ଇଲେକ୍ଟ୍ରିକ ଅଫିସରେ ବୃକ୍ଷ ରୋପଣ
ଅତାବିରା, ୧୧//୮(ସଂସ୍କୃତି ମିଡ଼ିଆ )- ଅତାବିରା ସ୍ଥିତ ଇଲେକ୍ଟ୍ରିକ ଅଫିସରେ ସୋମବାର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ୧ ନମ୍ବର ସେକ୍ସନ ର କର୍ମଚାରୀମାନେ ଏକତ୍ରିତ ହୋଇ ଅଫିସ ସାମ୍ନାରେ ବିଭିନ୍ନ ବୃକ୍ଷ ରୋପଣ କରିଛନ୍ତି l ପରିବେଶ ସୁରକ୍ଷା ସହ ସବୁଜିମା ବୃଦ୍ଧି ଉଦ୍ଦେଶ୍ୟରେ ଏହି ବୃକ୍ଷରୋପଣ କରାଯାଇଥିବା କୁହାଯାଇଛି। ଏହି କାର୍ଯ୍ୟକ୍ରମ ରେ ସେକ୍ସନ ଏକ ର ସେକ୍ସନାଲ ଅଫିସର ରଞ୍ଜନ କୁମାର ଦାଶ, ବରିଷ୍ଟ ଲାଇନମ୍ୟାନ ବିଶ୍ୱନାଥ ସାହୁ, ଶଶାଙ୍କ ଶେଖର ନାୟକ, ଜି.ଦେବ ଦାଶ, ସଞ୍ଜୀବ କୁମାର ନାୟକ, ଦିବ୍ୟ ରଞ୍ଜନ ମହାନ୍ତି ଏବଂ ବିପ୍ଳବ ବେହେରା ଙ୍କ ସମେତ ସମସ୍ତ ଷ୍ଟାପ ବୃକ୍ଷ ରୋପଣ ରେ ସାମିଲ ହୋଇଥିଲେ l

