ବରଗଡ଼ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗୁଡେଶିରା ଉଚ୍ଚ ବିଦ୍ୟାଳୟର ରୋପ୍ୟ ଜୟନ୍ତୀ ସମାରୋହ ପାଲନ ହୋଇଯାଇଛି

ବରଗଡ଼,7/2(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗୁଡେଶିରା ଉଚ୍ଚ ବିଦ୍ୟାଳୟର ରୋପ୍ୟ ଜୟନ୍ତୀ ସମାରୋହ ଉତ୍ସାହର ସହ ପାଲନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟା ପୁଷ୍ପା ଭୋଇ,ବ୍ଲକ ଶିକ୍ଷା ଅଧିକାରୀ ଶେବାଶ୍ରୀ ଭୋଇ, ସ୍କୁଲ୍ ସଭାପତି ଲଳିତ ଆଚାର୍ଯ୍ୟ,ସରପଞ୍ଚ କୁନ୍ତଳା ପାଣ୍ଡେ, ଯୁବ ନେତା ତାପସ ଦାଶ, ବିଧାୟକ ପ୍ରତିନିଧି ମନୀଷ ଆଚାର୍ଯ୍ୟ, ସମିତି ସଭ୍ୟ ସାନନ୍ଦ ବାଗ୍, କୁଳମଣି ଦାଶ, ଦେବ ଚିନ୍ଦା, ରବି ଦେବତା, ଡିଲେଶ୍ୱରି ମେହେର ପ୍ରମୂଖ ଯୋଗ ଦେଇ ଶିକ୍ଷା ଓ ଶିକ୍ଷାର ଗୁରୁତ୍ଵ ସମ୍ପର୍କରେ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ତେବେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲୋଚନା ମିଶ୍ର ବିବରଣୀ ପାଠ କରିଥିବା ବେଳେ ବିଦ୍ୟାଲୟ ଶିକ୍ଷକ ମନୋଜ ମହାପାତ୍ର କାର୍ଯ୍ଯକ୍ରମ ସଂଯୋଜନା କରିଥିଲେ। ଏଥିରେ ବିଦ୍ୟାଳୟର ପ୍ରଶାନ୍ତ ଭୋଇ, ରାମ ସାହୁ, ଯୋଗେଶ୍ୱରି ସିଂ ବାବୁ ପ୍ରମୁଖ ସହଯୋଗ କରିଥିଲେ।
ଏହି ଅବସରରେ ଶହ ଶହ ଅଞ୍ଚଳବାସୀ କାର୍ଯ୍ଯକ୍ରମରେ ଏକତ୍ରିତ ହୋଇଥିବା ବେଳେ ପୁରାତନ ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀ ଏହି ବିଦ୍ୟାଳୟକୁ 5ଟି ରେ ସାମିଲ କରଯାଇଥିବା ହେତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡ୍ୟାନ ସହ ସ୍ଥାନୀୟ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ପ୍ରଶଂସା କରୁଛନ୍ତି। ତେବେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ଯକ୍ରମରେ ମଞ୍ଚ ଦୁଲୁକୀ ଉଠିଥିଲା ।