ଭଟଲିରେ ସୁନେତ୍ର କାର୍ଯ୍ୟକ୍ରମରେ ଚକ୍ଷୁ ପରୀକ୍ଷ୍ୟା ଶିବିର

0

ଭଟଲି,୩୧।୧: (ସଂସ୍କୃତି ମିଡ଼ିଆ )-ଭଟଲି ଗୋଷ୍ଟୀ ସ୍ଵାସ୍ଥ୍ୟ କେନ୍ଦ୍ର ଏବଂ ଗୋଷ୍ଟୀ ଶିକ୍ଷା ବିଭାଗର ମିଳିତ ସହଯୋଗରେ ସୁନେତ୍ର କାର୍ଯ୍ୟକ୍ରମ ଆନୁକୂଲ୍ୟରେ ସ୍କୂଲ ଛାତ୍ର ଛାତ୍ରୀଙ୍କର ପାଇଁ ଏକ ବ୍ଲକ ସ୍ତରୀୟ ଚକ୍ଷୁ ପରୀକ୍ଷା ଶିବିର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡ଼ା ଦେବାଶିଷ ବିଶ୍ୱାଳ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ସରୋଜ ଭୁଏଙ୍କର ତତ୍ୱାବଧାନରେ ଭଟଲି ଗୋଷ୍ଟୀ ଅନ୍ତର୍ନିବେଶି ସାଧନ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଭାଗ୍ୟଧର ବେହେରା ଯୋଗଦାନ କରି ଆବଶ୍ୟକୀୟ ଚକ୍ଷୁ ପରୀକ୍ଷା କରିଥିଲେ ଏବଂ ଯେଉଁ ପିଲା ମାନଙ୍କର ଦୃଷ୍ଟି ସମସ୍ୟା ଅଛି ସେମାନଙ୍କୁ ପରବର୍ତ୍ତୀ ସମୟରେ ଚଷମା ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ସୂଚିତ କରିଥିଲେ । ମୋଟ ୯୪ ଜଣ ଛାତ୍ର ଛାତ୍ରୀଙ୍କର ଚକ୍ଷୁ ପରୀକ୍ଷ୍ୟା କରାଯାଇଥିଲା ଏବଂ ୨୫ ଜଣଙ୍କୁ ଚଷମା ପ୍ରଦାନ କରାଯିବାକୁ ଚିନ୍ହିତ କରାଯାଇଥିଲା । ସିକିଲସେଲ କାର୍ଯ୍ୟକ୍ରମରେ ସମସ୍ତ ଛାତ୍ର ଛାତ୍ରୀଙ୍କର ସିକଲିନ ଟେଷ୍ଟ ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଝସକେତନ ଧରାଇ, ବିପିଏମ ଜୟ ପ୍ରକାଶ ପ୍ରଧାନ, ସୁପରଭାଇଜର ସନାତନ ନାଗ, ସିଏଚଓ ପ୍ରଭାତ ନଳିନୀ ମହାପାତ୍ର, ଶିକ୍ଷା ବିଭାଗରୁ ବିଆରଟି ଶିକ୍ଷକ ଛନ୍ଦା ଚରଣ ମେହେର ଏବଂ ହରି ବନ୍ଧୁ ଭୋଇ ପ୍ରମୁଖ ସହଯୋଗ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!