ପପଙ୍ଗା ସରସ୍ବତୀ ଶିଶୁ ମନ୍ଦିରରେ ଦୀକ୍ଷାନ୍ତ କାର୍ଯ୍ୟକ୍ରମ

ଅତାବିରା, (ସଂସ୍କୃତି ମିଡ଼ିଆ)-ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପପଙ୍ଗା କଲୋନୀ ଠାରେ ଅଷ୍ଟମ ଶ୍ରେଣୀ ଛାତ୍ର, ଛାତ୍ରୀ ମାନଙ୍କୁ ନେଇ ଦୀକ୍ଷାନ୍ତ କାର୍ଯକ୍ରମ ଅନୁଷ୍ଟିତ ହୋଇ ଯାଇଛି । ଏଥିରେ ମୁଖ୍ୟ ବକ୍ତା ରୂପେ ମା. ମାନଭଞ୍ଜନ ଗୁରୁଜୀ ଶିଶୁଙ୍କ ଲକ୍ଷ୍ୟ ବିଷୟରେ ମାର୍ଗ ଦର୍ଶନ କରିଥିଲେ , ମା .ପ୍ରକାଶ ଚନ୍ଦ୍ର ଦଳେଇ ଶିଶୁଙ୍କ କର୍ତ୍ତବ୍ୟ ଓ ଉତ୍ତମ ଚରିତ୍ର ବିଷୟରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଜୀବନର ଲକ୍ଷ୍ୟ ଓ ଉତ୍ତମ ଛାତ୍ର ର ଗୁଣ ବିଷୟରେ ବକ୍ତବ୍ୟ ଦେଇଥିଲେ । ବିଦ୍ୟାଲର ଗୁରୁମା ବୀଣାପାଣି ପଧାନ ସଂଯୋଜନା ତଥା ଅତିଥି ପରିଚୟ କରିଥିବା ବେଳେ କଲ୍ୟାଣୀ ମାହର ଧନ୍ୟବାଦ୍ ଅର୍ପଣ କରିଥିଲେ । ବିଦ୍ୟାଳୟର ବନ୍ଦନା ବ୍ୟବସ୍ଥା କୁନି ମହାକୁର ଓ ସୂର୍ଯ୍ୟକାନ୍ତୀ ଗୁରୁମା କରିଥିଲେ । ସମସ୍ତ ଶିଶୁଙ୍କୁ ଉପହାର ପ୍ରଦାନ କରିବା ସହିତ ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା ।
(ରିପୋର୍ଟ – ସୁରେନ୍ଦ୍ର କଠାର )