ସାର୍ବଜନୀନ ମହାଲକ୍ଷ୍ମୀ ମହୋତ୍ସବ ଉଦଘାଟିତ: ଜୟ କୋଶଳ ଧ୍ଵନୀରେ ପ୍ରକମ୍ପିତ ହେଲା ପଡା ଗ୍ରାମାଞ୍ଚଳ
ସମ୍ବଲପୁର:ତା.୨୨/୧୨ (ସଂସ୍କୃତି ମିଡ଼ିଆ ବ୍ୟୁରୋ) -ବରଗଡ଼ ଜିଲ୍ଲା ପଡା ଗାଁ ଠାରେ ସପ୍ତାହ ବ୍ୟାପି ହେବାକୁ ଥିବା ସାର୍ବଜନୀନ ପବିତ୍ର ଲକ୍ଷ୍ମୀ ପୂଜା ମହୋତ୍ସବ ୨୦୨୩ର ଶୁଭାରମ୍ଭ ଗତକାଲି ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସାଂସ୍କୃତିକ ସନ୍ଧ୍ୟାର ଉଦଘାଟନି ସମାରୋହରେ ଚଳଚିତ୍ର ଅଭିନେତା ଓ ନିର୍ଦେଶକ ମନୋଜ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ ଓ ନିଜ ଅଭିଭାଷଣରେ ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଚାର ପ୍ରସାର ବିନା ସମ୍ବଲପୁରୀ ଅସ୍ମିତା ରକ୍ଷା ସମ୍ଭବ ନୁହେଁ ବୋଲି କହିଥିଲେ । ଏହାପରେ ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ସଂସ୍କୃତି ସଂରକ୍ଷକ ସପନ ମିଶ୍ର, ଶିକ୍ଷାବିତ ସୁବାଷ ଚନ୍ଦ୍ର ନାୟକ, ବରିଷ୍ଠ ସାମ୍ବାଦିକ ବୀରେନ୍ଦ୍ର ପାଣିଗ୍ରାହୀ, ଯୁବ ସମାଜ ସେବୀ ଅସୀମ ପଟେଲ ତାଙ୍କର ଅଭିଭାଷଣ ରଖି ପଡା ଗାଁ ର ସମ୍ବଲପୁରୀ ଭାଷା ସଂସ୍କୃତି ପ୍ରତି ଅବଦାନ, ସମ୍ବଲପୁରୀ ବୟନ ଶିଳ୍ପ ପ୍ରତି ଅବଦାନ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ସୁବାସ ନାୟକ ଙ୍କ ଜୟ କୋଶଳ ଧ୍ଵନି ର ପ୍ରତିକ୍ରିୟା ରେ ସମଗ୍ର ଅଞ୍ଚଳ ଦର୍ଶକଙ୍କ ଜୟ ଧ୍ବନିରେ ପ୍ରକମ୍ପିତ ହୋଇ ଉଠିଥିଲା । ଏହାପରେ ଆୟୋଜକ ବୃନ୍ଦ ଅତିଥି ଅଭ୍ୟାଗତ ଙ୍କୁ ଧନ୍ୟବାଦ ଅର୍ପଣ କରି ମନୋଜ୍ଞ ସଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।
(ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ)