ପଦ୍ମପୁର ନିର୍ବାଚନ ମଣ୍ଡଳୀ,ଚର୍ଚ୍ଚାରେ ପ୍ରିତମ ମେହେର

0

ପଦ୍ମପୁର:-ନିର୍ବାଚନ ଯେତିକି ପାଖେଇ ଆସୁଛି ସେତେ ଯୋର ଧରିଛି ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ଟିକେଟ ପାଇବ କିଏ ?ଠିକ କଥା ଏଭଳି ଆଲୋଚନା,ପର୍ଯ୍ୟାଆଲୋଚନା ଲାଗିବା ସ୍ୱାଭାବିକ। ଗତକାଲି ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଯାଉଥିବା ପଦ୍ମପୁର ସଦର ବାସିନ୍ଦା ସମାଜସେବୀ ତଥା ପଦ୍ମପୁରର ଗୈାତିଆ ଭାରତ ଭୂଷଣ ମେହେରଙ୍କ ସୁପୁତ୍ର ଯିଏକି ବିଜୁ ଜନତା ଦଳର ଜଣେ ଆଗଧାଡିର ସଂଗଠକ ଶ୍ରୀଯୁକ୍ତ ପ୍ରିତମ ମେହେର ୫-ଟି ସଚିବ ଶ୍ରୀଯୁକ୍ତ ଭି.କେ ପାଣ୍ଡିଆନଙ୍କୁ ସୈାଜନ୍ୟମୂଳକ ସାକ୍ଷାତ କରିବା ସହିତ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଭାବେ ଛିଡ଼ା ହେବା ପାଇଁ ଆବେଦନ ପତ୍ର ଦାଖଲ କରିଛନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି।

ଲୋକଙ୍କ ସେବାରେ ସମର୍ପିତ ଶ୍ରୀଯୁକ୍ତ ପ୍ରିତମ ମେହେର ଏକ ଦକ୍ଷ ସଂଗଠକ ହୋଇଥିବା ସ୍ଥଳେ ଅତୀତରେ ଅଞ୍ଚଳ କଲେଜ ପଦ୍ମପୁରର ଛାତ୍ର ସାଂସଦର ସଭାପତି ପ୍ରାର୍ଥୀ ଭାବେ ବିଜୟୀ ହୋଇ ତାଙ୍କ ସମୟରେ ମହାବିଦ୍ୟାଳୟ ଅନେକ କିଛି ଆନୁସଙ୍ଗିକ ଅବ୍ୟବସ୍ଥା କୁ ଦୂର କରିପାରିଥିଲେ।ସେଇଠୁ ଆରମ୍ଭ ହୁଏ ତାଙ୍କ ରାଜନୈତିକ ଜୀବନ। ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଦୁଇ ଦୁଇ ଥର ଅଧ୍ୟକ୍ଷ ଭାବେ କାର୍ଯ୍ୟନିର୍ବାହ କରିଛନ୍ତି। ବର୍ତ୍ତମାନ ସେ ହାଉସିଂ ବୋର୍ଡର ସଦସ୍ୟ ଥିବାବେଳେ ସମବାୟ ପ୍ରାଥମିକ କୃଷି ସେବା ସମବାୟ ସମିତିରୁ ସଭାପତି ଭାବେ ଅଛନ୍ତି। ସମବାୟ ସମିତି ର ସମସ୍ତ ସଦସ୍ୟ ମାନଙ୍କ ମୈାଳିକ ସମସ୍ୟା କିଭଳି ଦୂର ହୋଇପାରିବ ସେ ନେଇ ସେ ବେଶ ଯତ୍ନବାନ ରହି କାମ କରି ଚାଲିଛନ୍ତି ।ସେ ବର୍ତମାନ ଲାୟନ୍ସ କ୍ଲବର ସଭାପତି ଭାବେ ଗୁରୁଦାୟିତ୍ଵ ବହନ ପରଠାରୁ ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରି ଗରିବ ନିରିହ ଜନସାଧାରଣଙ୍କ ବେଶ ପ୍ରିୟପାତ୍ର ହୋଇ ପାରିଛନ୍ତି। ତାଙ୍କ ଏତାଦୃଶ ମହତ କାର୍ଯ୍ୟରେ ମୁଗ୍ଧ ହୋଇ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ହାଉସିଂ ବୋର୍ଡର ସଦସ୍ୟ ଭାବେ ଦାୟିତ୍ବ ଦେବା ଛୋଟିଆ କଥା ନୁହେଁ।ଶ୍ରୀ ମେ‌ହେର ପଛକୁ ନ ଅନାଇ ପାହଚ ପରେ ପାହାଚ ଅତିକ୍ରମ କରି ଆଗେଇ ଚାଲିଛନ୍ତି ଆଗକୁ ଆଗକୁ। ତାଙ୍କ ସମୟରେ ଯେତେବେଳେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଥିଲେ ସେ ସମୟରେ ପଦ୍ମପୁର ସହରର ଅନେକ ଗୁଡାଏ ଉନ୍ନୟନ ମୂଳକ କାର୍ଯ୍ୟ ସହ ବିଭିନ୍ନ ପ୍ରକାରର ସମସ୍ୟା ମାନ ସମାଧାନ କରିପାରିଥିଲେ। ସ୍ୱର୍ଗତ ଗୈାତିଆ ଭାରତ ଭୂଷଣ ମେହେର ଜଣେ ନିଷ୍ଠାପର ସମାଜସେବୀ ଥିଲେ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।କାରଣ ତାଙ୍କ ଜିବିତାବସ୍ଥା ରେ ପଦ୍ମପୁର ବଡବନ୍ଧ,ଶିବ ମନ୍ଦିର ନିର୍ମାଣ ପାଇଁ ଜମିଦାନ, ମେହେର ପଡା ସ୍ଥିତ ଜଗନ୍ନାଥ ମନ୍ଦିର,କଟାବନ୍ଧ, ସତ୍ୟସାଇ ମନ୍ଦିର ନିର୍ମାଣ ପାଇଁ ଜମିଦାନ କରି ତାଙ୍କ ସମାଜସେବାର ପରିଚୟ ଦେଇ ସାରିଛନ୍ତି।ପିଲା ମାନଙ୍କ ସୁନ୍ଦର ଭବିଷ୍ୟତ ତୋଳିବାରେ ମଧ୍ୟ ତାଙ୍କ ଅବଦାନ ଅନେକ କିଛି ରହିଛି, ଯେମିତି ପଦ୍ମପୁର ମେହେର ପଡ଼ାରେ ସ୍କୁଲ ନିର୍ମାଣ ପାଇଁ ଜମିଦାନ,ଆର.ବି ହାଇସ୍କୁଲ ସମ୍ମୁଖରେ ଗଙ୍ଗାଧର ମେହେର ପ୍ରତିମୂର୍ତ୍ତି ନିର୍ମାଣରେ ତାଙ୍କ ଅବଦାନ ଅତୁଳନୀୟ।ସେ ଭଳି ଜଣେ ସମାଜସେବୀଙ୍କ ଘରର ସୁପୁତ୍ର ଭାବେ ଶ୍ରୀ ମେହେରଙ୍କ ଚିନ୍ତାଧାରା ନିଶ୍ଚିତ ବାପାଙ୍କ ପରି ହେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।ସହରର ଠାରୁ ବିଭିନ୍ନ ଗ୍ରାମପଞ୍ଚାୟତ ଅଞ୍ଚଳର ଲୋକଙ୍କ ସମସ୍ୟା ବୁଝିବା ଏବଂ ଗୋଟିଏ ଚୁଟକି ରେ ସମସ୍ୟାର ସମାଧାନ କରିବାରେ ବେଶ ମାହିର ଥିବା ପ୍ରିତମ ମେହେରଙ୍କୁ ୨୦୨୪ ସାଧାରଣ ନିର୍ବାଚନରେ ଯଦି ବିଜୁ ଜନତା ଦଳ ପ୍ରାର୍ଥୀ ଚୟନ କରେ ତେବେ ବିପୁଳ ସଂଖ୍ୟାର ଭୋଟରେ ଜିଣିବା ସୁନିଶ୍ଚିତ ବୋଲି ଜନସାଧାରଣରେ ଚର୍ଚ୍ଚା ଜୋର ଧରିଛି।


Leave a Reply

Your email address will not be published. Required fields are marked *

error: Content is protected !!