ମାଟ୍ରିକ ପରୀକ୍ଷା ରେ ଓଡ଼ିଶା ଟପ୍ପର ଶୁଭଂକର ଙ୍କ ପାଇଁ ଅତାବିରା ହେଲା ଉତ୍ସବ ମୁଖର ଅତାବିରାରେ ଶୁଭଙ୍କରଙ୍କୁ ସମ୍ବର୍ଦ୍ଧନା ପାଇଁ ଶୋଭାଯାତ୍ରା

filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: video;hw-remosaic: false;touch: (-1.0, -1.0);sceneMode: 0;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 48;
ସରଣ୍ଡା, 30/5(ଯୁଧିଷ୍ଠିର ମହାପାତ୍ର)-ମାଟ୍ରିକ ଓଡ଼ିଶା ଟପ୍ପର ଶୁଭଙ୍କରଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଗୁରୁବାର ଅତାବିରା ଉତ୍ସବ ମୁଖରିତ ହୋଇପଡିଛି l ବରଗଡ଼ ଜିଲା ଅତାବିରା ବ୍ଲକ ଲାଦରପାଲି ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଛାତ୍ର ଶୁଭଙ୍କର ସାହୁ ସଦ୍ୟ ପ୍ରକାଶିତ ମାଟ୍ରିକ ପରୀକ୍ଷାରେ 97.16 ପ୍ରତିଶତ ମାର୍କ ରଖି ରାଜ୍ୟରେ ଟପ୍ପର ହୋଇଛନ୍ତି l ଏହାକୁ ଦୃଷ୍ଟି ଦେଇ ଅତାବିରା ରେ ଟପ୍ପର ଶୁଭଙ୍କର ଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଭବ୍ୟ ଶୋଭାଯାତ୍ରା କରାଯାଇଛି l ଅତାବିରା ଦୁର୍ଗା ମନ୍ଦିରରେ ପୂଜା ଅର୍ଚନା କରାଯାଇଛି ଏକ ଶୋଭାଯାତ୍ରା ଲାଦରପାଲି ସ୍କୁଲ ଯାଏଁ କରାଯାଇଥିଲା l ଏକ ସୁସର୍ଜିତ ରଥରେ ଟପ୍ପର ଶୁଭଙ୍କରଙ୍କୁ ବସାଇ ଭବ୍ୟ ସ୍ୱାଗତ କରି ସମ୍ବର୍ଦ୍ଧିତ କରାଯାଇଥିଲା l ରଥ ଆଗରେ ଶହ ଶହ ଛତ୍ରୀଛାତ୍ର ଓ ଅତାବିରା ଅଞ୍ଚଳବାସୀ ପଦ ଯାତ୍ରାରେ ଯାଇଥିଲେ l ଏଥିରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷୟିତ୍ରୀ ଶିକ୍ଷକ ଅପାଭାଇଙ୍କ ସମେତ ଅତାବିରା ବାସୀ ସାମିଲ ହୋଇ ଶୁଭଙ୍କରଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି l ଅତାବିରା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଶୁଭଙ୍କର l ଏହି ସଫଳତା ପାଇଁ ଗୁରୁବାର ବିରାଟ ଶୋଭାଯାତ୍ରାରେ ଅତାବିରାର ମା ଦୁର୍ଗା ମନ୍ଦିର କମିଟି, ଓକିଲ ସଂଘ, ବ୍ରାହ୍ମଣ ସମାଜ, ପୂର୍ବତନ ସୈନିକ ସଂଘ, ମାରୱାଡ଼ି ସମାଜ, ବ୍ୟବସାୟିକ ସଂଘ, ବ୍ରାହ୍ମଣ ସମାଜ, ସାଇ ବାଲାଜୀ ହୋଟେଲ, ଜନ କଲ୍ୟାଣ କୁଳିତା ସମାଜ, ଓଡ଼ିଶା ରାଜ୍ୟ କୃଷକ ସଂଗଠନ, ଭିଏସଏସ କ୍ଲବ ଫଟୋ ଗ୍ରାଫର୍ ଆସୋସିଏସନ୍ ସମେତ ବୁର୍ଲା ଲାୟନ୍ସ କ୍ଳବ୍, ଗୋଡଭଗା ନାଗରିକ କମିଟି , ଦୁଲମପୂର୍ ଗ୍ରାମ ପଞ୍ଚାୟତ ପ୍ରମୁଖ ଅନୁଷ୍ଠାନର ସଭାପତି, ସମ୍ପାଦକ ଓ କର୍ମକର୍ତ୍ତା ଯୋଗ ଦେଇ ଟପ୍ପର ଶୁଭଙ୍କରଙ୍କୁ ସମ୍ବର୍ଦ୍ଧିତ କରିଥିଲେ l
ସୂଚନା ଯୋଗ୍ୟ ଯେ, ସଦ୍ୟ ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷାରେ 97.16% ମାର୍କ ଆଣି ରାଜ୍ୟରେ ଟପ୍ପର ହୋଇଛନ୍ତି ଶୁଭଙ୍କର ସାହୁ l ପିତା କୁଳମଣି ସାହୁ ଏକ ରାଇସ ମିଲ ରେ ମୈନେଜର ଭାବେ କାମ କରୁଥିବା ବେଳେ ମାଆ ସରମା ନାଏକ ଶିକ୍ଷୟିତ୍ରୀ ଭାବେ କର୍ତ୍ତବ୍ୟରତ l ତେବେ ଉଭୟେ ନିଜ ନିଜ କାର୍ଯ୍ୟ ବ୍ୟସ୍ତତଃ ଯୋଗୁଁ ସମୟ ଦେଇ ପାରି ନ ଥିଲେ ମଧ୍ୟ ଆଶା ଥିଲା 95% ଶୁଭଙ୍କର ରଖିବ ବୋଲି l ହେଲେ 97.16% ଆଣି ରାଜ୍ୟରେ ଟପ୍ପର ହୋଇଥିବାରୁ ପରିବାର ସହ ଅତାବିରା ଅଞ୍ଚଳରେ ରେ ଖୁସିର ଲହର ଖେଳିଯାଛ ଉତ୍ସବ ମୁଖର ହୋଇପଡିଛି l
(ପ୍ରସ୍ତୁତି – ଯୁଧିଷ୍ଠିର ମହାପାତ୍ର, ସଂସ୍କୃତି ମିଡ଼ିଆ ବ୍ୟୁରୋ )