ମିଗଜୋମ୍ କ୍ଷୟକ୍ଷତି ରାଶି ପ୍ରଦାନ ସହ ଅବହେଳା ପ୍ରଦର୍ଶନ କରିଥିବା ରିଲାଇନ୍ସ ବୀମା କମ୍ପାନୀ କୁ ଜିଲାରୁ ବାହାର କରିବା ପାଇଁ ତହସିଲଦାରଙ୍କୁ ଦାବିପତ୍ରଦେଲା କୃଷକ ସଂଗଠନ

0

ସରଣ୍ଡା, 31/5(ସଂସ୍କୃତି ମିଡ଼ିଆ ) ବରଗଡ଼ ଜିଲା ଅତାବିରା ତହସିଲ କାର୍ଯ୍ୟାଳୟରେ ଏକ ସ୍ମାରକ ପତ୍ର ଜିଲାପାଳଙ୍କ ଉଦ୍ଧେଶ୍ୟରେ ଶୁକ୍ରବାର ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ପ୍ରଦାନ କରାଯାଇଛି l ମିଗଜୋମ୍ କ୍ଷୟକ୍ଷତି ରାଶି ପ୍ରଦାନ ସହ ଇନ୍ସୁରାନ୍ସ ଦେବାରେ ଅବହେଳା ପ୍ରଦର୍ଶନ କରିଥିବା ରିଲାଇନ୍ସ ବୀମା କମ୍ପାନୀ କୁ ଜିଲାରୁ ବାହାର କରିବା ପାଇଁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି l ଓଡ଼ିଶା ରାଜ୍ଯ କୃଷକ ସଂଗଠନର ସଭାପତି ବୀରେନ୍ଦ୍ର କରଙ୍କ ନେତୃତ୍ବରେ ଚାଷୀମାନେ ସକାଳ ୧୦ଟା ସମୟରେ ଅତାବିରା ତହସିଲ କାର୍ଯ୍ୟାଳୟରେ ମିଗଜୋମ୍ କ୍ଷୟକ୍ଷତି ରାଶି ପ୍ରଦାନ ପାଇଁ ଅତିରିକ୍ତ ଅତାବିରା ତହସିଲଦାର ଅଂକିତ ପଣ୍ଡାଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି l ଦାବିପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ବିଗତ ଖରିଫ ଋତୁ ଡିସେମ୍ବର ମାସରେ ମିଗଜୋମ୍ ଜନିତ ଅଦିନିଆଁ ବର୍ଷାରେ ଧାନ ଫସଲରେ ବ୍ୟାପକ କ୍ଷୟକ୍ଷତି ଆକଳନ ହୋଇଥିଲେ ମଧ୍ଯ ବୀମାରାଶି ହକଦାର ଚାଷୀ ଭାଇମାନଙ୍କୁ ଏ ପର୍ଯ୍ୟନ୍ତ କୌଣସି ପ୍ରକାରର ଆର୍ଥିକ ସହାୟତା ମିଳିପାରି ନାହିଁ। ରିଲାଏନ୍ସ କମ୍ପାନୀ ଉଚିତ୍ ହକଦାର ଚାଷୀ ଭାଇମାନଙ୍କୁ ଦେବା ପାଇଁ କଥା ଦେଇଥିଲେ ମଧ୍ଯ କଥାରୁ ଓହରି ଯାଇଛି। ତେଣୁ ଉକ୍ତ ରିଲାଏନ୍ସ କମ୍ପାନୀ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯାଇ ବରଗଡ଼ ଜିଲାରୁ ବାହାର କରିବା ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି ।ଦାବିପତ୍ର ପ୍ରଦାନ ସମୟରେ ଦେବେନ୍ଦ୍ର ପଧାନ, ଦିଲ୍ଲିପ ପଧାନ, ସଂକ୍ରାନ୍ତି, ସୁରେନ୍ଦ୍ର ସ୍ବାଇଁ, ସମୀର ପଧାନ, ଆକାଶ ପଧାନ, ସୁବାଷ ବିଶ୍ବାଲ, ସାଧୁ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!