ଭଟଲିରେ ବିଶ୍ୱ ବାଉଁଶ ଦିବସ ପାଳିତ

0

ଭଟଲି,୧୮/୯(ସଂସ୍କୃତି ମିଡ଼ିଆ )- ଜଙ୍ଗଳ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ବରଗଡ ବନଖଣ୍ଡ ଆନୁକୂଲ୍ୟରେ ବୁଧବାର ଦିନ ପିପଲମୁଣ୍ଡା ନର୍ସରୀ ଠାରେ ବିଶ୍ୱ ବାଉଁଶ ଦିବସ-୨୦୨୪ ପାଳନ ହୋଇଯାଇଅଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବେ ବରଗଡ ଜିଲ୍ଲା ବନଖଣ୍ଡ ଅଧିକାରୀ ବିକ୍ରମଦେବ ପଟ୍ଟନାୟକ, ନୂତନ ଏସିଏଫ୍ ଭାବେ ଯୋଗ ଦେଇଥିବା ହରମୋହନ ରଥ, ଏସିଏଫ୍ ରାଜେନ୍ଦ୍ର କୁମାର ଭୋଇ, ପ୍ରକୃତି ବନ୍ଧୁ ଭୈରବ ପାତ୍ର, ପ୍ରକୃତି ବନ୍ଧୁ ଫିରୋଜ ସାହୁ, ଭଟଲି ବନାଞ୍ଚଳ ଅଧିକାରୀ ତଥା ଏସିଏଫ୍ ସୁବୋଧ କୁମାର ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ପ୍ରଥମେ ଅତିଥିମାନଙ୍କ ଦ୍ୱାରା ମାଁ ବନଦୁର୍ଗାଙ୍କୁ ପୂଜା ପୂର୍ବକ ଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଅତିଥିମାନଙ୍କ ଦ୍ୱାରା ପରବର୍ତ୍ତୀ ପିଢ଼ି ପାଇଁ ବାଉଁଶ: ସମାଧାନ, ଅଭିନବୀକରଣ ଏବଂ ପରିକଳ୍ପନା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ବାଉଁଶ ଏକ ଏପରି ଗଛ ଯାହାକି ବହୁ କମ୍ ସୁରକ୍ଷାରେ ଅତି ଶିଘ୍ର ବୃଦ୍ଧି ପାଇଥାଏ ତଥା ଦୀର୍ଘ ସମୟ ପାଇଁ ବଞ୍ଚି ରହେ । ଜଙ୍ଗଲ ସୁରକ୍ଷା ସହିତ ପରିବେଶ ସନ୍ତୁଳନ ପାଇଁ ବାଉଁଶର ବିଶେଷ ଅବଦାନ ରହିଛି ଏଣୁ ଜଙ୍ଗଲରେ ବାଉଁଶ ରୋପଣ କରିବା ଦ୍ଵାରା ବନ୍ୟପ୍ରାଣୀ ଗାଁ ମୁହାଁ ନ ହୋଇ ଜଙ୍ଗଲରେ ସୁରକ୍ଷିତ ରହିଥାନ୍ତି। କିଭଳି ଆଜିକାର ପରିସ୍ଥିତିରେ ବାଉଁଶ ରୋପଣ ଓ ତାର ସୁରକ୍ଷା ଦେଇପାରିବା ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଜିଲ୍ଲା ବନଖଣ୍ଡ ଅଧିକାରୀ ବିକ୍ରମଦେବ ପଟ୍ଟନାୟକ ବାଉଁଶ କାରିଗର ମାନଙ୍କ ଜୀବିକା କୁ କିପରି ଶୃଙ୍ଖଳିତ ହୋଇ ଆୟ ଦ୍ଵିଗୁଣିତ ହୋଇ ପାରିବ ଏବଂ ବାଉଁଶ ରୋପଣ କରି ସରକାରଙ୍କ ଠାରୁ ପ୍ରୋତ୍ସାହନ ରାଶି କିପରି ପାଇ ପାରିବେ ସେ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବରଗଡ ବନଖଣ୍ଡ ଅଧିନସ୍ଥ ସମସ୍ତ ବନକର୍ମଚାରୀ ମାନଙ୍କ ସହିତ ବିଭିନ୍ନ ଗ୍ରାମର ଭଦ୍ରବ୍ୟକ୍ତିମାନେ ଉପସ୍ଥିତ ଥିଲେ । ପରିଶେଷରେ ବନପାଳ ରାଜେନ୍ଦ୍ର କୁମାର ସିଂ ଧନ୍ୟବାଦ ଅର୍ପଣ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!