ଭେଡ଼େନ ଥାନା ଘେରାଉ ଘଟଣା, ହତ୍ୟା ମାମଲା ରୁଜୁ ପରେ ଆନ୍ଦୋଳନ ପ୍ରତ୍ୟାହୃତ

0

ଅତାବିରା : ୩୧/୧(ସଂସ୍କୃତି ମିଡ଼ିଆ) ବରଗଡ଼ ଜିଲ୍ଲା ଭେଡେନ ଥାନା କୁ ସାଲେପାଲି ଗ୍ରାମବାସୀ ଘେରାଉ କରିଥିଲେ । ପୋଲିସ ଘଟଣାର ଅଭିଯୋଗ କୁ ଆଧାର କରି ହତ୍ୟା ମାମଲା ରୁଜୁ କଲା ପରେ ବିଲମ୍ବିତ ରାତି ୧୦ଟା ସମୟରେ ଗ୍ରାମବାସୀ ଆନ୍ଦୋଳନ ପ୍ରତ୍ୟାହାର କରିନେଇଥିବା ଜଣାପଡ଼ିଛି । ସାଲେପାଲି ଗ୍ରାମ ର ଜଣେ ମହାଜନ ଟଙ୍କା ଉଧାରୀ ଦେଇ ଧାର ଟଙ୍କାକୁ ନେଇ ହତ୍ୟା ଅଭିଯୋଗ କରି ଥାନା ସମ୍ମୁଖରେ ଶବ ରଖି ଗ୍ରାମବାସୀ ଥାନା ଘେରାଉ କରିଥିଲ। ଏନେଇ ଭେଡେନ ପୋଲିସ କେଶ ନମ୍ବର ୨୩/୨୦୨୪ ଆଇ.ପି.ସି ୩୦୨/୩୪ ରେ ହତ୍ୟା ମାମଲା ରୁଜୁ କରି ଏହାର ଅଧିକ ତଦନ୍ତ ଚଲାଇଛି l ତଦନ୍ତ ସମୟରେ ହତ୍ୟା ଘଟଣା ପ୍ରମାଣ ମିଳିଲେ ଆଇନ ଅନୁଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଆଇସି ପ୍ରେମଜିତ ଦାଶ କହିଛନ୍ତି।

(ହୃଷିକେଶ ଖମାରୀଙ୍କ ରିପୋର୍ଟ )


Leave a Reply

Your email address will not be published. Required fields are marked *

error: Content is protected !!