ଏବିଇଓଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା

0

ଭଟଲି-୧ /୨ (ସଂସ୍କୃତି ମିଡ଼ିଆ )-ସ୍ଥାନୀୟ ଭଟଲି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଠାରେ ବିଇଓ ଶ୍ରୀ ସରୋଜ କୁମାର ଭୁଏ ଙ୍କ ଅଧ୍ୟକ୍ଷତାରେ ଆଜି ଏବିଇଓ ଜାରା ବାରିକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ସମସ୍ତ ସିଆରସିସି ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପ୍ରମୂଖ ଅଂଶ ଗ୍ରହଣ କରି ପ୍ରଥମେ ଦଧିବାମନ ସ୍ବାମୀଙ୍କୁ ମାଲ୍ଯାର୍ପଣ ପୂର୍ବକ ସଭା କାର୍ଯ୍ୟ ଆରମ୍ଭ କରିଥିଲେ। ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ଏବିଇଓ ଜାରା ବାରିକ ଏହି କାର୍ଯ୍ୟାଳୟରେ ୨୦୨୧ ମସିହାରେ ଯୋଗଦାନ କରି ଆଜି ସେ ତାଙ୍କ ଚାକିରୀ ଜୀବନରୂ ଅବସର ଗ୍ରହଣ କରିଛନ୍ତି। ଏ ଅବସରରେ ତାଙ୍କୁ ଉପଢୌକନ ଓ ମାନପତ୍ର ଦେଇ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏଥିରେ କାର୍ଯ୍ୟାଳୟର ପ୍ରକାଶ ଚନ୍ଦ୍ର ସାହୁ,ମିତ୍ରଭାନୁ

ସାହୁ ଲୋକନାଥ ମେହେର ପ୍ରମୁଖ ଶ୍ରୀ ବାରିକଙ୍କୁ ଜଣେ ଶାନ୍ତ, ମିଷ୍ଟଭାଷୀ ଓ ସମୟାନୁବର୍ତ୍ତିତାର ବ୍ୟକ୍ତି ବୋଲି ସ୍ମୃତିଚାରଣ କରିଥିଲେ। ସିଆରସିସି ସୁଶାନ୍ତ ସୁନା ସ୍ବାଗତ ଭାଷଣ ଦେଇ ଥିଲେ ଓ ଶେଷରେ ବୈରାଗୀ ସାହୁ ଧନ୍ୟବାଦ ଦେଇଥିଲେ। ଏଥିରେ ପ୍ରଧାନଶିକ୍ଷକ ଗଜେନ୍ଦ୍ର ଦାଶ, ଦେବାନନ୍ଦ ବିଶି,ଲାବଣ୍ୟବତୀ ସାହୁ,ଅଶୋକ ଡନସନା,ଶ୍ରବଣ ସାହୁ,ମନସୀ ପାତ୍ର,ସହଦେବ ପଧାନ,ଯୋଗେଶ୍ବର ପଧାନଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!