ଜୁହାର ଦଦା ସମ୍ବଲପୁର ସ୍ରଷ୍ଟା ଙ୍କୁ ଝୁରୁଛି ସାରା କୋଶଳ // ଗଙ୍ଗାଶ୍ରାଦ୍ଧ ରେ ଶ୍ରଦ୍ଧାଞ୍ଜଳି ସଭା

ସରଣ୍ଡା,23/2(ଯୁଧିଷ୍ଠିର ମହାପାତ୍ର )-ବରଗଡ ଜିଲା ଅତାବିରା ବ୍ଲକ କଟାପାଲି ନିବାସୀ କବି ସ୍ବର୍ଗତ ସନ୍ତୋଷ ପ୍ରଧାନଙ୍କୁ ଶୁକ୍ରବାର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଛି l ଶୁକ୍ରବାର ଥିଲା ଜୁହାରଦଦା ସମ୍ବଲପୁର ଓ ସମ୍ବଲପୁରୀ ରାମାୟଣ ର ସ୍ରଷ୍ଟା ପୂଜ୍ୟ କବି ସନ୍ତୋଷ ପଧାନ ଙ୍କ ଗଙ୍ଗାଶ୍ରାଦ୍ଧ ଦିବସ । ଏହି ଅବସରରେ ତାଙ୍କ ଵାସଭବନ କଟାପାଲି ଗ୍ରାମ ଠାରେ ଦୟାନିଧି ପଧାନ ଙ୍କ ସଭାପତିତ୍ୱ ରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜିତ ହୋଇଥିଲା । ଏଥି ରେ ଆକାଶବାଣୀ ଶ୍ରୋତାସଂଘ ବରଗଡ ର ସଦଶ୍ୟ ଜଗନ୍ନାଥ୍ ସାହୁ ,ବିପ୍ଳବି କବି ପରମେଶ୍ୱର ବାଗ ,ଶିକ୍ଷକ ଜଗଦିଶ ସାହୁ ,ସୁରେନ୍ଦ୍ର କଠାର,ସଂଜିପ୍ ପଧାନ ,ଫୁଲକୁ ଦୀପ ,ପ୍ରଶାନ୍ତ ପଧାନ ,କିଶୋର ପାତ୍ର, ରବୀନ୍ଦ୍ର ଠାକୁର, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ରଣଜିତ ସାହୁ,ସୁଦାମ ସାହୁ ,ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ସଚ୍ଚିଦାନନ୍ଦ ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରି ସ୍ବର୍ଗତ ପଧାନ ଙ୍କ ସ୍ନୁତି ଚାରଣକ ରିଥିଲେ । ଏଥିରେ ତାଲଶ୍ରୀଗିଡା ଭଜନ ସଂଧ୍ୟା ର କଳାକାର ମାନେ ଅତି ସୁମଧୁର ଭଜନ ପରିବେଶଣ କରିଥିଲେ ।ଶେଷ ରେ ଶ୍ରୋତାସଂଘ ର ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ଧନ୍ୟଵାଦ ଅର୍ପଣ କରିଥିଲେ ।