ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କୁ ରାଜ୍ୟସଭାକୁ ମନୋନୀତ କରିବାକୁ ଦାବି

0

ସମ୍ବଲପୁର,୧/୨ (ସଂସ୍କୃତି ମିଡିଆ) ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁ ଗୁରୁବାର ଦିନ ସମ୍ବଲପୁର ସାମ୍ବାଦିକ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ପରିଷଦର ଅଧ୍ୟକ୍ଷ ନିହାଲ ସିଂ ସମ୍ବଲପୁରୀ ଗାୟକ ସମ୍ରାଟ ପଦ୍ମଶ୍ରୀ ଡକ୍ଟର ଜିତେନ୍ଦ୍ର ହରିପାଲଙ୍କୁ ରାଜ୍ୟସଭାକୁ ମନୋନୀତ କରିବାକୁ ଦାବି କରିଛନ୍ତି। ଆଗାମୀ ଦିନରେ ରାଜ୍ୟସଭା ନିର୍ବାଚନ ହେବାକୁ ଥିବାବେଳେ ଦଳମତ ନିର୍ବିଶେଷରେ ଡକ୍ଟର ହରିପାଲଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିବାକୁ ଆସନ୍ତା ୧୨ ତାରିଖ ଯାଏ ସମୟ ଦିଆଯାଇଛି। ତେବେ ଯଦି ୧୨ ତାରିଖ ମଧ୍ୟରେ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରାନଯାଏ ତେବେ ୧୩ ତାରିଖ ଦିନ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁ ସବୁ କଳାକାର ଓ କଳାପ୍ରେମୀଙ୍କୁ ନେଇ ଆରଡିସି କାର୍ଯ୍ୟାଳୟ ଆଗରେ ଧାରଣା ସହ ଘେରାଉ କରାଯିବ ବୋଲି ଘୋଷଣା କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ପରିଷଦର ଉପ-ମହାସଚିବ ଶେଖ୍ ଇନ୍ତେଖାପ୍, ଜିଲ୍ଲା ସହ-ସଂଯୋଜକ ପ୍ରଦୀପ କୁମ୍ଭାର ପ୍ରମୁଖ ମଞ୍ଚାସୀନ ଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!