ଆଉ ଦିଶିବେନି ସମାଜ ସେବୀ ଦୁଷ୍ମନ୍ତ ମେହେର
ଭଟଳି, ୧୪/୮(ସଂସ୍କୃତି ମିଡ଼ିଆ)-କେଶାଇପାଳିର ସମାଜସେବୀ ଦୁଷ୍ମନ୍ତ ମେହେର ୫୩ ଙ୍କ କର୍କଟ ରୋଗରେ ପରଲୋକ ଘଟିଛି l ସେ ଦୀର୍ଘ ଦିନ ହେଲା ପିଡିତ ଥିଳେ l ପିପଳମୁଣ୍ଡା ଟ୍ରି ଫର ଳାଇଫ ସଂସ୍ଥା ରୁ ନିଜ କର୍ମ ମୟ ଜୀବନ ଆରମ୍ଭ କରି ସେଠାକାର ବଳବିନଦର ମାଥୁର ଙ୍କ ପ୍ରେରଣା ଓ ପ୍ରୋସାହନରେ ଦିଳଳୀ ସ୍ଥିତ ସଳାମ ବାଳକ ଟ୍ରଷ୍ଟ ରେ ବହୁ ବର୍ଷ କାର୍ଯ୍ୟ ସମ୍ପାଦନ କରି ଭାରତ ସରକାରଙ୍କ ଅଧୀନରେ ଥିବା ଶିଶୁ ମଙ୍ଗଳ ବିଭାଗର ରିସୋସ ପରସନ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ l ନିଶା ନିବାରଣ ଓ ଏଡ୍ସ ର ସଚେତନ କରାଇବା କାର୍ଯ୍ୟ ପାଇଁ ସେ ଅନେକ ଥର ବିଦେଶ ଯାଇ ଏଦିଗରେ ସେଠାକାର ଗିଆନ ଓଅଭିଗୟତା ଅର୍ଜନ କରିଥିଲେ l ତ୍ରି ଳୋଚନ ନେତ୍ର ସମଳପୁର ସହ ମଧ୍ୟ ଜଡିତ ଥାଇ ଚକ୍ଷୁ ଦାନ ଖେତ୍ର ରେ ମଧ୍ୟ ଉଳଳେଖନୀୟ ଭୂମିକା ନିର୍ବାହ କରିଥିଲେ | ସେ ଅବିବାହିତ ଥିଳେ ଗାଁ ସ୍ମଶାନ ରେ ତାଙ୍କ ପୁତୁରା ହିତେଶ ମୁଖାଗ୍ନି ଦେଇଥିଲେ l ତାଙ୍କ ବିୟୋଗରେ ଭଟଲି ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି l
