ଜାଙ୍ଗେଡ ଠାରେ ଆଶୁ କବି ତଥା ନାଟ୍ୟକାର ପନିକା ଡନସନାଙ୍କ ବାର୍ଷିକ ସ୍ମୃତି ସଭା
ଅତାବିରା,୧/୧୧(ସଂସ୍କୃତି ମିଡ଼ିଆ)-ପରିଚୟ ତଥା ଅର୍ଥାଭାବରୁ ଦିନେ କାଳର କରାଳ ଗର୍ଭରେ ଳୀନ ହୋଇଯାଇଥିବା ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଜାଙ୍ଗେଡ ଗ୍ରାମର ସ୍ବର୍ଗତ ଆଶୁ କବି ତଥା ନାଟ୍ୟକାର ପନିକା ଡନସନାଙ୍କ ଆଜି ସକାଳ ଦିନ ୧୧ ଟା ସମୟରେ ଜାଙ୍ଗେଡ ମାର୍କେଟ ନିକଟରେ ଥିବା ନିଜ ବାସଭବନ ସମ୍ମୁଖରେ ତାଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଭାପତି ଭାବେ ସୁଦାମ ଭୋଇ ଏବଂ ମୁଖ୍ୟ ଅତିଥି ଭାବେ ଅତାବିରାର ଆଞ୍ଚଳିକ ସାହିତ୍ୟ ପରିଷଦ ର ଉପଦେଷ୍ଟା କୈଳାସ ମହାରଣା, ମୁଖ୍ୟ ବକ୍ତା ଧର୍ମରାଜ ପ୍ରଧାନ, ସମ୍ମାନିତ ଅତିଥି ଭାବେ
ସମ୍ବଲପୁରୀ ଗୁଛା ବରଗଡ ର କବି ସଂଗଠକ ଶିବ ଶଙ୍କର ପୂଜାରୀ,ଖେଦୁ ପଧାନ, ଶେଷଦେବ ଭୋଇ, ଆଞ୍ଚଳିକ ସାହିତ୍ୟ ପରିଷଦ ର ସଭାପତି ଦଶରଥ ଭୋଇ,ପୂର୍ଣଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶିକ୍ଷକ ସୁଦାମ ଭୁଏ ଏବଂ ଶିକ୍ଷକ ମନୋଜ ଭୋଇ।
।ସର୍ବ ପ୍ରଥମେ ସମସ୍ତ ଅତିଥି ଗଣଙ୍କୁ ଗିନି, ମୃଦଙ୍ଗ, ଘଣ୍ଟ ଶଂଖ, ହରିବୋଲ ହୁଳହୁଳି ତାଳେ ତାଳେ ଅତିଥି ସତ୍କାର କରି ପାଦ ଧୋଇ ମଞ୍ଚକୁ ଆମନ୍ତ୍ରଣ ପରେ ମାଁ ସମଲେଶ୍ଵରୀ ଙ୍କ ଫଟୋଚିତ୍ର ରେ ଧୂପ ଦୀପ ପୁଷ୍ପମାଲ୍ୟ ଅର୍ପଣ ପରେ ସଭା କାର୍ଯ୍ୟକୁ ଆରମ୍ଭ କରାଯାଇଥିଲା। ସମସ୍ତ ଅତିଥିଙ୍କୁ ଆଦର ସତ୍କାର କରି ପୁଷ୍ପଗୁଛ ଉତ୍ତରୀୟ ଦେବା ପରେ ସମସ୍ତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଜାଙ୍ଗେଡ ଏମ୍ ଇ ସ୍କୁଲ ର ପ୍ରଧାନ ଶିକ୍ଷକ ପୂର୍ଣଚନ୍ଦ୍ର ବେହେରା ।ଏହା ପରେ ସମସ୍ତ ଅତିଥିଗଣ ଆଶୁ କବି ତଥା ନାଟ୍ୟକାର ସ୍ୱର୍ଗତ ପନିକା ଡନସନାଙ୍କର ପ୍ରତିମୂର୍ତ୍ତୀରେ ଧୂପ ଦୀପ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ଅତିଥିଗଣ ଆଶୁ କବି ତଥା ନାଟ୍ୟକାର ପନିକା ଡନସନାଙ୍କ ଜିବନୀ, ସାହିତ୍ୟ କୃତୀକୁ ବିଷଦ ଭାବେ ଆଲୋଚନା କରି ଭାଷା ସାହିତ୍ୟ ପ୍ରତି ତାଙ୍କ ଅବଦାନ ଅତୁଳନୀୟ ବୋଲି ମତ ବ୍ୟକ୍ତ କରିବା ସହ ଆଜିର ଦିନଟି ସମ୍ବଲପୁରୀ/କୋଶଲି ଭାଷା ସାହିତ୍ୟ ପାଇଁ ଏକ ଐତିହାସିକ ଦିନ ହୋଇ ରହିବ ଏବଂ ସମ୍ବଲପୁରୀ ସାହିତ୍ୟର ଇତିହାସ ରେ ପନିକା ଡନସନାଙ୍କ ନାମ ଚିରଦିନ ପାଇଁ ରହିବ ବୋଲି କହିଥିଲେ ଶିକ୍ଷକ ତଥା ସମାଜସେବୀ କୈଳାସ ମହାରଣା ଏବଂ ଶିକ୍ଷକ ଧର୍ମରାଜ ପ୍ରଧାନ ।ପନିକା ଡନସନାଙ୍କ ପୁସ୍ତକ ଉପରେ ଚର୍ଚ୍ଚା କରି ତାଙ୍କ ଲେଖନୀ ଚାଳନା ଏବଂ ଶଦ୍ଦ ଚାତୁରି ଅତି ଚମତ୍କାର ବୋଲି ମତ ପ୍ରକାଶ କରିଥଲେ ଗ୍ରାମର ଖେଦୁ ପଧାନ ଏବଂ ଶେଷଦେବ ଭୋଇ ।ଏହି ପରି ଜଣେ ଅନନ୍ୟ ପ୍ରତିଭା କୁ ଲୋକଲୋଚନକୁ ଆଣିବା ପଛରେ ଆଞ୍ଚଳିକ ସାହିତ୍ୟ ପରିଷଦ ର ଯୁବକବି କିଶୋର ଚନ୍ଦ୍ର ପାତ୍ର ଏବଂ ଦୁର୍ଲ୍ଲଭ ଗଡତିଆଙ୍କୁ ସାଧୁବାଦ ଜଣେଇ ଥିଲେ ନାଟ୍ୟକାର ମନୋଜ ଭୋଇ ଏବଂ ପ୍ରତିମୂର୍ତ୍ତି ସ୍ଥାପନ କରି ଜଣେ ସୁପୁତ୍ର ର ପରିଚୟ ଦେଇଛନ୍ତି ବୋଲି ପଞ୍ଚମ ଡନସନାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ବରିଷ୍ଠ କବି ବୁଧୁ ମାଝୀ। ଗ୍ରାମର ଖେଦୁ ପ୍ରଧାନ , ଶେଷଦେବ ଭୁଏଙ୍କ ସହଯୋଗ ବିନା ଏସବୁ ଅସମ୍ଭବ ଥିଲା ବୋଲି କହନ୍ତି ଯୁବକବି କିଶୋର ଚନ୍ଦ୍ର ପାତ୍ର।ଏହି ପରି ନିଆରା କାର୍ଯ୍ୟକୁ ଅତି ଆଦର ସହକାରେ କରିଥିବାରୁ ପନିକା ଡନସନାଙ୍କ ପୁତ୍ର ପଞ୍ଚମ ଡନସନାଙ୍କ ସପରିବାର ବର୍ଗଙ୍କୁ ଙ୍କୁ ଆଞ୍ଚଳିକ ସାହିତ୍ୟ ପରିଷଦ ଅତାବିରା ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।
ଆଞ୍ଚଳିକ ସାହିତ୍ୟ ପରିଷଦ ଅତାବିରା ର ଉପଦେଷ୍ଟା ଶିକ୍ଷାବିତ ତଥା ସାମ୍ବାଦିକ କୈଳାସ ମହାରଣା, ଯୁବ ସାହିତ୍ୟିକ କବି କିଶୋର ଚନ୍ଦ୍ର ପାତ୍ର, ବରିଷ୍ଠ କବି ବୁଧୁ ମାଝୀ, ସଞ୍ଜୁ ପ୍ରଧାନ, ସାମ୍ବାଦିକ ସୁରେନ୍ଦ୍ର କଠାର,ଯୁବକବି ତଥା ସାମ୍ବାଦିକ ଦୁର୍ଲ୍ଲଭ ଗଡତିଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଳ୍ୟ ମଣ୍ଡିତ କରାଇଥିଲେ। ଏହି ଅବସରରେ ଅନୁଷ୍ଠିତ ଏକ କବିତା ଆସରରେ ବିଶିଷ୍ଟ ସାହିତ୍ୟିକ ତଥା କବି କମଳ ଲୋଚନ ପଣ୍ଡା, ଧର୍ମରାଜ ପ୍ରଧାନ , ନାଟ୍ୟକାର ପ୍ରହଲ୍ଲାଦ ସେଠ, ବୁଧୁ ମାଝୀ, ଜଟାଧାରୀ ପ୍ରଧାନ,ଚନ୍ଦ୍ରିକା ବାରିକ,ପୁଢୁ ଭୁଏ,ମାଲ୍ଖୁଲୁ ହରିପାଲ, ଦଶରଥ ଭୋଇ, ସଞ୍ଜୁ ପ୍ରଧାନ, ଦୁର୍ଲ୍ଲଭ ଗଡତିଆ,କିଶୋର ଚନ୍ଦ୍ର ପାତ୍ର ନିଜସ୍ଵ କବିତା ପାଠ କରି ଦର୍ଶକମାନଙ୍କ ମନକୁ ଜିଣି ନେଇଥିଲେ। ଗୈ।ରାଙ୍ଗ ଛତ୍ରିଆଙ୍କ ଦଳ ପଞ୍ଚବାଦ୍ୟ ପରିବେଷଣ କରିଥିଲେ। ଏମାନଙ୍କୁ ମଧ୍ୟ ଉତ୍ତରୀୟ , ମାନପତ୍ର ସହ ସମ୍ମାନୀତ କରାଯାଇଥିଲା।ବାଲମୁକୁନ୍ଦ ନାଗ ବଂଶୀ ବାଦନ କରି ଦର୍ଶକମାନଙ୍କ ମନକୁ ଜିଣି ନେଇଥିଲେ।ସମ୍ବଲପୁରୀ ଗୁଛା ଅମାପାଲିର ଭାଷା ସାହିତ୍ୟର ପ୍ରଚାରକ ଶିବ ଶଙ୍କର ପୂଜାରୀ ବହି ପସରା ଆଣିବା ସହ ଆଖ ପାଖ ଅଞ୍ଚଳରୁ ବହୁ ଭାଷା ପ୍ରେମୀ ସାହିତ୍ୟିକ ଏଥିରେ ଯୋଗ ଦେଇଥିଲେ।ଏହି ଅବସରରେ ଶିକ୍ଷକ ସୁଦାମ ଭୁଏଙ୍କ ପରିଚାଳନାରେ ଜାଙ୍ଗେଡ ଗ୍ରାମର କୁନି କୁନି ଛାତ୍ରଛାତ୍ରୀମାନେ ସ୍ୱର୍ଗତ ଆଶୁ କବି ତଥା ନାଟ୍ୟକାର ପନିକା ଡନସନାଙ୍କ ଭଜନ ତଥା ସଂଗୀତରେ ଅତି ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ। ସମସ୍ତଙ୍କୁ ମାନପତ୍ର ଏବଂ ମୋମେଣ୍ଟୋ ଦେଇ ସମ୍ମାନୀତ କରାଯାଇଥିଲା।ଆଖ ପାଖ ଅଞ୍ଚଳରୁ ଆସି ଥିବା ସମସ୍ତ କବି , କଳାକାର, ଭାଷା ସାହିତ୍ୟ ପ୍ରେମୀ ଦର୍ଶକ ମାନଙ୍କ ପାଇଁ ଅନ୍ନ ଭୋଗର ବ୍ୟବସ୍ଥା କରାଯାଇଥିଲା। ଶେଷରେ ଗ୍ରାମର ଗୈ।ନ୍ତିଆ ଖେଦୁ ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ। ପଞ୍ଚମ ଡନସନାଙ୍କ ପରିବାର, ଆଞ୍ଚଳିକ ସାହିତ୍ୟ ପରିଷଦ ଅତାବିରା ସମେତ ଏହି କାର୍ଯ୍ୟକ୍ରମକୁ ସଫଲ କରାଇବାରେ ପନିକା ଡନସନା ସାହିତ୍ୟ ସଂସଦ,ଜାଙ୍ଗେଡ ଏବଂ ଗ୍ରାମବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗ ରହିଥିଲା।
