ନୂଆଁଗଡ଼ ପୂର୍ରାଖାଇ ନାଗେଶ୍ଵର ବାବା ଶିବ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ସମ୍ପନ୍ନ

ଭଟଲି,୧୯।୨(ସଂସ୍କୃତି ମିଡ଼ିଆ ): ଭଟଲି ବ୍ଲକ ଅନ୍ତର୍ଗତ ପୂର୍ରାଖାଇ ଗ୍ରାମର ନବନିର୍ମିତ ଶ୍ରୀ ଶ୍ରୀ ନାଗେଶ୍ଵର ଶିବ ମନ୍ଦିର ଓ ହନୁମାନ ମନ୍ଦିରର ପ୍ରତିଷ୍ଠା ମହୋତ୍ସବ ରବିବାର ସମ୍ପନ୍ନ ହୋଇଯାଇଛି । ପାଞ୍ଚଦିନ ବ୍ୟାପି ଆୟୋଜିତ ହୋଇଥିବା ମହୋତ୍ସବରେ ପୂଜା ମଣ୍ଡପରେ ମଣ୍ଡପ ପୂଜା, ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇ ଧାନ୍ୟାଭିଷେକ, ଯୁପରାଜଙ୍କ ପୂଜା, ଶିବ ସହସ୍ର ନାମ, ହନୁମାନ ଚାଲିସା ପାଠ, ରୁଦ୍ରାଭିଷେକ,ଚଣ୍ଡୀ ହୋମ, ପୂର୍ଣ୍ଣାହୁତି, ଦଧିନିୟୁତି, ଆରତୀ, ପୁଷ୍ପାଞ୍ଜଳି, ମନ୍ଦିର ଚାରିପଟେ ଭକ୍ତଙ୍କ ହରିବୋଲ ହୁଳହୁଳି, ଘଣ୍ଟ, ଶଙ୍ଖ, ବାଦ୍ୟ ମଧ୍ୟରେ ନଵ ନିର୍ମିତ ମନ୍ଦିରରେ ବିଗ୍ରହ ପ୍ରବେଶ, ମନ୍ଦିର ଚୁଡାରେ କଲସ ସ୍ଥାପନ, ଧ୍ବଜା ରୋହଣ ସହିତ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା। ଏଥିରେ ବିପିନ ସାହୁ ପତ୍ନୀ ଦିବ୍ୟା ସାହୁ, ହରି ଖମାରୀ ପତ୍ନୀ କୌଶଲ୍ୟା ଖମାରୀ, ଅକ୍ଷୟ ସାହୁ ପତ୍ନୀ ରଶ୍ମିତା ସାହୁ, ଯାଦବ ସାହୁ ପତ୍ନୀ ରେଖା ସାହୁ କର୍ତ୍ତାଭାବରେ ଦାଇତ୍ୱ ତୁଲାଇଥିଲେ । ପଣ୍ଡିତ ବାଚସ୍ପତି ରଥ, ଲଳିତ ରଥ, ଅଂଶୁମାନ ରଥ, ଶେଷଦେଵ ଆଚାର୍ଯ୍ୟ, ସବ୍ୟସାଚୀ ରଥ, ଯଦୁମଣି ହୋତା ପ୍ରମୁଖ ପୂଜାର୍ଚ୍ଚନା କରିଥିଲେ। ଉପସ୍ଥିତ ଥିବା ଭକ୍ତ ମାନଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବନ୍ଦିତା ନାଏକ ରାମାୟଣ ପାରାୟଣ ପରିବେଷଣ କରିଥିଲେ। ସନ୍ଧ୍ୟାରେ ମାନପୁରର ରାମଳୀଲା ଅନୁଷ୍ଠିତ ହୋଇଥିଲା। ଅତିଥି ଭାବରେ ବରଗଡ଼ ଜିଲ୍ଲା ର ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନୀନି ଭୋଇ, ସ୍ୱେଚ୍ଛାସେବୀ ସୁବ୍ରତ ସିଂ, ଭଟଲି ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ ପଧାନ,ନୁଆଗଡ଼ ସରପଞ୍ଚ ଦୁର୍ବାସା ପଧାନ,ଉର୍ଦୁନା ସରପଞ୍ଚ ଗୋବିନ୍ଦ ପଧାନ, ଜିଲ୍ଲା ପରିଷଦ ସଭ୍ୟା ଭାରତୀ ଭୁଏ,ଚଡେଇଗାଁ ସରପଞ୍ଚ ସତ୍ୟବତୀ ସାହୁ ଯୋଗଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମ ମନ୍ଦିର ପ୍ରତିଷ୍ଠା କମିଟିର ବିଦ୍ୟାଧର ଖମାରୀ, ହରି ଖମାରୀ, କଷ୍ଟ ଖମାରୀ, ଶ୍ରୀରାମ ଖମାରୀ ,ଅଶ୍ୱିନୀ ଖମାରୀ ,ଗୁରୁଦେବ ସାହୁ, ନାରାୟନ ଖମାରୀ, ପାଣ୍ଡବ ସାହୁ, ପରକ୍ଷିତ ଖମାରୀ ଓ ରାମଚନ୍ଦ୍ର ଖମାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଏବଂ ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା।