ଶାନ୍ତି ତପୋବନ ଆଶ୍ରମରେ ମାଗଣା ସ୍ୱାସ୍ଥ୍ୟ ଶିବିର, ମହନୀୟତା ଦେଖାଇଲେ ଡାକ୍ତର ମେଘନାଦ ମେହେର

0

ବରଗଡ଼,୨୦/୧୦(ସଂସ୍କୃତି ମିଡ଼ିଆ)-: ଶାରଦୀୟ ପୂଜା ଅବସରରେ ମାନବସେବାର ଏକ ମହତ୍ ଉଦାହରଣ ସୃଷ୍ଟି କରିଛି ତାରା ହେଲ୍‌ଥ ଆୱେରନେସ୍‌ ସେଣ୍ଟର । ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଜ.ଶ୍ରୀଗିଡ଼ା ସ୍ଥିତ ସଂଯୁକ୍ତ ଯୁବ ସଂଗଠନ ଦ୍ବାରା ଶାନ୍ତି ତପୋବନ ଆଶ୍ରମ ପରିସରରେ ଆଜି ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇ ଯାଇଥିଲା ।

ଭୁବନେଶ୍ୱରସ୍ଥିତ ସମ୍ ହସ୍‌ପିଟାରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ମେଘନାଦ ମେହେରଙ୍କ ଉଦ୍ୟମରେ ଏହି ଜନହିତକର କାର୍ଯ୍ୟ ସଫଳ ରୁପେ ସମ୍ପାଦନ ହୋଇଥିଲା । ଶିବିରରେ ଡାକ୍ତର ମେହେର ଓ ଟେକ୍ନିସିଆନ୍ ସୁନିତା ସା, ମହେଶ୍ବର ବାରିକ ଆଶ୍ରମର ୭୨ ଜଣ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକ ଔଷଧ ବିତରଣ କରିଥିଲେ ।

ଏହି ଅବସରରେ ଆଶ୍ରମ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଆଶ୍ରମର ସଭାପତି ସୁରେନ୍ଦ୍ର ମେହେର ସଭା ପରିଚାଳନା କରିଥିବା ବେଳେ ସମ୍ପାଦକ ଦେବଦତ୍ତ ତ୍ରିପାଠୀ, ଅବସରପ୍ରାପ୍ତ ଶିକ୍ଷକ ଯତୀନ୍ଦ୍ର ସାହୁ, ସୁନୀଲ ବାରିକ, ରବିଶଙ୍କର ପଧାନ, ଚୋଡ଼ଗଙ୍ଗ ଖମାରୀ, ସୁଶୀଲ କୁମାର ସାହୁ ଓ ଦୁର୍ଗା ପ୍ରସାଦ ବାରିକ ମଞ୍ଚାସୀନ ଥିଲେ ।

ସ୍ୱାସ୍ଥ୍ୟସେବାକୁ ସମାଜର ଅବହେଳିତ ଓ ଆବଶ୍ୟକତା ଥିବା ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଡାକ୍ତର ମେଘନାଦ ମେହେର ପ୍ରତିବର୍ଷ ଆଶ୍ରମର ଅନ୍ତେବାସୀଙ୍କ ପାଇଁ ଗୋଟିଏ ଦିନ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

ଶାରଦୀୟ ପୂଜାର ପବିତ୍ର ଅବସରରେ ଆୟୋଜିତ ଏହି ଶିବିର ଚିକିତ୍ସା ସେବା ସହ ମାନବିକତା, ସହାନୁଭୂତି ଓ ସାମାଜିକ ଦାୟିତ୍ୱବୋଧର ଏକ ଉତ୍ତମ ନିଦର୍ଶନ ପାଲଟିଛି।


Leave a Reply

Your email address will not be published. Required fields are marked *

You may have missed

error: Content is protected !!