ଶ୍ରୀ ଶ୍ରୀ ନୃସିଂହନାଥ ଭୋଗ ମଣ୍ଡପରେ ବୈଶାଖ ମେଳା ପାଇଁ ପ୍ରସ୍ତୁତି ବୈଠକ

ପାଇକମାଲ, 19/4(ସଂସ୍କୃତି ମିଡ଼ିଆ )-ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ବରଗଡ଼ ଜିଲ୍ଲାର ନୃସିଂହନାଥ ମନ୍ଦିର ଭୋଗମଣ୍ଡପ ରେ ଶୁକ୍ରବାର ଆଗାମୀ ବୈଶାଖ ମେଳା ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି |ଏହି ବୈଠକ ରେ ଟ୍ରଷ୍ଟି ପ୍ରଫୁଲ୍ଲ କୁମାର ଓଡୁ ସଭାପତିତ୍ୱ କରି ଥିବା ବେଳେ ମନ୍ଦିର ର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଉପସ୍ଥିତ ଥିବା ସମସ୍ତ ଅତିଥି ମାନଙ୍କୁ ସ୍ୱାଗତ କରି ମହାପ୍ରଭୁ ନୃସିଂହ ଠାକୁରଙ୍କ ଜନ୍ମ ମହୋତ୍ସବ ବା ବୈଶାଖ ମେଳାକିପରି ସୁରୁ ଖୁରୁ ରେ ପାଳନ କରାଯିବ ସେ ନେଇ ଆଲୋଚନା କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରି ଥିଲେ ।
ବୈଠକରେ ଅଞ୍ଚଳର ସମାଜସେବୀ, ସାମ୍ବାଦିକ, ପୋଲିସ, ବିଦ୍ୟୁତ, ଅବକାରୀ, ଦମକଳ, ସ୍ୱାସ୍ଥ୍ୟ, ପରିମଳ, ସାଂସ୍କୃତିକ,ଜଙ୍ଗଲ ଓ ପରିବେଶ ପ୍ରଭୃତି ସରକାରୀ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇ ମହାପ୍ରଭୁ ନୃସିଂହ ଠାକୁରଙ୍କ ଜନ୍ମ ମହୋତ୍ସବ ତଥା ବୈଶାଖ ମେଳା ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ। ଆସନ୍ତା ମେ 19 ତାରିଖରୁ ମେ 23 ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଯାକ ସମସ୍ତେ ମିଳିମିଶି ବୈଶାଖ ମେଳା ରେ ସାହାଯ୍ୟ କରିବା ବୋଲି ମତ ପାଇ ଥିଲା |ଏହି ମେଳା ରେ ଲକ୍ଷାଧିକ ଭକ୍ତ ଙ୍କ ଭିଡ ହେବାକୁ ଥିବାରୁ ମୁଖ୍ୟତଃ ବିଦ୍ୟୁତ ସରବର|ହ, ପାନୀୟ ଜଳ, ସ୍ୱାସ୍ଥ୍ୟ, ଓ ଶାନ୍ତି ଶୃଙ୍ଖଳା ପ୍ରତି ବିଶେଷ ଦୃଷ୍ଟି ଦେବା ପାଇ ସଭାପତି ଶ୍ରୀ ଓଡୁ କହିବା ସହ ସନସ୍ତଙ୍କୁ ଧନ୍ୟବାଦ ଦେଇ ଥିଲେ | ଶେଷରେ ସମସ୍ତଙ୍କୁ ଅନ୍ନ ଭୋଗ ପ୍ରସାଦ ବଣ୍ଟନ କରା ଯାଇ ଥିଲା |
(ଶ୍ରୀ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ)