ବରଗଡ଼,25/2(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲ୍ଲାର ଟାଣୁଆ ନେତା ପୂର୍ବତନ ଅତାବିରା ବିଧାୟକ ତଥା ନିକଟରେ କଂଗ୍ରେସ ଛାଡିଥିବା ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ ରବିବାର ପଦ୍ମ ପୋଖରୀରେ ବୁଡ଼ ପକାଇଛନ୍ତି l

ନିହାର କଂଗ୍ରେସ ଦଳରୁ ଇସ୍ତଫା ଦେବା ପରେ କେଉଁ ଦଳକୁ ଯିବେ ସେନେଇ ଚର୍ଚ୍ଚା ଜୋର ଧରିଥିଲା। ରବିବାର ଅନ୍ତ ଏହାର ଘଟିଛି। ବିଜେପି ଦଳରେ ସାମିଲ ହେବେ ବୋଲି ପ୍ରତ୍ୟକ୍ଷରେ ନହେଲେ ବି ପରୋକ୍ଷରେ ଇଙ୍ଗିତ ଦେଇଥିଲେ ନିହାର ମହାନନ୍ଦ। ପୂର୍ବତନ କଂଗ୍ରେସ ଜିଲ୍ଲା ସଭାପତି ନିହାର ଆଜି ଭୁବନେଶ୍ବର ଯାଇ ବିଜେପି ଦଳରେ ସାମିଲ ହୋଇ ପଦ୍ମ ପୋଖରୀରେ ବୁଡ଼ ପକାଇଛନ୍ତି l ରବିବାର ନିହାର ବରଗଡ଼ ଜିଲ୍ଲା କର୍ମକର୍ତ୍ତା ବିଜେପି ଜିଲ୍ଲା ସଭାପତି ଅଶ୍ଵିନୀ ଷଡ଼ଙ୍ଗୀ, ଡ଼ି ମୁରଲୀ କ୍ରିଷ୍ଣା, ଡ଼. ଅରୂପାନନ୍ଦ ସାହୁ ପ୍ରମୁଖଙ୍କ ସହ ଭୁବନେଶ୍ୱର କାର୍ଯ୍ୟାଳୟରେ ପହଞ୍ଚି ରାଜ୍ୟ ନେତୃବୃନ୍ଦଙ୍କ ଗହଣରେ ଯୋଗ ଦେଉଛନ୍ତି l ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ମିଡିଆ ସେଲ ର ରାଜ୍ୟ ପ୍ରବକ୍ତା ମନୋଜ ମହାପାତ୍ର, ଉପାସନା ମହାପାତ୍ର ପ୍ରମୁଖ ଙ୍କ ଉପସ୍ଥିତିରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ନିହାର ମହାନନ୍ଦ ବିଜେପିରେ ଅନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି l ତେବେ ନିହାର କଂଗ୍ରେସ ଛାଡ଼ିବା ପରେ ଗଣମାଧ୍ୟମକୁ କହିଥିଲେ ଯେ, ସମର୍ଥକ ଯାହା କହିବେ, ସେ ସେହିପରି ନି‌ଷ୍ପତ୍ତି ‌ନେବେ। କିନ୍ତୁ ନିହାରଙ୍କ ହାବଭାବରୁ ଜଣାପଡ଼ୁଥିଲା ସେ ବିଜେପିରେ ଯୋଗଦେବେ। ଏସ୍‌ପି କାର୍ଯ୍ୟାଳୟ ଆଗରେ ବିଜେପି ନେତାଙ୍କ ସହ ଧାରଣାରେ ବସିବା, ଅତାବିରା ରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ସାମିଲ ହେବା ଆଦି ଅନେକ ଘଟଣା ନେଇ ଅନୁମାନ କରାଯାଇଥିଲା। ଯାହା ଆଜି ସତ ହୋଇଛି। ନିହାର ବିଜେପି‌ରେ ସାମିଲ ହୋଇ ଅତାବିରା ବିଧାନସଭା ପାଇଁ ଟିକେଟ ପାଇବା ଆଶାରେ ଥିବା ରାଜନୈତିକ ସମୀକ୍ଷକ କହୁଛନ୍ତି। ଅପକ୍ଷରପକ୍ଷରେ ବିଜେପି ଟିକେଟ ପାଇଁ ମାଳମାଳ ଆଶାୟୀ ଅଛନ୍ତି।


Leave a Reply

Your email address will not be published. Required fields are marked *

error: Content is protected !!