ଲରମ୍ଭା କଲେଜରେ ଚିକିତ୍ସାଳୟମ୍ ପକ୍ଷରୁ ନିଃଶୁଳ୍କ ମେଗା ସ୍ୱାସ୍ଥ୍ୟ ଶିବିର
ଅତାବିରା ,୯/୯(ସଂସ୍କୃତି ମିଡ଼ିଆ)-: ଅତାବିରା ବ୍ଲକ ଲରମ୍ଭା କଲେଜ ପରିସରରେ ଗୋଡ଼ଭଗା ଚିକିତ୍ସାଳୟମ୍ ପକ୍ଷରୁ ଅଗ୍ରୱାଲ ଆଇ ହସ୍ପିଟାଲ, ସନ୍ ଫାର୍ମା ଏବଂ ଏନ୍ଡି ଡାଏଗ୍ନୋଷ୍ଟିକ୍ସର ସହଯୋଗରେ ଏକ ମେଗା ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ବୁଧବାର ଆୟୋଜିତ ହୋଇଯାଇଛି। ଶିବିରରେ ୫୦୦ରୁ ଅଧିକ ଲୋକ ଓ ଛାତ୍ରୀଛାତ୍ର ଯୋଗଦେଇ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଓ ପରାମର୍ଶ ଗ୍ରହଣ କରିଥିଲେ। ଶିବିରରେ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଯୋଗଦେଇ ଲୋକମାନଙ୍କୁ ନିଃଶୁଳ୍କ ଚିକିତ୍ସା ପରାମର୍ଶ ଓ ସେବା ପ୍ରଦାନ କରିଥିଲେ।

ଫ୍ୟାମିଲି ମେଡିସିନ୍ ଓ ଜେରିଆଟ୍ରିକ୍ କେୟାର ବିଶେଷଜ୍ଞ ଡା. ଅସିତ ମାଝୀ, ଅର୍ଥୋପେଡିକ୍ ସର୍ଜନ୍ ଡା. ଆର୍ୟନ କୁମାର ମହାନ୍ତି, ଓରାଲ୍ ମେଡିସିନ୍ ଆଣ୍ଡ ରେଡିଓଲୋଜି ବିଶେଷଜ୍ଞ ଡା. ପ୍ରଶାନ୍ତ ଗୋୟଲ, ଡେଣ୍ଟାଲ୍ ସର୍ଜନ୍ ଡା. ସସ୍ମିତା ଜୟସ୍ୱାଲ ଓ ଡା. ଅମିତ ପାତ୍ର, ଡା. ସୌମ୍ୟ ଦାଶ (MBBS), ସିନିୟର ଅପ୍ଟୋମେଟ୍ରିଷ୍ଟ ମାନସ ପାଢ଼ୀ ଏବଂ ଅପ୍ଟୋମେଟ୍ରିଷ୍ଟ ମିସ୍ ଅନ୍ସିତା ନାଏକ ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ନେଇ ଆବଶ୍ୟକ ପରାମର୍ଶ ପ୍ରଦାନ କରିଥିଲେ। ଏହି ଅବସରରେ ହିମୋଗ୍ଲୋବିନ୍, ରାଣ୍ଡମ୍ ବ୍ଲଡ୍ ସୁଗାର, ଫାସ୍ଟିଂ ବ୍ଲଡ୍ ସୁଗାର, ଇସିଜି, ବୋନ୍ ମିନେରାଲ୍ ଡେନ୍ସିଟି ଏବଂ ଚକ୍ଷୁ ପରୀକ୍ଷା ଭଳି ବିଭିନ୍ନ ପରୀକ୍ଷା ନିଃଶୁଳ୍କ ଭାବେ କରାଯାଇଥିଲା। ବିଶେଷକରି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସଚେତନତା ଓ ପ୍ରାରମ୍ଭିକ ସ୍ୱାସ୍ଥ୍ୟ ଯାଞ୍ଚ ଦିଗରେ ଏହି ଶିବିର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିଲା l

କାର୍ଯ୍ୟକ୍ରମରେ ଲରମ୍ଭା କଲେଜର ଅଧ୍ୟକ୍ଷ ଅଶୋକ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି ଜନହିତକାରୀ ଓ ସ୍ୱାସ୍ଥ୍ୟ ସଚେତନତାମୂଳକ ପଦକ୍ଷେପକୁ ଉଦଘାଟନ କରି ପ୍ରଶଂସା କରିଥିଲେ। ଶିବିରର ସଫଳ ଆୟୋଜନରେ ଲରମ୍ଭା କଲେଜର NSS ସଂଯୋଜକ ଅଜିତ କୁମାର ନାଥ, ସାମାଜିକ କର୍ମୀ ଖଗେଶ୍ୱର ମେହେର, ଡି.ଭି. ରାଓ, ସୁନୀଲ ମହାନାଙ୍କ ସମେତ ଅନ୍ୟମାନେ ସକ୍ରିୟ ସହଯୋଗ କରିଥିଲେ। ଶିବିର ଶେଷରେ ଡା. ଜେ. କିରଣ କୁମାର ଏବଂ ନରୋତ୍ତମ ଗୁରୁ ଲରମ୍ଭା କଲେଜ କର୍ତ୍ତୃପକ୍ଷ, ଅଧ୍ୟାପିକା ଅଧ୍ୟାପକ, NSS ସଦସ୍ୟ ଓ ଛାତ୍ରୀଛାତ୍ରମାନଙ୍କୁ ଶିବିରର ସଫଳ ଆୟୋଜନ ପାଇଁ ମିଳିଥିବା ସହଯୋଗ ଓ ସମର୍ଥନ ନିମନ୍ତେ ଧନ୍ୟବାଦ ଜଣାଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ କଲେଜର Nss ଅଧିକାରୀ ଡ଼ ଅଜିତ କୁମାର ନାଥ, ସଂଘମିତ୍ରା ମହାକୁର, ଗଣେଶ ସିଂ, ଯୁବରେଡ଼ କ୍ରସ ଅଧିକାରୀ କାଦମ୍ବିନୀ ଗୁରୁ, ସୁନୀଳ ପ୍ରଧାନ, ବୀଣା ମେହେର NCC ଆର୍ମି ଅଧିକାରୀ ପାଟମଞ୍ଜରୀ ସାହୁ, NCC ନାଭାଲ ଅଧିକାରୀ ସରୋଜ କୁମାର ନାୟକ ସମେତ ଅଧ୍ୟାପକ ପବିତ୍ର ମହାଣା, ମୁକେଶ ଧନୁକା ସହ ସ୍ବେଛାସେବୀମାନେ ମଧ୍ୟ ପୂର୍ଣ୍ଣ ସହଯୋଗ କରିଥିଲେ l




ଭିଡ଼ିଓ ନିଉଜ ଦେଖିବା ପାଇଁ ତଳେ ଥିବା ଲିଙ୍କୁ click କରନ୍ତୁ

