ବରଗଡ଼ ମାହେଶ୍ଵରୀ ନର୍ସିଂ କଲେଜରେ ସମ୍ବର୍ଦ୍ଧନା ସମାରୋହ

0

ଅତାବିରା, 26/8(ସଂସ୍କୃତି ମିଡ଼ିଆ )- ବରଗଡ଼ ମାହେଶ୍ଵରୀ ନର୍ସିଂ କଲେଜରେ ରବିବାର ସମ୍ବର୍ଦ୍ଧନା ସମାରୋହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତହୋଇଯାଇଛି। ଏହି ସମାରୋହରେ କଲେଜର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଫକୀର କର୍ଣ୍ଣ ସଭାପତିତ୍ୱ କରିଥିବା ବେଳେ ଅଧ୍ୟକ୍ଷା ସୁନିତା ବାଗ ସଭା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଉକ୍ତ ସମାରୋହରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥୁ, ଡିଏଭି କଲେଜର ଅବସରପ୍ରାପ୍ତ ଅଧ୍ଯକ୍ଷ ଡଃ ଶିବପ୍ରସାଦ ବେହେରା, ବିଜେପି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଡା. ଅରୂପାନନନ୍ଦ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସମସ୍ତ ଅତିଥିଙ୍କୁ ପୁଷ୍ପଗୁଛ ସହ ଉତ୍ତୋରୀୟ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ମୁଖ୍ୟ ଅତିଥି ସାଂସଦ ପ୍ରଦୀପ ପୁରୋହିତ ନର୍ସିଂ କଲେଜର ଛାତ୍ରଛାତ୍ରୀମାନଙ୍କ ସେବା ମନୋବୃତ୍ତିକୁ ପ୍ରଶଂସା କରିଥିଲେ। ସୁସ୍ଥ ସମାଜ ଗଠନରେ ନର୍ସମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ଅତିଥୁ ଡଃ ବେହେରା ଏବଂ ଡା. ସାହୁ କହିଥିଲେ। ଏହି ଉତ୍ସବରେ କଲେଜର ସମସ୍ତ ଛାତ୍ରଛାତ୍ରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ।

 


Leave a Reply

Your email address will not be published. Required fields are marked *

error: Content is protected !!