧାୟକ ତଥା ରାଜ୍ୟ ବରିଷ୍ଟ ସମ୍ପାଦକ ଦେବେଶ ଆଚାର୍ଯ୍ୟ, ରାଜ୍ୟ ବିଜୁ ଯୁବ ଜନତା ଦଳ ର ବରିଷ୍ଠ ଉପସଭାପତି ସୁବ୍ରତ ସିଂହ, ଜିଲ୍ଲା ଯୁବ ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ବରିଷ୍ଠ ନେତା ଗୌରହରି ମିଶ୍ର,ଶକୁନ୍ତଳା ମହାପାତ୍ର, ଟିକାୟତ ମହୋତ୍ତମ, ଦେବାନନ ଗର୍ତିଆ, ରାଜ୍ୟ ସମ୍ପାଦକ ରାଜୁ ଘେବଳା ଙ୍କ ସମେତ ଦଳର ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ।

ବିଜୁ ଜନତା ଦଳ ପକ୍ଷରୁ ଦାବି କରାଯାଇଛି ଯେ, ଆଇନ ତା’ର ବାଟରେ ଚାଲିବା ସହ ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଏବଂ ତା ସହିତ ଜିଲ୍ଲା ରେ ଆଇନ ଶୃଙ୍ଖଳା, କୋରେକ୍ସ କାରବାର ବିଶେଷ କରି ମହିଳା ସୁରକ୍ଷା ଏବଂ ପେଟ୍ରୋଲିଙ୍ଗ କୁ କଡ଼ା କଡି କରିବା ପାଇଁ ଦାବି କରାଯାଇଥିଲା l

 


Leave a Reply

Your email address will not be published. Required fields are marked *

error: Content is protected !!