1. ଅତାବିରା ବ୍ଲକ୍ ସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଲତା ଉତ୍ସବ

ସରଣ୍ଡା,4/2(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଖଇରପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ରବିବାର ଅତାବିରା ବ୍ଲକ୍ ସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଲତା ଉତ୍ସବ ଅବସରରେ ଚିତ୍ରାଙ୍କନ,ତର୍କ, କୁଇଜ୍, ଏବଂ ଗୀତ,ଗପ,ଚିତ୍ରକଳା,ଓଡ଼ିଆ ପ୍ରସିଦ୍ଧ ପୁସ୍ତକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଅଛି । ଅତାବିରା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ରୂପେ ରଣଜିତ ସାହୁ,ଜିଲ୍ଲା ପରିଷଦ ସଦସ୍ୟ ଯୋଗଦାନ କରିଥିଲେ । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ, ତପନ କୁମାର ଦାସ,ରବୀନ୍ଦ୍ର କୁମାର ସାହୁ ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ ମେହେର, ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନବୋଧ ମାଝୀ , ପ୍ରଥମିକ ଶିକ୍ଷକ ସଂଘ ର ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା ମଞ୍ଚାସିନ ଥିଲେ । ମଞ୍ଚ ପରିଚାଳନା କରିଥିଲେ ଛନ୍ଦପାଲି ସି.ଆର.ସି.ସି. କେଶବ ଛନ୍ଦ। ସହଯୋଗ କରିଥିଲେ ସମସ୍ତ ସି.ଆର.ସି.ସି. ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖଇରପାଲି ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପରିଚାଳନା କମିଟି ର ସଦସ୍ୟ ସଦସ୍ୟା। ବିଭିନ୍ନ ପ୍ରତିଯୋଗିତା ଓ ପ୍ରଦର୍ଶନୀ କୁ ପରିଚାଳନା କରିଥିଲେ ରଶ୍ମିରାଣୀ ନନ୍ଦ,ତ୍ରିଲୋଚନ ସେଠ୍, ନନ୍ଦିଘୋଷ ଭୁଏ, ରାଜୀବ ବିଶ୍ଵାଳ,ଋଷୁଭ ପଣ୍ଡା,କିଚକ ସୁନା, ସିତାପତି ପ୍ରଧାନ, କୃତାର୍ଥ ଚନ୍ଦ୍ର ଭୁଏ, ଧରମ ନାଏକ,ଭକ୍ତ କଂହେଇ । ଉଦଯାପନୀ ଉତ୍ସବରେ ଭାଷା ସାହିତ୍ୟ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା ।

ମଞ୍ଚ ପରିଚାଳନା କରିଥିଲେ ସି.ଆର.ସି.ସି ନନ୍ଦିଘୋଷ ଭୁଏ । କନିଷ୍ଠ ଓ ବରିଷ୍ଠ ବିଭାଗରେ ହୋଇଥିବା କୁଇଜ୍,ଚିତ୍ରାଙ୍କନ,ବିତର୍କ,ଗପ,କବିତା,ହସ୍ତଶିଳ୍ପ,ଚିତ୍ରକଳା,ପୁସ୍ତକ ପ୍ରଦର୍ଶନୀ ଓ ଏକକ ନୃତ୍ୟ ରେ ଯଥାକ୍ରମେ ପୁରୁଷୋତ୍ତମ ପଣ୍ଡା, ମୁକ୍ତେଶ୍ଵର ବେହେରା,ଚିରାଗ ସାହୁ, ରିତୁରାଣୀ ବଗର୍ତ୍ତୀ, ରୋହନ କୁମାର କର,ନୂତନ ସେଠ୍, ବର୍ଣ୍ଣାଲି ରାଉତ,ଅର୍ପିତା ପ୍ରଧାନ, ତନୁଶ୍ରୀ ପ୍ରଧାନ, ଜସ୍ମିନ ପ୍ରଧାନ,ଅଂଶୁମାନ ସାହୁ,ପୂଜା ସୁନା ଛାତ୍ର ଛାତ୍ରୀ ଯଥାକ୍ରମେ ପ୍ରଥମ ସ୍ଥାନ ହାସଲ କରି ଜିଲ୍ଲା ସ୍ତରୀୟ ଉତ୍ସବ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ।

 


Leave a Reply

Your email address will not be published. Required fields are marked *

error: Content is protected !!