ଦୁଇ ମାସ ମଧ୍ୟରେ ସାମ୍ବାଦିକ ଅଧିସ୍ୱୀକୃତି କମିଟି ଗଠନ କାରିବାକୁ ରାଜ୍ୟ ସରକାରଙ୍କୁ ପ୍ରେସ କାଉନସିଲଙ୍କ ନିର୍ଦ୍ଦେଶ

0

ନୂଆଦିଲ୍ଲୀ, 14 / 10 (ସଂସ୍କୃତି ମିଡ଼ିଆ )-ସାମ୍ବାଦିକଙ୍କୁ ଅଧିସ୍ୱୀକୃତି ପ୍ରଦାନ ପାଇଁ ଉଦ୍ଦିଷ୍ଟ କମିଟି ଦୀର୍ଘ 19 ବର୍ଷ ଧରି ଓଡ଼ିଶାରେ ନଥିବା ବେଳେ ଏହାକୁ ଦୁଇ ମାସ ମଧ୍ୟରେ ଗଠନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରେସ କାଉନସିଲ ଅଫ ଇଣ୍ଡିଆ l ମଙ୍ଗଳବାର ଦିନ ନୂଆଦିଲ୍ଲୀ ରେ ଅନୁଷ୍ଠିତ ପ୍ରେସ କାଉନସିଲ ବୈଠକରେ ଏହି ପ୍ରସଙ୍ଗ ଉଠାଇ ପି ସି ଆଇ ସଦସ୍ୟ ପ୍ରସନ୍ନ ମହାନ୍ତି ରାଜ୍ୟରେ ଶତାଧିକ ଆବେଦନ ପଡି ରହିଥିବା ବେଳେ ଦୀର୍ଘ 2006 ମସିହାରୁ ଅଧିସ୍ୱୀକୃତି କମିଟି ଗଠିତ ନହେବା ଓ ରାଜ୍ୟସରକାର ପି ସି ଆଇ ଙ୍କ ଏବବାଦ ନିର୍ଦ୍ଦେଶକୁ ନମାନିବା ଉଦବେଗ ର ବିଷୟ ବୋଲି ଉଲ୍ଲେଖ କରିବା ସହ ଏଥି ପାଇଁ ଏକ ନିର୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କାରିବାକୁ ଦାବି କରିଥିଲେ l ପରେ ପ୍ରେସ କାଉନସିଲ ଚେୟାରମ୍ୟାନ ଜଷ୍ଟିସ ଶ୍ରୀମତୀ ରଞ୍ଜନା ପ୍ରକାଶ ଦେଶାଇ ପରିସ୍ଥିତିର ଗମ୍ଭୀରତାକୁ ବିଚାରକୁ ନେଇ ରାଜ୍ୟ ସରକାରଙ୍କୁ ଏଭଳି ନିର୍ଦ୍ଦେଶ ଦେବା ସହ ଅନ୍ୟ ରାଜ୍ୟ ମାନଙ୍କରେ ଅଧିସ୍ୱୀକୃତି କମିଟିର ସ୍ଥିତି ଜାଣିବା ପାଇଁ ଚିଠି ଲେଖିବାକୁ କହିଥିଲେ l ସେହିପରି କୋଭିଡ କାଳରୁ ବନ୍ଦ ରହିଥିବା ସାମ୍ବାଦିକଙ୍କ ରିହାତି ରେଳ ଯାତ୍ରା ସୁବିଧାର ପୁନଃ ପ୍ରଚଳନ, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଏବଂ ଆନ୍ଦୋଳନ ସମୟରେ ପୋଲିସ ସାମ୍ବାଦିକ ଙ୍କ ଉପରେ ନେଉଥିବା ଦମନ ମୂଳକ କାର୍ଯ୍ୟାନୁଷ୍ଠାନ ବାବଦରେ କାଉନସିଲ ର ଦୃଷ୍ଟି ଆକର୍ଷଣ କରିଥିଲେ l ଏଥିପାଇଁ କାଉନସିଲ କମିଟି ଗଠନ କରିବା ସହ ରେଳ ମନ୍ତ୍ରୀଙ୍କ ସହ ଆଲୋଚନା କାରିବାକୁ ସ୍ଥିର ହେଲା l


Leave a Reply

Your email address will not be published. Required fields are marked *

error: Content is protected !!