ଶାନ୍ତି ଶୃଙ୍ଖଳା ସହ ଛାତ୍ର ସଂସଦ ନିର୍ବାଚନ ଶେଷ  କାହା ମୁଣ୍ଡରେ ସୁନା କଳସ 

0

ଅତାବିରା, ୧୫/୧୦(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ବ୍ଲକ ଅତାବିରା ଏବଂ ଲରମ୍ଭା କଲେଜରେ ଗୁରୁବାର ଶାନ୍ତିଶୃଙ୍ଖଳା ସହ ଛାତ୍ର ସଂସଦ ନିର୍ବାଚନ ସକାଳ ୮ ଟାରୁ ଆରମ୍ଭ ହୋଇ ଅପରାହ୍ନ ୨ ଟାରେ ଶେଷ ହୋଇଛି l

ଅତାବିରା କଲେଜରେ ୮୩୪ ଭୋଟର ଛାତ୍ରୀଛାତ୍ର ଙ୍କ ମଧ୍ୟରୁ ୬୧୫ ଜଣ ମତଦାନ କରିଥିବା ବେଳେ ଲରମ୍ଭା ରେ ୧୨୬୧ ଜଣଙ୍କୁ ମଧ୍ୟରୁ ୯୬୯ ଜଣ ନଜର ନିଜ ମତଦାନ କରିଛନ୍ତି l

ଅତାବିରା କଲେଜରେ ତ୍ରିମୁଖୀ ନିର୍ବାଚନ ହୋଇଥିଲା l ସଭାପତି ପଦବୀ ପାଇଁ ମାର୍କୋନି ନନ୍ଦ, ଆୟୁଷ୍ମାନ ଚାନ୍ଦ ଓ ରାଉତା ବାଦଲ ଦୋରା ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି । ସାଧାରଣ ସମ୍ପାଦକ ପଦ ପାଇଁ ହିମାଂଶୁ ପଧାନ, ଶ୍ରୀରାମ ପଣ୍ଡା ଓ ପ୍ରତ୍ୟୁଷ ପଧାନ ନିର୍ବାଚନ ଲଢ଼ିଥିଲେ । ସେହିପରି ଆଥଲେଟିକ୍ ଆସୋସିଏସନ୍ ଯୁଗ୍ମ ସମ୍ପାଦକ ପଦ ପାଇଁ ଶୁଭମ ନାରାୟଣ ବିଶ୍ୱାଳ ଓ ସୌରଭ ବାଗ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଛି l ଆଉ ଅଳ୍ପ ସମୟ ମଧ୍ୟରେ ଫଳାଫଳ ପ୍ରକାଶିତ ହେବ l ବର୍ତ୍ତମାନ ଗଣତି ଚାଲିଛି l ଅତାବିରା ରେ କଲେଜ ଅଧ୍ୟକ୍ଷ ସ୍ୱରୂପ କୁମାର ପାଣିଗ୍ରାହୀ ଙ୍କ ନେତୃତ୍ୱରେ ମୁଖ୍ୟ ନିର୍ବାଚନ ପରିଚାଳନା ଅଧିକାରୀ ପରମାନନ୍ଦ ରଥ, ନିର୍ବାଚନ ଅଧିକାରୀ ଧର୍ମେନ୍ଦ୍ର ପ୍ରଧାନ ଓ ବଳରାମ ପ୍ରଧାନ, ଆଶୁତୋଷ ପରିଛା ଏବଂ ନୀତେଶ ସ୍ୱାଇଁ ନିର୍ବାଚନ ପରିଚାଳନା କରିଛନ୍ତି l

ସେହିପରି ଲରମ୍ଭା କଲେଜରେ ସଭାପତି ପଦ ପାଇଁ ଶେଫାଳୀ ନାଏକ ଓ ମାନସ ରଞ୍ଜନ ଦାଶଙ୍କ ମଧ୍ୟରେ ନିର୍ବାଚନ ଲଢେଇ ହୋଇଛି । ସାଧାରଣ ସମ୍ପାଦକ ପଦ ପାଇଁ ହରିଶ କୁମାର ସାହୁ ଓ ସୁମିତ ପ୍ରଧାନ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ଆଥଲେଟିକ୍ ଆସୋସିଏସନ୍ ସମ୍ପାଦକ ପଦ ପାଇଁ ଭାର୍ଗବ ଭୋସାଗର, ଏସ. ଭି. ହର୍ଷ ଓ ପ୍ରତ୍ୟୁଷ ରଞ୍ଜନ ମହାକୁଡ଼ଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିବା କୁହାଯାଉଛି l ଲରମ୍ଭା କଲେଜ ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ମୁଖ୍ୟ ନିର୍ବାଚନ ଅଧିକାରୀ ମନୋରଞ୍ଜନ ତ୍ରିପାଠୀ, ନିର୍ବାଚନ ପର୍ଯ୍ୟବେକ୍ଷକ ଗୁରୁଦେବ କୁଶଳ ଏବଂ ଗୋପାଳ ନାଏକ ନିର୍ବାଚନ ପରିଚାଳନା କରିଥିଲେ l

ତେବେ ଆଉ କିଛି ସମୟ ପରେ ଫଳାଫଳ ଘୋଷଣା ହେଲେ କାହା ମୁଣ୍ଡରେ ସୁନା କଳସ ଢ଼ାଳିଲେ ଭୋଟର ଛାତ୍ରୀଛାତ୍ର ତାହା ସ୍ୱଷ୍ଟ ହେବ l

କଲେଜରେ ବାତାବରଣ ଉଷ୍ମତା ଜାରି ରହିଛି l


Leave a Reply

Your email address will not be published. Required fields are marked *

error: Content is protected !!