ଅଳ୍ପ ବୟସରେ ପିଏଚ୍.ଡି. ଡିଗ୍ରୀ ପାଇଲେ ଯୁବ ଅଧ୍ୟାପକ ଚୂଳରାଜ ମେହେର

0

ଅତାବିରା, ୯/୧୦(ସଂସ୍କୃତି ମିଡ଼ିଆ )-ଅତାବିରା ବ୍ଲକସ୍ଥିତି ଲରମ୍ଭା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଚୂଳରାଜ ମେହେର ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ ତରଫରୁ ଓଡ଼ିଆରେ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ କରିଛନ୍ତି ।

 

ପ୍ରକାଶ ଥାଉ କି ମାତ୍ର ଛବିଶ ବର୍ଷ ବୟସରେ ସେ ଚାରି ବର୍ଷରୁ ମଧ୍ୟ କମ ସମୟରେ ନିଜର ଗବେଷଣାକୁ ସଫଳତାର ସହ ସମାପନ କରି ଓଡ଼ିଶାର ଅନ୍ୟତମ ଯୁବ ଗବେଷକ ହୋଇପାରିଛନ୍ତି । ଡ. ଆଲୋକ ବରାଳ (ସିନିଅର ଆସିଷ୍ଟାଣ୍ଟ ପ୍ରଫେସର, ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ,କୋରାପୁଟ)ଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ତାଙ୍କ “ଜଗଦୀଶ ମହାନ୍ତି ଓ ଫ୍ରାଞ୍ଜ କାଫକାଙ୍କ ଉପନ୍ୟାସର ଭାବ ଓ ଶିଳ୍ପ: ଏକ ତୁଳନାତ୍ମକ ଅଧ୍ୟୟନ” ଶୀର୍ଷକ ମହାନିବନ୍ଧଟି ବାହ୍ୟ ପରୀକ୍ଷକ ଓଡ଼ିଆ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ. ସବିତା ପ୍ରଧାନଙ୍କ ଦ୍ୱାରା ପରୀକ୍ଷିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା । ତୁଳନାତ୍ମକ ସାହିତ୍ୟ ଭଳି ଦୁର୍ଗମ ପଥରେ ଅଗ୍ରସର ହୋଇ ଜଣେ ଜର୍ମାନ ସାହିତ୍ୟିକଙ୍କ ସହ ଓଡ଼ିଆ ସାହିତ୍ୟିକଙ୍କୁ ତୁଳନା କରିବାରେ ତାଙ୍କର ସାଧନା ଓଡ଼ିଆ ସାହିତ୍ୟ ଗବେଷଣାର ସର୍ବପ୍ରଥମ ପ୍ରୟାସ ଅଟେ । ଏଭଳି ସ୍ୱତନ୍ତ୍ର ବିଷୟ ଚୟନ କରିବାର ସର୍ବାଧିକ ଶ୍ରେୟ ସେ ନିଜର ମାର୍ଗଦର୍ଶକଙ୍କୁ ଦେଇଛନ୍ତି । ଡ. ବରାଳଙ୍କ ପିଏଚ୍.ଡି. ଗବେଷଣା ବିଷୟ “ପୂର୍ବଭାରତୀୟ ଆଞ୍ଚଳିକ ଉପନ୍ୟାସର ତୁଳନାତ୍ମକ ଅଧ୍ୟୟନ” (ଓଡ଼ିଆ, ବଙ୍ଗଳା ଓ ଅସମୀୟା) ତାଙ୍କୁ ସର୍ବାଧିକ ପ୍ରେରଣା ଯୋଗାଇଛି ବୋଲି ସେ ସ୍ୱୀକାର କରନ୍ତି ।ଏହି ସ୍ୱତନ୍ତ୍ର ସଫଳତା ପାଇଁ ମାର୍ଗଦର୍ଶକଙ୍କ ସହ ନିଜର ପରିବାର, ବନ୍ଧୁ ତଥା ସହକର୍ମୀମାନଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି । ବାଇଶ ବର୍ଷ ବୟସରେ ଏସ.ଏସ.ବି. ଦ୍ୱାରା ଯୁବ ଅଧ୍ୟାପକ ଭାବରେ ଚୟନ ହେବାପରେ ସେ ଲରମ୍ଭା ମହାବିଦ୍ୟାଳୟ, ଲରମ୍ଭାରେ ଅଧ୍ୟାପନା କରୁଛନ୍ତି ।


Leave a Reply

Your email address will not be published. Required fields are marked *

error: Content is protected !!