ଅତାବିରା ତିହାର ଲୋକ ମହୋତ୍ସବର ଅନ୍ତିମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0

ଅତାବିରା, ୭/୧୦(ସଂସ୍କୃତି ମିଡ଼ିଆ):- ଅତାବିରା ଅଗ୍ରସେନ ଭବନଠାରେ ତିହାର ଲୋକମହୋତ୍ସବର ଅନ୍ତିମ ପ୍ରସ୍ତୁତି ବୈଠକ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ତିହାର ଲୋକମହୋତ୍ସବ ସମିତିର ସଭାପତି ତଥା ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସଂଯୋଜକ ରବି ପଣ୍ଡା ବୈଠକକୁ ପରିଚାଳନା କରିଥିଲେ।
ଚଳିତ ବର୍ଷ ତିହାର ଲୋକମହୋତ୍ସବ ଅକ୍ଟୋବର ୧୮, ୧୯ ଓ ୨୦ ତାରିଖ ତିନି ଦିନ ଧରି ଅତାବିରା ସ୍ଥିତ ତିହାର ଲୋକମଣ୍ଡପ ପଡିଆ ଠାରେ ଅନୁଷ୍ଠିତ ହେବ। ଏହି ବର୍ଷ ମଣ୍ଡପକୁ ତିହାର ଲୋକମହୋତ୍ସବ ସମିତିର କାର୍ଯ୍ୟକାରୀ ସଦସ୍ୟ ସ୍ୱର୍ଗତ ଗୋପୀନାଥ ପ୍ରଧାନ ଏବଂ ସ୍ୱର୍ଗତ ସୁଶାନ୍ତ ଅଗ୍ରୱାଲଙ୍କ ନାମରେ ନାମିତ କରାଯିବ।ଏହି ବର୍ଷ ଅଂଶଗ୍ରହଣ କରୁଥିବା ସାଂସ୍କୃତିକ ଦଳଗୁଡ଼ିକ ହେଲେ ସାଙ୍ଗା ମା ପା ସାଂସ୍କୃତିକ ଏକାଡେମୀ ବଲାଙ୍ଗୀର, ଆଦିଧୁନ ଗ୍ରୁପ୍ , ଲୁ-ପଦ୍ମପୁର, ପଞ୍ଚନାଦ୍ୟ ସାଂସ୍କୃତିକ ଅନୁଷ୍ଠାନ ,ସମ୍ବଲପୁର, ଭୀମ ଭୋଇ କଳା ନିକେତନ ବୀରମହାରାଜପୁର, ଉଦିୟାଁତରା , ସମ୍ବଲପୁର, କଳିଙ୍ଗ ପାଇକ ନାଚ କ୍ରିଏସନ ଖୋର୍ଦ୍ଧା, ପଞ୍ଚମ ସାଂସ୍କୃତିକ ଅନୁଷ୍ଠାନ ,ବଲାଙ୍ଗୀର, ସୂରଜମୁଖୀ କଳା ପରିଷଦ ଲସ୍ତଲା, କୁରେଫୁଲ ଅତାବିରା, କୃଷ୍ଣପ୍ରିୟା କଳା ପରିଷଦ, ତୁଷୁରା, ବଲାଙ୍ଗୀର, ଶୃଙ୍ଗାର ଡାନ୍ସ ଏକାଡେମୀ କଟକ, ଏକ ଟଙ୍କିଆ ସଙ୍ଗୀତ ବିଦ୍ୟାଳୟ ପଦ୍ମପୁର, ସୁର ସଙ୍ଗମ ଲୋଇସିଂହା।

ଚଳିତ ବର୍ଷର ତିହାର ସମ୍ମାନ –
——————————————————-
ଏହି ବର୍ଷ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ତିହାର ସମ୍ମାନ ପ୍ରଦାନ କରାଯିବ। ଏହି କ୍ରମରେ ନାଟକ କ୍ଷେତ୍ରରେ – ଉତ୍ତମ ବେହେରାଙ୍କୁ ସ୍ୱର୍ଗତ ରାଜେନ୍ଦ୍ର ସାହୁ ସ୍ମୃତି ସମ୍ମାନ , ସାମ୍ବାଦିକତା କ୍ଷେତ୍ରରେ ସ୍ୱର୍ଗତ ଶାନ୍ତନୁ ବିଶ୍ୱାଳ ସ୍ମୃତି ସମ୍ମାନ – ବୀରେନ୍ଦ୍ର ପ୍ରଧାନଙ୍କୁ , ସାହିତ୍ୟ କ୍ଷେତ୍ରରେ ସ୍ୱର୍ଗତ ନାରାୟଣ ପୃଷେଠ ସ୍ମୃତି ସମ୍ମାନ – ତ୍ରିନାଥ ସାହୁଙ୍କୁ , ସମାଜସେବା କ୍ଷେତ୍ରରେ ସ୍ୱର୍ଗତ ବସନ୍ତ କୁମାରୀ ପଣ୍ଡା ସ୍ମୃତି ସମ୍ମାନ – ଶ୍ମଶାନ ବନ୍ଧୁ ଉଦୟ ନାୟକଙ୍କୁ – ସଙ୍ଗୀତ କ୍ଷେତ୍ରରେ – ସ୍ୱର୍ଗତ ମିତ୍ରଭାନୁ ବିଶ୍ୱାଳ ସ୍ମୃତି ସମ୍ମାନ – ପର୍ଶୁରାମ ପାତ୍ରଙ୍କୁ , ମାଟ୍ରିକ ଟପ୍ପର – ଅତାବିରା ବ୍ଲକ ମାଟ୍ରିକ ଟପ୍ପର ସୁଶ୍ରୀ କୃଷ୍ଣା ପତିଙ୍କୁ ସ୍ୱର୍ଗତ ରାମ ଲକ୍ଷ୍ମଣ ଦାଶ ସ୍ମୃତି ସମ୍ମାନ ପ୍ରଦାନ କରାଯିବ। ସେହିପରି ଅତାବିରା ବ୍ଲକ ର ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନ ପ୍ରଦାନ କରାଯିବ। ଆଜିର ବୈଠକରେ ତିହାର ଲୋକ ମହୋତ୍ସବର ସ୍ମରଣିକା ସମ୍ପାଦକ ସୁରେନ୍ଦ୍ର ନାୟକ, ସାଧାରଣ ସମ୍ପାଦକ ଅରବିନ୍ଦ ପାତ୍ର, ଯୁଗ୍ମ ସମ୍ପାଦକ ନରେନ୍ଦ୍ର ଦାଶ, ରାଜେଶ ଅଗ୍ରୱାଲ, ଶଙ୍କର ବାରିକ, ମନୋଜ ଭୋଇ, ମନୋଜ ଶତପଥୀ, ଅବିନାଶ ପ୍ରଧାନ, ଅଶୋକ ଚନ୍ଦ୍ର ପ୍ରଧାନ, ଶୀତେଶ ଅଗ୍ରୱାଲ, ଦୀପକ ରାୟ, ଅବିନାଶ ସାହୁ, ନିକୁ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!