ଲହଣ୍ଡା ଦ୍ବିଦିବାସୀୟ ଫୁଟବଲ ପ୍ରତିଯୋଗିତା ଉଦଘାଟିତ, ଗୋଡ଼ଭଗା ଫାଇନାଲକୁ ପ୍ରବେଶ
ଅତାବିରା, ୧୯/୧୦(ସଂସ୍କୃତି ମିଡ଼ିଆ)-ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଲହଣ୍ଡା ଠାରେ ସମଲେଶ୍ଵରୀ ଏଥେଲେଟିକ ଏସୋସିଏସନ ପକ୍ଷରୁ ଲହଣ୍ଡା ହାଇସ୍କୁଲ ପଡ଼ିଆରେ ସୋମବାର ଦ୍ୱି-ଦିବସୀୟ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଛନ୍ତି ।
ପ୍ରଥମ ଦିନର ଫାଇନାଲ ମ୍ୟାଚ ଗୋଡଭଗା ଏବଂ କୁମେଲସିଂହା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଗୋଡଭଗା ଦଳ ୧-୦ ଗୋଲରେ କୁମେଲସିଂହାକୁ ପରାସ୍ତ୍ କରି ପ୍ରଥମ ଦିନର ଫାଇନାଲିଷ୍ଟ ହୋଇଛି। ଏହି ଅବସରରେ ବରଗଡ଼ ସଂସଦ ପ୍ରଦୀପ ପୁରୋହିତଙ୍କ ଅତାବିରା ପ୍ରତିନିଧି ବୀରେନ୍ଦ୍ର ହୋତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିବା ସହ କୃତୀ ଖେଳାଳିଙ୍କୁ ସମ୍ବର୍ଦ୍ଦିତ କରିଥିଲେ l ଆସନ୍ତାକାଲି ମଙ୍ଗଳବାର ଦ୍ୱିତୀୟ ଲିଗ ମ୍ୟାଚ ହୋଇ ଫାଇନାଲିଷ୍ଟ ଦଳ ନିର୍ଣ୍ଣୟ କରାଯିବ l ପରେ ଅପରାହ୍ନ ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜକ ଦଳ ପକ୍ଷରୁ ସୂଚନା ଦିଆଯାଇଛି l
