ବ୍ଳକସ୍ତରୀୟ ଓଡିଆ ଭାଷା,ସାହିତ୍ୟ ଓ ସୃଜନଶୀଳତାର ମହୋତ୍ସବ

0

ଭଟଲି- (ସଂସ୍କୃତି ମିଡ଼ିଆ )-ଭଟଲି ସରକାରୀ ଉଚ୍ଚ ବିଦ୍ୟାଳୟ ଭଟଲିଠାରେ ବ୍ଳକସ୍ତରୀୟ ଓଡିଆ ଭାଷା,ସାହିତ୍ୟ ଓ ସୃଜନଶୀଳତାର ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ବିଇଓ ସରୋଜ କୁମାର ଭୁଏ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରଧାନଶିକ୍ଷକ ଗଜେନ୍ଦ୍ରଦାଶ,ଦେବାନନ୍ଦ ବିଶି,କୃଷ୍ଣ କେଦାର ସାହୁ,ଲାବଣ୍ୟ ବତୀ ସାହୁ ମଞ୍ଚାସୀନ ଥିଲେ।ଏଥିରେ ପ୍ରାଥମିକ ସ୍ତରର ଛାତ୍ରଛାତ୍ରୀ ମାନଙ୍କ କୁଇଜ,ଚିତ୍ରାଙ୍କନ ଓ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା ଓ ସେମାନେ ଭାଷା,ସଂସ୍କୃତି,ହସ୍ତ କଳା ପ୍ରସିଦ୍ଧ ପୁସ୍ତକ, ପ୍ରକଳ୍ପ କାର୍ଯ୍ଯ ପ୍ରଦର୍ଶନ କରିଥିଲେ। ପରେ ପ୍ରତିଯୋଗିତା ଓ ପ୍ରଦର୍ଶନୀର ଶ୍ରେଷ୍ଠ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ୨୦୨୨-୨୩ ଶିକ୍ଷାବର୍ଷରେ ପ୍ରାଥମିକ ବୃତ୍ତି ପାଇଥିବା ୨୮ ଜଣ ଛାତ୍ରଛାତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ବ୍ଲକ୍ ସ୍ତରୀୟ ପ୍ରତିଯୋଗିତାରେ କୁଇଜ୍ ବରିଷ୍ଠ ବିଭାଗରେ କ୍ଷମାନିଧି ବରିହା, କନିଷ୍ଠ ବିଭାଗରେ ଓମ୍ ପ୍ରଭା ବାରିକ, ଚିତ୍ରାଙ୍କନ ବରିଷ୍ଠ ବିଭାଗରେ ପୂଜା ଖମାରୀ, କନିଷ୍ଠ ବିଭାଗରେ ଜନନୀ ବୁଡେକ୍, ବିତର୍କ ବିଭାଗରେ କ୍ଷଣିକା ପ୍ରସନ୍ନ ଷଡଙ୍ଗୀ, ଏକକ ନୃତ୍ୟ ବିଭାଗରେ ସ୍ବିଟି ସା, ଲେଖା/କବିତା ବିଭାଗରେ ସୁଜାତା କୁମ୍ଭାର, ପ୍ରସିଦ୍ଧ ପୁସ୍ତକ ବିଭାଗରେ ମେହେକ ବାଇ, ପ୍ରକଳ୍ପ ପ୍ରଦର୍ଶନ ବିଭାଗରେ ଉଦିତ ଠାକୁର, ପୋଷ୍ଟର ପ୍ରଦର୍ଶନ ବିଭାଗରେ ସ୍ଵସ୍ତିକ ଗର୍ଡିଆ ଓ ହସ୍ତଶିଳ୍ପ ବିଭାଗରେ ରୋଷନ୍ ବଢେଇ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲେ । ଏହି ଉତ୍ସବରେ ମଞ୍ଚ ପରିଚାଳନା କରିଥିଲେ ମନସୀ ପାତ୍ର ଓ ଶିକ୍ଷକ ଉପେନ୍ଦ୍ର ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କ ସମେତ ଶିକ୍ଷକ ନେତ୍ରାନନ୍ଦ ମେହେର,ସଞ୍ଜିବ ଷଡଙ୍ଗୀ,ପରେଶ ଭୋଇ,ଦିଲ୍ଳିପ ଚନ୍ଦ୍ର ମହାପାତ୍ର, ଭୁବନ ମୋହନ ମହାନ୍ତି, ନିମାଇଁଚରଣ ପତି,ଶ୍ରବଣ ସାହୁ, ଢାଲେଶ୍ବରୀ ପଟେଲ, ଓ ସମସ୍ତ ସିଆରସିସିଙ୍କ ଓ କାର୍ଯ୍ୟାଳୟର ମିତ୍ରଭାନୁ ସାହୁ,ପ୍ରକାଶ ଚନ୍ଦ୍ର ସାହୁ,କ୍ରିଷ୍ଣା ଦାସ ପ୍ରମୁଖ ସହଯୋଗ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!