ପପଙ୍ଗା ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ

0

ଭେଡେନ, ୬ / ୨ (ସଂସ୍କୃତି ମିଡ଼ିଆ )-ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ପପଙ୍ଗା କଲୋନୀ ଠାରେ  ସୋମବାର ଦିନ ଚତୁର୍ଦ୍ଦଶ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ।ମୁଖ୍ୟ ଅତିଥି ରୂପେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନନୀୟ ଶ୍ରୀଯୁକ୍ତ ମଚ୍ଛିନ୍ଦ୍ର ମଲ୍ଲିକ,ସମ୍ମାନୀତ ଅତିଥି କ୍ରାନ୍ତିକାରୀ କବି ଶ୍ରୀଯୁକ୍ତ ହରିଲାଲ୍ ସାହୁ,ମୁଖ୍ୟ ବକ୍ତା ରୂପେ ଜଣେ ଭାଷାବିତ୍,ସମୀକ୍ଷକ ଓ ଆଲୋଚକ ଶ୍ରୀଯୁକ୍ତ ଉତ୍ପନ୍ନ ଭୋଇ ଯୋଗ ଦେଇଥିଲେ ।ବିଦ୍ୟାଳୟର ସଭାପତି ଅବସର ପ୍ରାପ୍ତ ସେନା ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କୁମାର ମେହେର ସଭାପତିତ୍ବ କରିଥିଲେ।ସମ୍ପାଦକ କଟାପାଲି ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀଯୁକ୍ତ ମନୋରଞ୍ଜନ ମାଝୀ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଶଙ୍କର୍ଷଣ ମିଶ୍ର ବାର୍ଷିକ ବିବରଣୀ ପଠନ କରିଥିଲେ ।ବିଦ୍ୟାଳୟର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।ମେଧାବୀ ଛାତ୍ର ଛାତ୍ରୀଙ୍କୁ ଅତିଥି ଅଧିକାରୀ ମାନଙ୍କ ହାତରୁ ପୁରସ୍କୃତ କରାଯାଇଥିଲା ।ସଭାକାର୍ଯ୍ୟ ପରେ ଶିଶୁ ଭାଇ ଭଉଣୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ହୋଇଥିଲା ।ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ଭାଇଙ୍କ ସହଯୋଗରେ ଏହି ଉତ୍ସବଟି ଧୁମ୍ ଧାମ୍ ରେ ପାଳିତ ହୋଇଯାଇଛି ।


Leave a Reply

Your email address will not be published. Required fields are marked *

error: Content is protected !!