ଗମ୍ଭାରୀପାଲିସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିର ଠାରେ ମାଁ ମାହେଶ୍ୱରୀଙ୍କ ଦଶହରା ପୂଜା ମହୋତ୍ସବ

0

ଅତାବିରା, ୧୯/୧୦(ସଂସ୍କୃତି ମିଡ଼ିଆ)- ଅତାବିରା ବ୍ଲକ ଗମ୍ଭାରୀପାଲିସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିର ଠାରେ ମାଁ ମାହେଶ୍ୱରୀଙ୍କର ରବିବାର ମହାଷ୍ଟମୀ ଓ ସୋମବାର ମହାନବମୀ ପୂଜା ଅନୁଷ୍ଠିତ ହୋଇଯାଇଛି l ରବିବାର ବିଳମ୍ବିତ ରାତ୍ରରେ ପୂଜକ ମାଁ ମାହେଶ୍ୱରୀଙ୍କର ପୂଜାର୍ଚ୍ଚ ନା କରିବା ପରେ ମାଙ୍କ ଶାଳକା ବାଡି଼କୁ ଛତ୍ର ବଇରଗ, ଚାମର ସହ ପୁଷ୍କରିଣୀକୁ ସ୍ନାନଯାତ୍ରାରେ ନିଆଯାଇଥିଲା l ଘାଟ ପୂଜା ସହ ମାଙ୍କର ମହାସ୍ନାନ କରାଯାଇ ବିରାଟ ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଯାଇଥିଲା l ଦଶହରା ମାସରେ ଗାଁର ପ୍ରତ୍ୟେକ ଘରେ ମାଁ ପୂଜା ପାଇଥିଲେ l ବର୍ଷକ ଥରେ ମା ପ୍ରତ୍ୟେକ ଘରକୁ ଯାଇ ପୂଜା ପାଉଥିବାରୁ ଗାଁ ପରିବେଶ ଭକ୍ତିମୟ ହୋଇଯାଇଥିଲା l ସୋମବାର ଶାଳକା ବାଡି଼କୁ ପ୍ରତିଷ୍ଠା କରାଯାଇ ମାଁ ମାହେଶ୍ୱରୀଙ୍କର ସନ୍ଧିପୂଜା ଓ ମହାନବମୀ ପୂଜା କରାଯାଇଥିଲା l ପଣ୍ଡିତ ଦୈତାରୀ ପୂଜାରୀ ମାଁଙ୍କର ଚଣ୍ଡୀହୋମ କରିଥିଲେ l ଦୀପକ ପଣ୍ଡା ଭୋଗପ୍ରସ୍ତୁତ କରି ମାଁଙ୍କର ଠାରେ ନବାନ୍ନ ଭୋଗ ଲାଗି କରିବାପରେ ଡୁମାଲ ଜାତିର ସମସ୍ତ ପରିବାର ନୁଆଁ ଖାଇଥିଲେ l ମକରଧ୍ଵଜ କର୍ମୀ ଓ ସ୍ୱାଧୀନ ପାତ୍ରଙ୍କୁ ମାଁଙ୍କର ବରୁଆ ଆସିଥିଲେ l ଭବାନୀ ପ୍ରଧାନ, ଜୟନ୍ତ କର୍ଣ୍ଣ, ସନ୍ତୋଷ ଥାଟି,ଶ୍ରୀଧର ନାଏକ, ଚମ୍ପେଶ୍ୱର ମହାକୁର,ସୁନ୍ଦର ମଣି ପ୍ରଧାନ, ପ୍ରସନ୍ନ ପ୍ରଧାନ,ଗଜରାଜ ପ୍ରଧାନ, ଭାଗିରଥି ପ୍ରଧାନ,ବୀରେନ୍ଦ୍ର କଳତା, ରାଧାକାନ୍ତ ମେଣ୍ଡଲି ଦୁର୍ଗା ପ୍ରଧାନ, ବଂଶୀଧର ସେଠ ପ୍ରମୁଖ ସେବାୟତ ଦାୟିତ୍ୱ ତୁଲାଇ ଥିଲେ l କାର୍ଯ୍ୟକ୍ରମରେ ମାହେଶ୍ୱରୀ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ ଅଧ୍ୟକ୍ଷ ଫକୀର କର୍ଣ୍ଣ,ଡୁମାଲ ପରିଷଦ ଓଡିଶା ବରଗଡ଼ ଜିଲ୍ଲା ସଭାପତି ଗଣେଶ ପ୍ରଧାନ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଗମ୍ଭାରୀ କେନ୍ଦ୍ର ସଭାପତି ସୁଶିଲ ପ୍ରଧାନ, ଚାରପାଲି କେନ୍ଦ୍ର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଛନ୍ଦ, ସମ୍ବଲପୁର ଜିଲ୍ଲା ଉପସଭାପତି କପିଳେନ୍ଦ୍ର ମହାକୁର, ଗମ୍ଭାରୀପାଲି କେନ୍ଦ୍ର ସମ୍ପାଦକ ପ୍ରତୁଲ କୁମାର କର୍ଣ୍ଣ, ମନ୍ଦିର ପରିଚାଳନା କମିଟିର ନନ୍ଦକାହ୍ନା ମହାକୁର, ସୁନୀଲ କୁମାର ପ୍ରଧାନ, ରମେଶ ପର୍ଡିଆ,କୈବଲ୍ୟ ପ୍ରଧାନ, ଲକ୍ଷ୍ମଣ ପ୍ରଧାନ, ସୁଶାନ୍ତ ପ୍ରଧାନ, ସଦାନନ୍ଦ ମାହାର, ବିଜୁ କର୍ମୀ, ପ୍ରମୋଦ କର୍ଣ୍ଣ, ରିକନ ପ୍ରଧାନ, ଶଙ୍କର୍ଷଣ ପ୍ରଧାନ, ମାଁ ମାହେଶ୍ୱରୀ ସେନାର ସମସ୍ତ ସଦସ୍ୟ, ଗମ୍ଭାରୀପାଲି ଗ୍ରାମବାସୀ, ବୟାଲିସ ଖଣ୍ଡର ଡୁମାଲ ଜାତିଭାଇବୃନ୍ଦ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସାହାଯ୍ୟ ସହଯୋଗ କରିଥିଲେ l ମନ୍ଦିର ପ୍ରାଙ୍ଗଣରେ ରବିବାର ରାତିରେ ମିନୁ ପ୍ରଧାନଙ୍କ ପାରାୟଣ ଓ ସୋମବାର ମଧ୍ୟାନ୍ନରେ ଚକରକେନ୍ଦର ଡାଲଖାଇ ପରିବେଷଣ ହୋଇଥିଲା l


Leave a Reply

Your email address will not be published. Required fields are marked *

You may have missed

error: Content is protected !!