କୁଟୁରାଚୁଆଁ ଜୁନିୟର କଲେଜରେ ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ ଶିବିର

0

ସମ୍ବଲପୁର- (ସଂସ୍କୃତି ମିଡିଆ ) -ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ କୁଟୁରାଚୁଆଁ ଜୁନିୟର କଲେଜରେ ଅଧ୍ୟକ୍ଷ ନିଳାଞ୍ଚଳ ତିୱାରୀଙ୍କ ଅଧ୍ୟକ୍ଷତାରେ ଏକାଦଶ ଶ୍ରେଣୀର ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆତ୍ମସୁରକ୍ଷା ତାଲିମର ଉପକାରିତା ବିଷୟରେ ମତବ୍ୟକ୍ତ କରିଥିଲେ। ବରିଷ୍ଠ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଝାରୀ ସଭା ସଂଯୋଜନା କରିଥିବା ବେଳେ ତାଲିମ ଶିବିର ଦାୟିତ୍ବରେ ଥିବା ଅଧ୍ୟାପିକା ଭାବନା ପାଣ୍ଡେ ଅତିଥି ପରିଚୟ ,ସ୍ବାଗତ ଭାଷଣ ଓ ଉଦ୍ଦେଶ୍ୟ ପ୍ରଦାନକରି ଏହା ଆଠ ଦିନ ଧରି ଅନୁଷ୍ଠିତ ହେବ ବୋଲି ପ୍ରକାଶ କରିଥିଲେ। ଏହି ଅବସର ରେ ଅଧ୍ୟାପକ ସୁଧୀର କୁମାର ନାଏକ, ଶିକ୍ଷା ଡେମୋଷ୍ଟେଟର ପ୍ରତିମା କୁମାରୀ ନାଏକ ଓ ମାଷ୍ଟର ଟ୍ରେନର ସୁନିତା ବଗର୍ତ୍ତି ଉପସ୍ଥିତ ଥିଲେ। ଏହି ଶିବିରରେ ଏକାଦଶ ଶ୍ରେଣୀର ୩୦ ଜଣ ଛାତ୍ରୀ ତାଲିମ ଗ୍ରହଣ କରିବେ ବୋଲି କଲେଜ ତରଫରୁ ଜଣାପଡିଛି। ଶେଷରେ ଅଧ୍ୟାପକ ସତ୍ୟନାରାରଣ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।

(କୈଳାସ ମହାରଣାଙ୍କ ରିପୋର୍ଟ )


Leave a Reply

Your email address will not be published. Required fields are marked *

error: Content is protected !!