ଭଟଲିରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ

0

ଭଟଲି, ୧୯/୨: (ସଂସ୍କୃତି ମିଡ଼ିଆ )-ବରଗଡ଼ ଜିଲ୍ଲା ଭଟଲି ଗ୍ରାମପଞ୍ଚାୟତ ଠାରେ ଆମ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଗ୍ରାମାଞ୍ଚଳର ଭିତ୍ତିଭୂମିର ବିକାଶ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପ୍ରୟାସକୁ ଲୋକ ଲୋଚନକୁ ପହଞ୍ଚାଇବା ପାଇଁ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବେ ଭଟଲି ପଞ୍ଚାୟତ ସମିତିର ଅଧ୍ୟକ୍ଷ ନିତ୍ୟାନନ୍ଦ ପଧାନ ଯୋଗଦାନ କରି ଥିବାବେଳେ ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହରେକୃଷ୍ଣ ମେହେର, ଭଟଲି ପଞ୍ଚାୟତ ସମିତିର ଅଧ୍ୟକ୍ଷା ଲଲିତା ବାଗ, ଭଟଲି ପଞ୍ଚାୟତର ସରପଞ୍ଚ ପ୍ରମୋଦିନୀ ପଧାନ, ସମିତି ସଭ୍ୟା ଉପମା ସିଂ, ସରପଞ୍ଚ ସଂଘର ସଭାପତି ଗୋବିନ୍ଦ ପଧାନ, ଜିଲ୍ଲା ପରିଷଦ ସଦସ୍ୟ ଈଶ୍ୱର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଦସ୍ୟା ଭାରତୀ ଭୁଏ, ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ । ମଞ୍ଚାସୀନ ଅତିଥି ମାନେ ବିଗତ ସମୟରେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା କେତେ ଦୂର ସଫଳ ରୂପାୟନ ହୋଇ ଜନସାଧାରଣଙ୍କ ଉନ୍ନତିରେ ସହାୟକ ହୋଇଛି ସେ ଉପରେ ଆଲୋକପାତ କରିଥିଲେ ତଥା ନବୀନ ବାବୁଙ୍କ ବିକାଶ ଧାରାରେ ସମସ୍ତେ ଯୋଡ଼ି ହୋଇ ନିଜର ନିଜ ପଞ୍ଚାୟତର ତଥା ସମଗ୍ର ଓଡ଼ିଶାକୁ ସମୃଦ୍ଧ କରିବାକୁ ସଚେତନତା ଧର୍ମି ମନ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିପିଏମ୍ ଶରତ ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ପିଇଓ ପ୍ରକାଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବ୍ୟଙ୍ଗ କବି ଦେବେନ୍ଦ୍ର ସାହୁ, କବି କିଶୋର ସାହୁ, କବି ଭରତ ନାଏକ, କବି ମନୋରଞ୍ଜନ ଲୁହା, କବି ନକୁଳ ମେହେର ମଞ୍ଚାସୀନ ହୋଇ ନିଜର ବ୍ୟଙ୍ଗ କବିତା ପରିବେଷଣ କରିଥିଲେ । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମାନ ଉପସ୍ଥାପନ କରାଯାଇଥିଲା । ଏହି ଅବସରରେ ଭଟଲି ବ୍ଳକର ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ସହିତ ବହୁତ ସଂଖ୍ୟାରେ ଗ୍ରାମବାସୀ ଯୋଗଦାନ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!