ବରପାଲିରେ ଚାୟପେ ଚର୍ଚ୍ଚା କାର୍ଯ୍ୟକ୍ରମ

0

ବରପାଲି:ତା:୨୪/୦୨ (ସଂସ୍କୃତି ମିଡିଆ) ବରଗଡ଼ ଜିଲ୍ଲା ବରପାଲି ଡାକବଙ୍ଗଳା ଛକ ମନୋଜ ଚା ଦୋକାନଠାରେ ସକାଳ ୭ଟା ସମୀରେ ‘ଚାୟ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଡ଼ା. ରାମକୃଷ୍ଣ ପୁରୋହିତ, ସମ୍ମାନିତ ଅତିଥି ଭାବରେ ବିଜେପି ସଙ୍ଗଠକ ସୁରେନ୍ଦ୍ର ପାତ୍ର ଯୋଗଦେଇଥିଲେ । ‘ଚାୟ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଜନସାଧାରଣ ଙ୍କୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତ କାରୀ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ସୂଚନା ଯୋଗ୍ୟ ଯେ ଡ଼ା. ରାମକୃଷ୍ଣ ପୁରୋହିତ ବରଗଡ଼ ଲୋକସଭା ଆସନରେ ଆଶାୟୀ ପ୍ରାର୍ଥୀ ରହିଥିବା ଏବଂ ଜନସାଧାରଣ ତାଙ୍କ ପ୍ରତି ସମର୍ଥନ ରହିଥିବା ଆଲୋଚନା ମଧ୍ୟ ହୋଇଥିଲା । ଡାକ୍ତର ପୁରୋହିତ ଏଥିସହ ସ୍ବାସ୍ଥ୍ୟ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବରପାଲିର ବହୁ ଜନସାଧାରଣ, ସାମ୍ବାଦିକ, ତଥା ବିଜେପିର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!