Deprecated: Optional parameter $options declared before required parameter $messages is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.settings.php on line 121

Deprecated: Optional parameter $value declared before required parameter $field_index is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.field.php on line 279
ବରପାଲି ମହାବିଦ୍ୟାଳୟର ତ୍ରିଦିବସୀୟ ସୁବର୍ଣ୍ଣ ଜୟନ୍ତୀର ଉଦଯାପିତ – Sanskriti Media
Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/latest-posts-block-lite/src/fonts.php on line 50

Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/magic-content-box-lite/src/fonts.php on line 50

ବରପାଲି ମହାବିଦ୍ୟାଳୟର ତ୍ରିଦିବସୀୟ ସୁବର୍ଣ୍ଣ ଜୟନ୍ତୀର ଉଦଯାପିତ

0

ବରପାଲି,୩୦/୧୨(ସଂସ୍କୃତି ମିଡ଼ିଆ)-ସୋମବାର ବରଗଡ଼ ଜିଲ୍ଲା ବରପାଲି ମହାବିଦ୍ୟାଳୟର ତ୍ରିଦିବସୀୟ ସୁବର୍ଣ୍ଣ ଜୟନ୍ତୀର ଉଦଯାପନୀ ସମାରୋହର ଆଜି ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମ ଅଧିବେଶନରେ ପ୍ରଫେସର ଡ. ଏନ୍. ନାଗାରାଜୁ, କୁଳପତି, ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ, ସମ୍ବଲପୁର ଯୋଗଦେଇ ନିଜ ବକ୍ତବ୍ୟଦ୍ଵାରା ଛାତ୍ରଛାତ୍ରୀଙ୍କ ଉତ୍ସାହବର୍ଦ୍ଧନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ସନତ ଗଡତିଆ, ମାନ୍ୟବର ବିଧାୟକ, ବିଜେପୁର, ଶ୍ରୀଯୁକ୍ତ ନିହାର ମହାନନ୍ଦ, ମାନ୍ୟବର ବିଧାୟକ, ଅତାବିରା, ଶ୍ରୀମତୀ ବର୍ଷା ସିଂ ବରିହା, ମାନ୍ୟବର ବିଧାୟିକା, ପଦ୍ମପୁର ପ୍ରମୁଖ ଯୋଗଦେଇଥିଲେ ।

ଏହି ଭବ୍ୟ ଆୟୋଜନରେ ମୁଖ୍ୟ ବକ୍ତା ଭାବରେ ଡକ୍ଟର ଉମାଚରଣ ପତି, କୁଳ ସଚିବ, ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ, ସମ୍ବଲପୁର ଯୋଗଦେଇ ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ । ପୁନଶ୍ଚ ଏକ ହାସ୍ୟକବି ସମ୍ମିଳନୀ (ହାସ୍ୟମେବ ଜୟତେ)ର ଆୟୋଜନ କରାଯାଇଥିଲା, ଯେଉଁଥିରେ ବିପ୍ଳବୀ କବି ଶ୍ରୀଯୁକ୍ତ ନୀତିଶ ଆଚାର୍ଯ୍ୟ ଏବଂ ହାସ୍ୟରତ୍ନ ଶ୍ରୀଯୁକ୍ତ ଶିଶିର ପୁରୋହିତ ନିଜର ସାରସ୍ଵତ ପ୍ରତିଭାର ପ୍ରଦର୍ଶନ କରିଥିଲେ । ଏ ଅବସରରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ କମିଟିର ସ୍ମରଣିକା ‘ସ୍ଵର୍ଣ୍ଣପ୍ରଭା’ର ପ୍ରଚ୍ଛଦ ସହିତ ଡକ୍ଟର ନବୀନ କୁମାର ସାହୁଙ୍କ ଶତବାର୍ଷିକୀ ଉପଲକ୍ଷ୍ୟେ ପ୍ରକାଶିତ ‘ପଞ୍ଚରତ୍ନ’ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଏହାପରେ ଛାତ୍ରଛାତ୍ରୀଙ୍କଦ୍ଵାରା ପ୍ରକାଶ ବେହେରାଙ୍କ ରଚିତ ଓ ନିର୍ଦ୍ଦେଶିତ ‘ କଳାକାର ‘ ନାଟକ ପ୍ରଦର୍ଶିତ ହୋଇଥିଲା ।ଏହାର ଦ୍ବିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ପ୍ରଫେସର ଡ. ସୁକୁମାର ମିଶ୍ର, ନିର୍ଦ୍ଦେଶକ, ଆଇ. ଆଇ. ଟି. ଧାନବାଦ ଏବଂ ସମ୍ମାନିତ ଅତିଥି ପ୍ରଫେସର ଡ. କ୍ଷମାନିଧି ଅଦାବର୍, ପ୍ରଫେସର, ଅର୍ଥନୀତି ବିଭାଗ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଗାନ୍ଧୀନଗର ଯୋଗଦେଇ ଛାତ୍ର ଜୀବନର ମହତ୍ତ୍ଵ ସମ୍ପର୍କରେ ବକ୍ତବ୍ୟ ଦେବାସହ ଉପସ୍ଥିତ ବର୍ତ୍ତମାନ ତଥା ପୁରାତନ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

ଏ ଅବସରରେ ପୁରାତନ ଛାତ୍ରୀଙ୍କଦ୍ଵାରା ଏକ ‘ଫେଶନ ସୋ’ର ଆୟୋଜନ କରାଯାଇଥିଲା ଏବଂ ଶ୍ରୀଯୁକ୍ତ ସର୍ବେଶ୍ଵର ଭୋଇ ଓ ସାଥୀ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!