ନିଟ୍ ପରୀକ୍ଷାରେ କ୍ରିଷ୍ଣା ବିକାଶର ସଫଳତା, ଦିଗାମ୍ବର ଟପ୍ପର

0

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୪ରେ କ୍ରୀଷ୍ଣା ବିକାଶ, ବରଗଡ଼ର ଦିଗାମ୍ବର ସାହୁ ୭୦୦ ମାର୍କ ସହ ସଫଳତାର ଶୀର୍ଷରେ
ମୋଟ୍ ୩୪ ଜଣ ଛାତ୍ରଛାତ୍ରୀ ୬୦୦ ରୁ ଉର୍ଦ୍ଧ୍ବ ମାର୍କ ସହ ସଫଳ
୬୭ ଜଣ ଛାତ୍ରଛାତ୍ରୀ ଙ୍କ ୫୦୦ରୁ ଉର୍ଦ୍ଧ୍ବ ମାର୍କ ଏବଂ ମୋଟ୍ ୨୩୦ ଜଣ ଛାତ୍ରଛାତ୍ରୀ ସଫଳ
ବରଗଡ଼, ୦୫/୦୬(ସଂସ୍କୃତି ମିଡ଼ିଆ )-ସଦ୍ୟ ପ୍ରକାଶିତ ଏନ୍‌ଟିଏ ନିଟ୍ (ୟୁଜି-ମେଡିକାଲ୍) ୨୦୨୪ ପରୀକ୍ଷାରେ କ୍ରୀଷ୍ଣା ବିକାଶ, ବରଗଡ଼ର ମୋଟ୍ ୨୩୦ ଜଣ ଛାତ୍ରଛାତ୍ରୀ ସଫଳ ହୋଇ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି । ମୋଟ୍ ୩୪ଜଣ ଛାତ୍ର ୬୦୦ରୁ ଉର୍ଦ୍ଧ୍ବ ମାର୍କ, ୬୭ ଜଣ ଛାତ୍ରଛାତ୍ରୀ ୫୦୦ରୁ ଉର୍ଦ୍ଧ୍ବ ମାର୍କ ରଖୁ ସଫଳ ହୋଇଛନ୍ତି ବୋଲି ବିକାଶ ଆବାସିକ ବିଦ୍ୟାଳୟ ସିନିୟର୍ ସେକେଣ୍ଡାରୀ ଅଧ୍ୟକ୍ଷ ଶ୍ରୀ ଚିତରଞ୍ଜନ ପତି ପ୍ରକାଶ କରିଛନ୍ତି । ବିକାଶ ସୁପର୍‌-୪୦ ନିଟ୍ ଛାତ୍ର ଦିଗାମ୍ବର ସାହୁ (ଭେଉଁରିଆ, ପଦ୍ମପୁର, ବରଗଡ଼ ନିବାସୀ ଶ୍ରୀ ନରେନ୍ଦ୍ର ସାହୁ ଓ ଶ୍ରୀମତୀ ଭାରତୀ ସାହୁଙ୍କ ସୂପୁତ୍ର) ୭୦୦ ମାର୍କ୍ ସହ ସର୍ବଭାରତୀୟ ଓବିସି ବର୍ଗରେ ୭୮୭ ଗ୍ୟାଙ୍କ୍, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ର ୨୦୨୨-୨୪ ବ୍ୟାଚ୍‌ର ସନତ କୁମାର ମିଶ୍ର ତାଙ୍କର ପ୍ରଥମ ପ୍ରଚେଷ୍ଟାରେ ୬୯୧ ମାର୍କ, ସତ୍ୟମ ସାଇ ପୃଷ୍ଟି ୬୮୦ ମାର୍କ ସହ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ବୋଲି କ୍ରୀଷ୍ଣା ବିକାଶ ଗ୍ରୁପ୍‌ର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ବିବେକ ଦାଶରୀ ପ୍ରକାଶ କରିଛନ୍ତି । ଅନ୍ୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ପଳା ଦାଶ ୬୭୬ ମାର୍କ, ଅଫିରା ନାଜ୍‌ ୬୭୧ ମାର୍କ, ଅର୍‌ମାନ୍ ମେହେର ୬୭୧ ମାର୍କ, ରୋହିତ କୁମାର ମେହେର ୬୭୧ ମାର୍କ, ସାକେତ ବର୍ଲିଆ ୬୭୦ ମାର୍କ, ପ୍ରତୀକ କୁମାର ପଣ୍ଡା ୬୬୫ ମାର୍କ, ପ୍ରିତମ କୁମାର ମେହେର ୬୬୫ ମାର୍କ, ସୌମ୍ୟା ବେହେରା ୬୬୧ ମାର୍କ, ସିଦ୍ରତୁଲ୍ ମୁନ୍ତାହା ୬୫୯ ମାର୍କ, ଅଭିଷେକ ସାହୁ ୬୫୬ ମାର୍କ, ଅରିନ୍ ନନ୍ଦ ୬୫୫ ମାର୍କ, ଆୟୁଷ ରଞ୍ଜନ ପାଣିଗ୍ରାହି ୬୫୫ ମାର୍କ, ଖୁସି ପଣ୍ଡିତ ୬୫୫ ମାର୍କ, ଶୁଭାଶିଷ ମିଶ୍ର ୬୫୫ ମାର୍କ ସହ ୬୫୦ ରୁ ଉର୍ଦ୍ଧ୍ଵ ମାର୍କ ରଖୁ ଅନୁଷ୍ଠାନ ପାଇଁ ଗୌରବ ଆଣିଥିବାରୁ କ୍ରୀଷ୍ଣା ବିକାଶ ଗ୍ରୁପ୍ ର ଚେୟାରମେନ୍ ଶ୍ରୀ ଡି.ମୂରଲୀ କ୍ରୀଷ୍ଣା ଖୁସି ବ୍ୟକ୍ତ କରିବା ସହିତ ଶିକ୍ଷାବର୍ଷ ୨୦୨୩-୨୪ ର ସମସ୍ତ ପରୀକ୍ଷା ର ଫଳାଫଳ ଉପରେ ବିଶେଷ ବିବରଣୀ ଦେଇ ଜେଇଇ ମେନୁ ପରୀକ୍ଷାରେ ୯୩ଜଣ ଛାତ୍ରଛାତ୍ରୀ, ସିବିଏସ୍‌ଇ ଦ୍ଵାଦଶ ଶ୍ରେଣୀର ୭୨ ଜଣ ଛାତ୍ରଛାତ୍ରୀ ୯୦%ରୁ ଉର୍ଦ୍ଧ୍ୱ, ସିବିଏସ୍‌ଇ ଦଶମ ଶ୍ରେଣୀର ୮୩ଜଣ ଛାତ୍ରଛାତ୍ରୀ ୯୦%ରୁ ଉର୍ଦ୍ଧ୍ୱ, ସିଏସ୍ଏସ୍‌ଇ +୨ ପରୀକ୍ଷାରେ ୬ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ମାର୍କ ରଖୁ ସଫଳ ହୋଇଛନ୍ତି ବୋଲି ପ୍ରକାଶ କରି ଓଡ଼ିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନମାନଙ୍କ ମଧ୍ୟରୁ କ୍ରୀଷ୍ଣା ବିକାଶ ଗ୍ରୁପ୍‌ରେ ବୋର୍ଡ ତଥା ପ୍ରବେଶିକା ପରୀକ୍ଷା ପାଇଁ ଗୁଣାତ୍ମକ ମାନର ଶିକ୍ଷାଦାନ ସହ ସଫଳତା କୌଶଳ ନିମନ୍ତେ ଶିକ୍ଷାଦାନ କରାଯାଉଥିବା ହିଁ ସଫଳତାର ରହସ୍ୟ ବୋଲି ମତବ୍ୟକ୍ତ କରିଛନ୍ତି । ଏହି ଅନନ୍ୟ ସଫଳତାରେ କ୍ରୀଷ୍ଣା ବିକାଶ ଗ୍ରୁପ୍‌ର ଟ୍ରଷ୍ଟି ଶ୍ରୀମତୀ ଦାଶରୀ ରାମ ତୁଳସୀ, ଡାଇରେକ୍ଟର ଡ.ସମରେନ୍ଦ୍ର ନାଥ ପଣ୍ଡା, ବିକାଶ ଆବାସିକ ବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ଶିଶିର ପ୍ରସାଦ ରାଉଳ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନାରାୟଣ ରଥ, ଆବାସିକ ବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ସାହୁ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀମାନେ ସମସ୍ତ ସଫଳ ଛାତ୍ରଛାତ୍ରୀ ତଥା ତାଙ୍କର ମାତାପିତାଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।


Leave a Reply

Your email address will not be published. Required fields are marked *

error: Content is protected !!