ଅତାବିରା କଲେଜରେ ଏବିଭିପି ପ୍ରାର୍ଥୀଙ୍କ ବାଜିମାତ୍ ଆୟୁଷ୍ମାନ ସଭାପତି, ଶ୍ରୀରାମ ସାଧାରଣ ସମ୍ପାଦକ ନିର୍ବାଚିତ

0

ଅତାବିରା, ୧୫/୧୦(ସଂସ୍କୃତି ମିଡ଼ିଆ)-ବରଗଡ଼ ଜିଲା ଅତାବିରା ବ୍ଲକ ଅତାବିରା ଏବଂ ଲରମ୍ଭା କଲେଜରେ ଗୁରୁବାର ଶାନ୍ତିଶୃଙ୍ଖଳା ସହ ଛାତ୍ର ସଂସଦ ନିର୍ବାଚନ ସକାଳ ୮ ଟାରୁ ଆରମ୍ଭ ହୋଇ ଅପରାହ୍ନ ୨ ଟାରେ ଶେଷ ହୋଇ ସନ୍ଧ୍ୟା ୫ ଟାରେ ଅତାବିରା କଲେଜ ନିର୍ବାଚନର ଫଳାଫଳ ଘୋଷଣା ହୋଇଛି l ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି ) ସମର୍ଥିତ ପ୍ରାର୍ଥୀ ସଭାପତି ପଦବୀ ରେ ଆୟୁଷ୍ମାନ ଚାନ୍ଦ, ସାଧାରଣ ସମ୍ପାଦକ ଭାବେ ଶ୍ରୀରାମ ପଣ୍ଡା ଏବଂ କ୍ରୀଡ଼ା ଯୁଗ୍ମ ସମ୍ପାଦକ ଭାବେ ସୌରଭ ବାଗ ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି l ଅନ୍ୟ ପକ୍ଷେ ଏବିଭିପି ର ଉପ ସଭାପତି ପଦବୀ ସକାଶେ ରୁପେଶ ତାଣ୍ଡିଆ, ଯୁଗ୍ମ ସାଧାରଣ ସମ୍ପାଦକ ଭାବେ ସୁମନ ମେହେର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ବେଳେ ବିଜୁ ଛାତ୍ର ଜନତା ଦଳ ସମର୍ଥିତ ନାଟ୍ୟ ସମ୍ପାଦକ ସୌମ୍ୟରଂଜନ ପଧାନ ମଧ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି l

ଅତାବିରା କଲେଜରେ ୮୩୪ ଭୋଟର ଛାତ୍ରୀଛାତ୍ର ଙ୍କ ମଧ୍ୟରୁ ୬୧୫ ଜଣ ମତଦାନ କରିଥିଲେ l ସଭାପତି ପଦବୀରେ ଆୟୁଷ୍ମାନ ଚାନ୍ଦ ୨୫୦ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରାର୍ଥୀ କନତା ବାଦଳ ଦୋରା ୨୩୮ଟି ଭୋଟ ପାଇଥିଲେ l ସେହିପରି ସାଧାରଣ ସମ୍ପାଦକ ପଦବୀରେ ଶ୍ରୀରାମ ପଣ୍ଡା ୨୪୧ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରାର୍ଥୀ ହିମାଂଶୁ ପ୍ରଧାନ ୨୩୬ ଖଣ୍ଡ ଭୋଟ ପାଇଥିଲେ l କ୍ରୀଡ଼ା ଯୁଗ୍ମ ସମ୍ପାଦକ ପଦବୀ ପାଇଁ ହୋଇଥିବା ନିର୍ବାଚନ ରେ ସୌରଭ ବାଗ ତାଙ୍କ ନିକଟତମ ପ୍ରାର୍ଥୀ ଶୁଭମ ନାରାୟଣ ବିଶ୍ୱାଳଙ୍କଠାରୁ ସର୍ବାଧିକ ୧୪୪ ଖଣ୍ଡ ଭୋଟ ବ୍ୟବଧାନ ରେ ବିଜୟୀ ହୋଇଥିଲେ l ଅତାବିରା ରେ କଲେଜ ଅଧ୍ୟକ୍ଷ ସ୍ୱରୂପ କୁମାର ପାଣିଗ୍ରାହୀ ଙ୍କ ନେତୃତ୍ୱରେ ମୁଖ୍ୟ ନିର୍ବାଚନ ପରିଚାଳନା ଅଧିକାରୀ ପରମାନନ୍ଦ ରଥ, ନିର୍ବାଚନ ଅଧିକାରୀ ଧର୍ମେନ୍ଦ୍ର ପ୍ରଧାନ ଓ ବଳରାମ ପ୍ରଧାନ, ଆଶୁତୋଷ ପରିଛା ଏବଂ ନୀତେଶ ସ୍ୱାଇଁ ନିର୍ବାଚନ ପରିଚାଳନା କରିଥିଲେ l


Leave a Reply

Your email address will not be published. Required fields are marked *

You may have missed

error: Content is protected !!