ଦୁର୍ଘଟଣାରେ ପ୍ରାଣ ହରାଇଥିବା ସ୍ବେଛାକୃତ ରକ୍ତଦାତା ନେପାଳଙ୍କ ଚକ୍ଷୁ ଦାନ

0

ବରଗଡ଼,19/4(ସଂସ୍କୃତି ମିଡ଼ିଆ )ସଂକଳ୍ପ ପରିବାର ରକ୍ତଦାନ ଶିବିର ରେ ନିୟମିତ ରକ୍ତଦାନ କରୁଥିବା ଅନୁଷ୍ଠାନର ଜଣେ ସକ୍ରିୟ ରକ୍ତଦାତା ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସରେଇକେଲା ଗ୍ରାମର ନେପାଳ ସାହୁ (୨୮) ଆଜି ଶୁକ୍ରବାର ସକାଳେ ପଦ୍ମପୁର ଜଗଦଲପୁର ରାସ୍ତାରେ ମଟରସାଇକେଲରେ ଯାଉଥିବା ସମୟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ପାଇପ ବୋଝେଇ ପିକଅପ ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା ଫଳରେ ଗୁରୁତର ଅବସ୍ଥାରେ ସେ ଆହତ ହୋଇଥିଲେ l ତାଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ପ୍ରଥମେ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ପହଞ୍ଚା ଯାଇଥିଲା l ହେଲେ ବହୁତ ଚେଷ୍ଟା କଲା ସତ୍ୱେ ହସ୍ପିଟାଲ ନେବା ବାଟରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା l ବର୍ତ୍ତମାନ ତାଙ୍କ ପାର୍ଥିବ ଶରୀର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ବରଗଡ ରେ ରଖା ଯାଇଛି l ତାଙ୍କର ନିଜ ଭାଇ ସତ୍ୟପାଳ ସାହୁଙ୍କ ଅନୁମତି କ୍ରମେ ଦୃଷ୍ଟିଦାନ ଚକ୍ଷୁ ବ୍ୟାଙ୍କ, ଭୁବନେଶ୍ୱର ର କାର୍ଯ୍ୟରତ କର୍ମଚାରୀ ସୁନୀଲ ସା ଚକ୍ଷ୍ୟୁ ଦାନ ପ୍ରକ୍ରିୟା ଶେଷ କରିଛନ୍ତି । ଜୀବିତ ଥିବା ସମୟରେ ନିୟମିତ ରକ୍ତଦାନ କରୁଥିବା ନେପାଳଙ୍କ ମୃତ୍ୟପରେ ଚକ୍ଷ୍ୟୁଦାନ କରି ସମାଜକୁ ନିଆରା ବାର୍ତ୍ତା ଦେଇଛନ୍ତି  । ଆଜି ତାଙ୍କ ପରିବାରର ମହତ ପଣିଆ ପାଇଁ ଦୁଇଜଣ ଚକ୍ଷୁ ହୀନ ବ୍ୟକ୍ତି ବ୍ୟକ୍ତି ନିଜର ଦୃଷ୍ଟିଶକ୍ତି ଫେରି ପାଇବେ ଓ ଏ ରଙ୍ଗୀନ ଦୁନିଆକୁ ଦେଖି ପାରିବେ ।

ନିଜେ ମୃତ୍ୟୁ ବରଣ କରିବା ମଧ୍ୟ ନିଜର ମହତ ପଣିଆ ପାଇଁ ସମାଜରେ ସବୁଦିନ ଜୀବିତ ହୋଇ ରହିବେ । ଆଜି ନେପାଳ ମରି ନାହାନ୍ତି ନେପାଳ ଭାଇ ସବୁଦିନ ପାଇଁ ଅମର ହୋଇଯାଇଛନ୍ତି ।

ଭଗବାନ ତାଙ୍କର ପରିବାର ବର୍ଗଙ୍କୁ ଏ ଦୁଃଖଦ ସମୟ ଅତିବାହିତ କରିବା ପାଇଁ ଅସୀମ ଶକ୍ତି ଦେବା ଶହିତ ତାଙ୍କର ପୁଣ୍ୟ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ବୋଲି ସଂକଳ୍ପ ପରିବାର ପକ୍ଷରୁ ପ୍ରାର୍ଥନା କରାଯାଇଛି l


Leave a Reply

Your email address will not be published. Required fields are marked *

error: Content is protected !!