ଫ୍ରେଣ୍ଡସ କ୍ଳବ ପକ୍ଷରୁ ନୂତନ ବିଧାୟକ କଳିକେଶ ଙ୍କୁ ସମ୍ବର୍ଦ୍ଧନା

0

ବଲାଙ୍ଗୀର, 26/6(ସଂସ୍କୃତି ମିଡ଼ିଆ )- ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ଭବନ ଠାରେ ଫ୍ରେଣ୍ଡସ କ୍ଳବ ପକ୍ଷରୁ ବୁଧବାର ନବ ନିର୍ବାଚିତ ବିଧାୟକ କଳିକେଶ ନାରାୟଣ ସିଂଦେଓ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା l ଏହି ଅବସରରେ ବଲାଙ୍ଗୀରର ବିଭିନ୍ନ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଯୋଗଦେଇ ନୂତନ ବିଧାୟକ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଏହି ସମ୍ବର୍ଦ୍ଧନା ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ବିଧାୟକ ଶ୍ରୀଯୁକ୍ତ କଳିକେଶ ନାରାୟଣ ସିଂଦେଓ, ସମ୍ମାନିତ ଅତିଥି ଭାବରେ ପୌରାଧ୍ୟକ୍ଷା ଲିକା ସାହୁ, ଗୁରୁଃଶ୍ରୀ ଡ଼ଃ ଘାସିରାମ ମିଶ୍ର, ଫ୍ରେଣ୍ଡସ କ୍ଳବ ର ସଭାପତି ଲୋଟସ ଷଡ଼ଙ୍ଗୀ, ସମ୍ପାଦକ ଜଗନ୍ନାଥ ମିଶ୍ର ମଂଚାସୀନ ଥିଲେ l

ଏହି ସମ୍ବର୍ଦ୍ଧନା ସଭାକୁ ସୋମନାଥ ମିଶ୍ର ପରିଚାଳନା କରିଥିଲେ l ଏହି ସମ୍ବର୍ଦ୍ଧନା ସଭାରେ ନାଗରିକ କଲ୍ୟାଣ ସଂଘ,ବସ ମାଲିକ ସଂଘ,ହୋଟେଲ ସଂଘ,ସଂପୂଣ୍ଣନା, ମାହେଶ୍ୱରୀ ,ସ୍ମାଇଲ ଫର୍ ଅଲ୍,ନାଗରିକ କମିଟି,ପୂର୍ବତନ ସୈନିକ ସଂଘ୍,ଜିଲ୍ଲା ମେଡ଼ିକାଲ କ୍ରମଚାରୀ ସଂଘ, ଲାଇନ୍ସ କ୍ଲବ,ଜିଲ୍ଲା କେମିଷ୍ଟ ଡ୍ରଗିଷ୍ଟ ଏସୋସିଏସନ, ସହଯୋଗ ଫାଉଣ୍ଡେସନ, ମାରୱାଡି ଯୁବ ମଞ୍ଚ, ଜିଲ୍ଲା ଓଲିଲ ସଂଘ, ବଜରଙ୍ଗବାଲି ମାର୍କେଟ କମ୍ପ୍ଲେକ୍ସ, ସ୍ବେଛାସେବୀ ସଂଗଠନ, ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ, ୟୁଥ ଏକ୍ସନ କମିଟି, କୋଶଳ ମୁକ୍ତି ମୋର୍ଚା, କର୍ତ୍ତବ୍ୟ ଫାଉଣ୍ଡେସନ, ପଶ୍ଚିମ ଓଡିଶା ଯୁବା ମଞ୍ଚ, ହନୁମାନ ଜନ୍ମସୋବ କମିଟି, ଯୁବ ପ୍ରତାପୀ ସେନା, ସ୍ୱାଭିମାନ ପରିବାର, ମାହେଶ୍ୱରୀ ସେନା, କଲେଜ ଛକ ଯୁବ କମିଟି, ମୈତ୍ରୀ ମହଲ, ଅସୀମ କେରଟେ ଏକମାଦେମୀ,ଜିଲ୍ଲା ଟାଇକୋଣ୍ଡୋ ଏଏକାଡେମୀ, ଭୁଲିଆ ସମାଜ, ଜିଲ୍ଲା ଫାର୍ମାସିଷ୍ଟ ସଙ୍ଘ, ଓଡିଶା ମଟର ଚାଲାକ ସଙ୍ଘ ବଲାଙ୍ଗୀର, ସଂସ୍କୃତ ପରିଷଦ ବଲାଙ୍ଗୀର, ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନ, ସିଦ୍ଧି ବିନାୟକ ସଂଘ ଆଦି ଶତାଧିକ ସଂଗଠନ ଯୋଗଦେଇ ବିଧାୟକ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଶେଷରେ ସମ୍ପାଦକ ଜଗନ୍ନାଥ ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!