ପ୍ରେମିକା ସହିତ ତାର ଦ୍ବିତୀୟ ପ୍ରେମିକ ଗିରଫ

ଭେଡେନ-21/1( ସଂସ୍କୃତି ମିଡ଼ିଆ )-ଭେଡେନ ବ୍ଲକ ସଂକ୍ରୀଡ଼ା ପଂଚାୟତ ସାରସପାଲି ଗ୍ରାମରେ ଭାଟିରେ ଗତ 30 ତାରିଖ ରାତିରେ ଭାଟି ମାଲିକ ହେମନ୍ତ ପଣ୍ଡା ସୋଇଥିବା ସମୟରେ ଭାଟିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ହେମନ୍ତ କୁ ମାରି ଦେବାକୁ ଉଦ୍ୟମର ପର୍ଦ୍ଧାଫାଶ କରିଛି ଭେଡେନ ପୋଲିସ l ଏହି ଘଟଣାରେ ପୋଲିସ ପ୍ରେମିକା ଓ ଦ୍ଵିତୀୟ ପ୍ରେମିକକୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି ପୋଲିସ l ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଖୁଣ୍ଟୁଲିପାଲି ଗ୍ରାମର ବର୍ଷୀୟ ଲକ୍ଷ୍ମଣ ଭୁଏ ଓ ଜଣେ ବିବାହିତା ମହିଳା l
ହେମନ୍ତ ଗୁରୁତର ହୋଇ ମୁର୍ମୁସ ଅବସ୍ଥାରେ ଭାଟିରୁ ଉଦ୍ଧାର ହୋଇ ଦୀର୍ଘ ଦିନର ଚିକିତ୍ସା ପରେ ଭଲ ହୋଇ 2 ଦିନ ଆଗରୁ ଘରକୁ ଆସିଛନ୍ତି।ଉକ୍ତ ଘଟଣା ତ୍ରିକୋଣୀୟ ପ୍ରେମ ପାଇଁ ଏପରି ଘଟିଥିବା ପୋଲିସ ସାମ୍ବାଦିକ ସମ୍ବିଳନୀରେ ପ୍ରକାଶ କରିଛି। ତାସହିତ ଜଣେ ବିବାହିତା ମହିଲା ସହିତ ତାର ପ୍ରେମିକ ଖୁଣ୍ଟୁଳୀ ପାଲି ଗ୍ରାମର ଲକ୍ଷ୍ମନ ଭୁଏ 26 କୁ ଗିରପ କରି କୋର୍ଟ ଚାଲାଣ କରିଛି।ସୂଚନା ଅନୁସାରେ ସାରଷପାଲି ଗ୍ରାମର ଜଣେ ବିବାହିତା ମହିଳା ତାର ସ୍ବାମୀ ପିଲାଛୁଆ ଥିବା ସହ ହେମନ୍ତ ସହ ଅନେକ ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା ଉଭୟ ଖୁବ ମିଳାମିଶା ମଧ୍ୟ କରୁଥିଲେ।ହେଲେ କିଛି ମାସ ହେବ ଉକ୍ତ ମହିଳାଙ୍କ ସହ ଖୁଣ୍ଟୁଲି ପାଲି ଗ୍ରାମର ଲକ୍ଷ୍ମନ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା।ଫଳରେ ହେମନ୍ତ ଏହାଜାଣି ଉଭୟଙ୍କ ମଧ୍ୟରେ ବାଧା ଦେବାରୁ ଉକ୍ତ ମହିଳା ଓ ତାର ଦ୍ବିତୀୟ ପ୍ରେମିକ ମିଶି ସବୁଦିନ ପାଇଁ ହେମନ୍ତ କୁ ମାରିବାକୁ ପ୍ଲାନ କରିଥିଲେ।ଗତ 30 ତାରିଖ ହେମନ୍ତ ଭାଟିରେ ସୋଇଥିବାର ଜାଣି ଉକ୍ତ ମହିଳା ଦ୍ବିତୀୟ ପ୍ରେମିକ କୁ ଖବର ଦେଲା ପରେ ଏକ ପଲସର ବାଇକ ରେ ଆସି ପେଟ୍ରୋଲ ଆଣି ଉଭୟ ଭାଟିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଫେରାର ମାରିଥିଲେ।ଘୁରୁତାର ଭାବେ ଅଚେତ ଅବସ୍ଥାରେ ହେମନ୍ତ କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲା।ହେମନ୍ତ ର ମୋବାଇଲ ଟ୍ରକଟ କରି ଉଭୟଙ୍କୁ ପୋଲିସ ଗିରପ କରିଥିବା ସାମ୍ବାଦିକ ସମ୍ବିଳନୀରେ ଏସ ଡ଼ି ପି ଓ ପଦାରବିନ୍ଦ ତ୍ରିପାଠୀ, ଥାନା ଅଧିକାରୀ ପ୍ରେମଜିଦ ଦାଶ ସୂଚନା ଦେଇଛନ୍ତି l