ମା ଦୁର୍ଗାଙ୍କ ଦର୍ଶନ କରି ନିର୍ବାଚନୀ ପ୍ରଚାର ଆରମ୍ଭ କଲା ଆପ୍ : ସରକାର ଆସିଲେ ମାସକୁ ୨୫୦୦ଟଙ୍କା ଭତ୍ତା ଦିଆଯିବ;-ବାଲ୍ମୀକି ନାୟକ

0

ପଦ୍ମପୁର, ୨୧/୪ (ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲ୍ଲା ପଦ୍ମପୁର ସହର ବରଗଡ ରୋଡ ସ୍ଥିତ ମାଁ ଦୁର୍ଗା ଙ୍କ ଦର୍ଶନ କରି ନିର୍ବାଚନୀ ପ୍ରଚାର ଆରମ୍ଭ କଲେ ଆପ ବିଧାୟକ ପ୍ରାର୍ଥୀ ବାଲ୍ମୀକି ନାୟକ।ଆଜି ପଦ୍ମପୁର ସହର ସ୍ଥିତ ନେହେରୁ ଗଲି, କେନାଲପଡାରେ ଘରକୁ ଘର ଯାଇ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି ଶ୍ରୀ ନାୟକ। ମାଁ ମାଉସୀ ଙ୍କ ବିପୁଳ ସମର୍ଥନ ମିଳିଥିବା ଦେଖିବାକୁ ମିଳିଛି। ପ୍ରାର୍ଥୀ ବାଲ୍ମିକୀଙ୍କ ସହ ମାଁ ମାଉସୀ ପ୍ରଚାରରେ ବାହାରି ପ୍ରବଳ ସମର୍ଥନ ସହ ତାଙ୍କ ସହ ନିର୍ବାଚନ ପ୍ରଚାର ମଇଦାନରେ ଅବତୀର୍ଣ୍ଣ ହୋଇ ଝାଡୁ ଚିହ୍ନ ଭୋଟ ଦେଇ ବିଧାୟକ ପ୍ରାର୍ଥୀ ବାଲ୍ମିକୀ ନାଏକଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ମାଁ ମାଉସୀ ମାନେ ସମଗ୍ର ପଡା ବାସୀଙ୍କୁ ଅନୁରୋଧ କରୁଥିବାର ଦେଖିବାକୁ ମିଳିଥିଲା। ତାଙ୍କ ନିର୍ବାଚନ ପ୍ରଚାରରେ ଆମ ଆଦମୀ ପାର୍ଟି ଯଦି ଆପଣ ମାନଙ୍କ ଆଶୀର୍ବାଦରେ ସରକାର ଗଠନ କଲେ, ତେବେ ସମସ୍ତ ବିଜୁଳି ଉପଭୋକ୍ତା ମାନଙ୍କ ବିଜୁଳି ବିଲ ୩୦୦ ୟୁନିଟ ପର୍ଯ୍ୟନ୍ତ ସବୁ ମାସରେ ଫ୍ରି , ମାସକୁ ୨୫୦୦ ଟଙ୍କା ଭତ୍ତା,ରାସନ୍ ସାମଗ୍ରୀ ପ୍ରତ୍ୟକ ଘରକୁ ଫ୍ରି, ପ୍ରତ୍ୟକ ଘରକୁ ବିନା ଶୁଳ୍କ ରେ ପାଣି ର ସୁବିଧା ଯୋଗାଇଦେବା ସଙ୍ଗେ ସଙ୍ଗେ ଆମ ପଦ୍ମପୁର ଅଞ୍ଚଳର ବିକାଶ ଦିଗରେ ମୁଁ ସଦା ସର୍ବଦା ଯତ୍ନବାନ ହୋଇ ଆପଣଙ୍କ ସେବା କରିବି ବୋଲି ବାଲ୍ମୀକି ପ୍ରତିଶ୍ରୁତି ଦେଇ ଭୋଟ ଭିକ୍ଷା କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!