ସରଣ୍ଡା ଅଷ୍ଟଶମ୍ଭୁ ପୀଠରେ ଦୀପଘର ପାଇଁ ଭିର୍ତ୍ତିପ୍ରସ୍ତର ସ୍ଥାପିତ

0

ସରଣ୍ଡା,23/1(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ସରଣ୍ଡା ସ୍ଥିତ ଅଷ୍ଟଶମ୍ଭୁ ଶୈବ ପୀଠରେ ସୋମବାର ଦୀପ ଘର ପାଇଁ ଭିର୍ତ୍ତି ପ୍ରସ୍ତର ସ୍ଥାପିତ ହୋଇଯାଇଛି l ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରଣାପ୍ରତିଷ୍ଠା ପାଇଁ ସାରା ଜଗତରେ ଦୀପ ପ୍ରଜ୍ଜଳନ କରି ଭକ୍ତି ଭାବନାରେ ସମସ୍ତେ ଉଲ୍ଲସିତ ଥିବା ବେଳେ ଏହାକୁ ସ୍ମରଣୀୟ କରିବା ସକାଶେ ସରଣ୍ଡା ଅଷ୍ଟଶମ୍ଭୁ

ସ୍ଥଳରେ ସ୍ଥାୟୀ ଦୀପ ଘର ନିର୍ମାଣ କରିବାକୁ ମନସ୍ଥ କରିଥିଲେ ସମାଜସେବୀ ଫକୀର କର୍ଣ୍ଣ ଓ ତାଙ୍କ ସହଧର୍ମିଣୀ ସନ୍ତୋଷିନୀ କର୍ଣ୍ଣ l ଏହି ଶୁଭ ସମୟରେ ଶୈବ ପୀଠ ପରିସରରେ ଦୀପ ଘର ନିର୍ମାଣ ପାଇଁ ଅନୁଷ୍ଠିତ ଭିର୍ତ୍ତିପ୍ରସ୍ତର ସ୍ଥାପନ ଓ ପୂଜାପାଠରେ ଦାତା ସମାଜସେବୀ ଫକୀର କର୍ଣ୍ଣ, ତାଙ୍କ ପତ୍ନୀ ସନ୍ତୋଷିନୀ କର୍ଣ୍ଣ, ମନ୍ଦିର ପରିଚାଳନା କମିଟି ସଭାପତି ସଚ୍ଚିଦାନନ୍ଦ ମିଶ୍ର, ସଂଚାଳକ ଦେବରାଜ ମହାପାତ୍ର, ପୂଜକ ମାଲ ମହାପାତ୍ର, ରବୀନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!