ସେବା ସଂକଳ୍ପ ଅଭିଯାନ ଅବସର ରେ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତା
ବରଗଡ଼,୧୪/୧୦(ସଂସ୍କୃତି ମିଡ଼ିଆ )-ବରଗଡ଼ ଆଞ୍ଚଳିକ ପରିବହନ ବିଭାଗ ଆନୁକୂଲ୍ୟରେ ସେବା ସଂକଳ୍ପ ଅଭିଯାନ ଓ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅବସର ରେ ଜିଲ୍ଲା ସ୍ତରୀୟ ସ୍ଲୋଗାନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ସ୍ଥାନୀୟ ରାଣା ପ୍ରତାପ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଟିତ ହୋଇ ଯାଇଛି ।ପ୍ରଧାନ ଶିକ୍ଷକ ସୁଦୀପ କୁମାର ରଥ ଙ୍କ ଅଧ୍ୟକ୍ଷତା ଓ ଆଞ୍ଚଳିକ ପରିବହନ ଅଧିକାରୀ ଅଶୋକ କୁମାର ପାଣିଗ୍ରାହୀ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ ଭୁ ଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଏଇ ମିଶନ ସ୍କୁଲ ନିର୍ଦ୍ଦେଶକ ଯଶ ବୀର ସିଂ ସୈନି ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରି କୃତି ପ୍ରତିଯୋଗୀ ମାନଙ୍କୁ ଉଦଯାପନୀ ସମାରୋହ ରେ
ପୁରସ୍କୃତ କରିଥିଲେ ।ଚିତ୍ରାଙ୍କନ ପ୍ରତିଯୋଗିତା ରେ ଶ୍ରିସନ୍ଥ କୁମାର ପଣ୍ଡା,ପ୍ରତ୍ୟାଶା ଗୁରୁ,ଓ ରୁକ୍ମଣୀ ଦୋରା ,ସ୍ଲୋଗାନ ପ୍ରତିଯୋଗିତା ରେ ଶ୍ରଦ୍ଧା ପ୍ରଧାନ , ଶାଲିନି ସା
ରୀମା ସାହୁ ଯଥା କ୍ରମେ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ।ବିଚାରକ ଭାବେ ଡ ଡୋଳାମଣିସତପଥି,କପିଳେଶ୍ୱର ବାଗ ,ଅରବିନ୍ଦ ଗୁପ୍ତା,ଆଶୁତୋଷ ଛତର,ମନୋଜ ଜେନା,ନିରଞନ ବେହେରା ପ୍ରମୁଖ ମୂଲ୍ୟାଙ୍କନ କରିଥିଲେ ।କାର୍ଯ୍ୟକ୍ରମ ପରିଚାଳନା ରେ ସହ କାରୀ ଆଞ୍ଚଳିକ ପରିବହନ ଅଧିକାରୀ
ବର୍ଷା ରାଣୀ ମୁଣ୍ଡା, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସେକ୍ସନ ଅଫିସର ବିନୋଦ କୁମାର ଦାଶ,କାର୍ଯ୍ୟକ୍ରମ ଅଧିକାରୀ ଅନ୍ତର୍ଯ୍ୟାମୀ ପ୍ରଧାନ,କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋଜ କଠାର୍ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ପଣ୍ଡିତ ଗୋପବନ୍ଧୁ ପୁରୋହିତ ଧନ୍ୟବାଦ୍ ଅର୍ପଣ କରିଥିଲେ ।
