ମାହେଶ୍ୱରୀ ନର୍ସିଂ କଲେଜ ବାର୍ଷିକ ଉତ୍ସବରେ ଶପଥ ନେଲେ ଛାତ୍ରଛାତ୍ରୀ

filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 49;
ବରଗଡ଼,13/5(ସଂସ୍କୃତି ମିଡ଼ିଆ )- ମାନବ ସେବା ହିଁ ମାଧବ ସେବା ରେ ବ୍ରତୀ ହୋଇ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଛନ୍ତି ମାହେଶ୍ୱରୀ ନର୍ସିଂ କଲେଜ ବରଗଡ଼ର ଛାତ୍ରଛାତ୍ରୀ ମାନେ l ଆନ୍ତର୍ଜାତୀୟ ନର୍ସିଂ ଡେ ଅବସରରେ ମେ 12 ରେ ସୁନ୍ଦରଗଡ ରେ ପାଳନ କରିବା ପରେ ଆଜି ସୋମବାର ବରଗଡ଼ ଟାଉନ ହଲରେ ମାହେଶ୍ୱରୀ ନର୍ସିଂ କଲେଜର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l
ଏଥିରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର କୁଳପତି ବିଦୁଭୁଷଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ସାଧୁ ଚରଣ ଦାଶ ସଂମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ l ବରଗଡ଼ ପଞ୍ଚାୟତ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ପତିତପାବନ ସାହୁ, ସମ୍ବାଦ ମାର୍କେଟିଙ୍ଗ ଅଧିକାରୀ ଜୟ ପ୍ରକାଶ ଶତପଥୀ ମୁଖ୍ୟବକ୍ତା, , ଟିଟିଲାଗଡ଼ କଲେଜର ଶିବ ପ୍ରସାଦ ବେହେରା, ସାଇକୃପା ନର୍ସିଂ ହୋମ ର ଡ଼. ଅରୂପାନନ୍ଦ ସାହୁ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମାହେଶ୍ୱରୀ ନର୍ସିଂ କଲେଜର ନିର୍ଦ୍ଧେଶକ ଫକୀର କର୍ଣ୍ଣ, ସମ୍ପାଦିକା ସନ୍ତୋଷିନୀ କର୍ଣ୍ଣ ମଞ୍ଚାସିନ ଥିଲେ l କଲେଜର ଅଧ୍ୟକ୍ଷା ସୁନିତା ରାଣୀ ସଭାପତିତ୍ୱ କରିଵା ସହ ବାର୍ଷିକ ବିବରଣୀ ପାଠ କରିଥିଲେ l ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଅତିଥିମାନେ ଏହାକୁ ଉଦଘାଟନ କରିଥିଲେ l କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସଂମ୍ମାନିତ କରାଯାଇଥିଲା l ଏଠାରୁ ନର୍ସିଂ ପାଠ୍ୟକ୍ରମ ସାରିଥିବା ସମସ୍ତ ଛାତ୍ରଛାତ୍ରୀମାନେ ଉତ୍ସର୍ଗୀକୃତ ସେବା ପାଇଁ ସଂକଳ୍ପ ନେବା ସହ ଶପଥ ପାଠ କରିଥିଲେ l ପୂର୍ବରୁ ସେମାନଙ୍କୁ ନର୍ସିଂ କେପ ଧାରଣ କରାଯାଇଥିଲା l ଶେଷରେ ଡ଼. ଅରୂପାନନ୍ଦ ସାହୁ ଧନ୍ୟବାଦ ଦେଇଥିଲେ l ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l