ସାତକମାରେ ପଠାଣି ସାମନ୍ତ ଜୟନ୍ତୀ ପାଳିତ
କୁଚିଣ୍ଡା,୮/୧ (ସଂସ୍କୃତି ମିଡ଼ିଆ ବ୍ୟୁରୋ ) କୁଚିଣ୍ଡା ବ୍ଲକଅନ୍ତର୍ଗତ ସାତକମା ଉଚ୍ଚ ପ୍ରାଥମିକ ସ୍କୁଲ ପରିସରରେ ଜ୍ୟୋତିର୍ବିଦ୍ ପଥାନିସମନ୍ତଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ପୁରୁଷୋତ୍ତମ ସେଠଙ୍କ ସଭାପତିତ୍ବରେ ଆୟୋଜିତ ସ୍ମୁତି ଚାରଣ ସଭାରେ ସ୍କୁଲର ପୁରାତନ ଛାତ୍ର ସଂଘର ସଭାପତି ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପଠାଣିଙ୍କ ଜୀବନୀ ଓ ପ୍ରତିଭା ଉପରେ ଆଲୋଚନା କରିଥିଲେ । ଶେଷରେ ସହକାରୀ ଶିକ୍ଷୟିତ୍ରୀ ରୋଜି ସାଥୁଆ ଧନ୍ୟବାଦ୍ ଅର୍ପଣ କରିଥିଲେ।
(କୁଚିଣ୍ଡାରୁ ସୁବାସ ନାୟକଙ୍କ ରିପୋର୍ଟ)