ବଲାଙ୍ଗିରରେ ଫ୍ରେଣ୍ଡସ କ୍ଳବ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ

0

ଫ୍ରେଣ୍ଡସ କ୍ଳବ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଚତୁର୍ଥ ଦିନରେ 

ବିଏନଏଏ ଜରସିଂହା ବଲାଙ୍ଗିର ବନାମ ଜଗା ଯୁନାଇଟେଟ କ୍ଲବ ଭୁବନେଶ୍ୱର 

ବଲାଙ୍ଗିର,13/2(ସଂସ୍କୃତି ମିଡ଼ିଆ)– ବଲାଙ୍ଗିର ସୁଦୂରର ପ୍ରସାରି ଅନୁଷ୍ଠାନ ଫ୍ରେଣ୍ଡସ କ୍ଳବ ପକ୍ଷରୁ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଚତୁର୍ଥ ଦିନରେ ସହର ସ୍ଥିତ ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆରେ ବିଏନଏଏ ଜରସିଂହା ବଲାଙ୍ଗିର ବନାମ ଜଗା ଯୁନାଇଟେଟ କ୍ଲବ ଭୁବନେଶ୍ୱର ମଧ୍ୟରେ ଫୁଟବଲ ଖେଳ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ସଭାପତି ଲୋଟସ ଷଢଙ୍ଗୀଙ୍କ ସଭାପତିତ୍ବରେ ମୁଖ୍ୟଅତିଥିଭାବରେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଡ. ବିଜୟା ନନ୍ଦ ସେଠୀ, ଜିଲ୍ଲା ଶିକ୍ଷାଅଧିକାରୀ ପ୍ରଦୀପ କୁମାର ନାଗ, ଜିଲ୍ଲା ଶାରୀରିକ ଶିକ୍ଷାଅଧିକାରୀ ପ୍ରଦୀପ କୁମାର ପାତ୍ର, ବିଶିଷ୍ଟ ଚାଷୀ ନେତା ଆକାଶ ମିଶ୍ର ସମେତ ସମ୍ପାଦକ ଜଗନ୍ନାଥ ମିଶ୍ର ମଞ୍ଚାସିନ ଥିଲେ l ଅତିଥିମାନଙ୍କୁ ଅନୁଷ୍ଠାନରେ କର୍ମକର୍ତା ଉପଢୌକଣ ଦେଇ ସମ୍ମାନିତ କରିଥିଲେ l

ଅନୁଷ୍ଠାନର କୋଡିନେଟର ମନୋଜ କୁମାର ମିଶ୍ର ଓ ମଧୁ ଵନଛୋର ଟିମ ମାନଙ୍କୁ କୋଡିନେଟ କରିଥିଲେ l ଆଜିର ୪ର୍ଥ ଦିନ ଖେଳରେ ପୂର୍ବତନ ଫୁଟବଲ ଖେଳାଳି ସୁଧାଂଶୁ ସେଠ୍ ଓ କେଶରୀ ନନ୍ଦନ ମଛଖଣ୍ଡଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା l ମ୍ୟାଚ କମିଶନର ଭାବରେ ଶରତ କୁମାର ନନ୍ଦ ଦାୟିତ୍ୱ ତୁଲାଇଥିବା ବେଳେ ଦୋଳ ଗୋବିନ୍ଦ ମୁଣ୍ଡା,ସୁଶାନ୍ତ କୁମାର ନାଗ, ନର୍ସିଂ ସ୍ୱାମୀ ନାଇଡ଼ୁ, ସଂଜୀବ କୁମାର ମହାରଣା, ଜ୍ୟୋତି ରଞ୍ଜନ ମହାନନ୍ଦ ଖେଳକୁ ପରିଚଳନା କରିଥିଲେ l ଜଗା ୟୁନାଇଟେଟ କ୍ଲବ ଭୁବନେଶ୍ୱର ତିନି ଶୂନ ଗୋଲରେ ବିଏନଏଏ ଜରାସିଂହା ବଲାଙ୍ଗିର ଠାରୁ ବିଜୟ ହାସଲ କରିଥିଲା l

ଆଜିକାର ଜଣେ ଭାଗ୍ୟସାଳି ଦର୍ଶକ ନେପାଳ ବାଗ ମାଲପଡା ବଲାଙ୍ଗିର ଲଟେରୀ କୂପନ ଦ୍ୱାରା ଏକ ଚା କପ ସେଟ ପୁରସ୍କାର ପାଇଥିଲେ l ଵେଷ୍ଟ ଭଲଣ୍ଟୀୟର ଉମେଶ ପୁଟେଲ ଓ ପପୁ ସିଂଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା lପବିତ୍ର ଖୁଣ୍ଟିଆ, ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ଦେବେନ୍ଦ୍ର ପାତ୍ର, ଟିକୁ ପରିଚ୍ଛା,ମନୋଜ ଦୀପ, ପ୍ରଦୀପ ସିଂହ, କିଶୋର ଦଣ୍ଡସେନା, ଲଷ୍ମୀ ନାରାୟଣ ସ୍ୱାଇଁ, ରାମ ନାଏକ, ଅରୁ ରଞ୍ଜନ ମହାପାତ୍ର, ବଦ୍ରି ମିଶ୍ର ସୋମନାଥ ମିଶ୍ର, ଗୋବିନ୍ଦ ଶତପଥୀ, କମ୍ଭୁ ତ୍ରିପାଠୀ, ସୋନୁ ପଟ୍ଟନାୟକ, ମୁନା ପାଳ, ନିତ୍ୟା ପଧାନ, ରମା ମିଶ୍ର, ଇନ୍ଦ୍ର ନନ୍ଦ, ପୃଥ୍ୱୀରାଜ ବରାଡ଼, ନିଶାର କାନ୍ତ ନାଗ, ରାଜୁ ସାହୁ, ପ୍ରଦୀପ ସାହୁ,ସନତ ତ୍ରିପାଠୀ, ମଣ୍ଟୁ ମିଶ୍ର, ପିଣ୍ଟୁ ପୁରୋହିତ ପ୍ରମୁଖ ସହଯୋଗ କରିଥିଲେ l

ଆସନ୍ତା କାଲି ଶୁକ୍ରବାର ୟଙ୍ଗ ଉତ୍କଳ କ୍ଲବ କଟକ ବନାମ ବି.ଏଫ. ସି କୁଚିଣ୍ଡା ସମ୍ବଲପୁର ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି l


Leave a Reply

Your email address will not be published. Required fields are marked *

error: Content is protected !!