ମାଟ୍ରିକ ଟପ୍ପର ଶୁଭଙ୍କରଙ୍କ ସହ ପ୍ରାଚୀଙ୍କୁ ଗୋଡ଼ଭଗାରେ ସମ୍ବର୍ଦ୍ଧନା 

0

filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 49;


ଗୋଡ଼ଭଗା ,29/5(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗା ମାଁ ଦୁର୍ଗା ପୂଜା କମିଟି ପକ୍ଷରୁ ବୁଧବାର ରାତ୍ରି ୮ ଟାରେ ସମ୍ମିଳନୀ କକ୍ଷରେ ମାଟ୍ରିକ ଟପ୍ପନଙ୍କୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ସଭାପତି କୁଳମଣି ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମଧୁସୂଦନ ଶର୍ମା ସଭା ସଂଯୋଜନା କରିଥିଲେ l ଏଥିରେ ରୂପନାରାୟଣ ଅଗ୍ରୱାଲ ଓ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ମାତୃପୁରୀ ଲାଦରପାଲିର ପ୍ରଧାନଶିକ୍ଷକ ଟିକଲାଲ ଚାନ୍ଦ ସଂମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ନିକଟରେ ପ୍ରକାଶ ପାଇଥିବା ୧୦ଶ୍ରେଣୀ ପରୀକ୍ଷାରେ ବରଗଡ଼ ଜିଲ୍ଲା ତଥା ରାଜ୍ୟରେ ପ୍ରଥମ ହୋଇଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର,ଲାଦରପାଲିର ଛାତ୍ର ଶୁଭଙ୍କର ସାହୁ ଏବଂ ଏ୧ ଗ୍ରେଡରେ ପାସ କରିଥିବା ଗୋଡ଼ଭଗା ଜନତା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରାଚୀ ପ୍ରୀୟଦର୍ଶିନୀ ନାଏକଙ୍କୁ ଉପଢୌକନ ଓ ଟ୍ରଫି ଦେଇ ସମ୍ମାନୀତ କରାଯାଇଥିଲା।

ଗୋଡ଼ଭଗା ମାଁ ଦୁର୍ଗା ପୂଜା କମିଟି ପକ୍ଷରୁ ଓଡ଼ିଶା ଟପ୍ପର ଶୁଭଙ୍କର ଓ ଜନତା ହାଇସ୍କୁଲ ଟପ୍ପର ପ୍ରାଚୀଙ୍କୁ ସମ୍ବର୍ଦ୍ଧିତ କରାଯାଉଛି l

ଶେଷରେ ଗୋଡ଼ଭାଗା ଲୟନ୍ସ କ୍ଲବର ସଭାପତି ଡ଼ା.ଚିତ୍ତରଞ୍ଜନ ରଞ୍ଜନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ଶୁଭଙ୍କର ଙ୍କ ମାଁ ସରମା ନାଏକ ଓ ବାପା କୁଳମଣି ସାହୁଙ୍କ ସମେତ ଗୋଡ଼ଭଗା ଅଞ୍ଚଳର ବହୁ ଶିକ୍ଷା ପ୍ରେମୀ ଯୋଗଦେଇଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!