ଲରମ୍ଭା କଲେଜରେ ଆମ୍ବେଦକର ଜୟନ୍ତୀ ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ସରଣ୍ଡା,22/4-(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜ ଠାରେ ବାଵା ସାହେବ ଭୀମରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ସୋମବାର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ ପ୍ରବନ୍ଧଲିଖନ, ବକ୍ତୃତା ,କୁଇଜ ଆଦି ପ୍ରତିଯୋଗିତାରେ ୨୮ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । କୃତୀ ପ୍ରତିଯୋଗୀଙ୍କୁ ପରବର୍ତ୍ତୀ ସମୟରେ ପ୍ରଶଂସାପତ୍ର ପ୍ରଦାନ କରାଯିବାର ସ୍ଥିର କରାଯାଇଅଛି । କଲେଜର ଅଧ୍ୟାପକ ଅଶୋକ ମହାନ୍ତି, ରବିନ୍ଦ୍ର କୁମାର ନାଏକ ,ଡଃ ଗୁରୁଦେବ କୁଶଲ, ସୁନୀଳ ପ୍ରଧାନ, ମୁକେଶ ଧାନୁକା, ଡଃ ଅନ୍ତର୍ଯ୍ୟାମୀ ବେହେରା, ଡଃ ସୁବଳ ରଂଜନ ସାହୁ , ଦିବ୍ୟାଭାରତୀ ନାଏକ, ସାଗର ମେଣ୍ଡଲି , ଅବିନାଶ ସାହୁ , ହେମନ୍ତ ପ୍ରଧାନଙ୍କ ସମେତ ଅଭିଷେକ ସାହୁ , ଅଂଶୁ ଶର୍ମା , ଭବାନୀ ରୋହିଦାସ , ନୀଲମ ସାହୁ, ଜ୍ୟୋତି ନାଗ , ମଧୁମିତା ରଣା ପ୍ରମୁଖ ଛାତ୍ରୀଛାତ୍ର ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।