ଓଡ଼ିଶାର ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନକୁ ନିଜସ୍ୱ ଜମି ପଟ୍ଟା, 2029 ପରେ ରହିବେନି ଭୂମିହୀନ – ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଅତାବିରାରେ ରାଜସ୍ବ ମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

0

filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: video;hw-remosaic: false;touch: (-1.0, -1.0);sceneMode: 0;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 38;


ସରଣ୍ଡା, 29/6( ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ବ୍ଲକର ଗୋଡ଼ଭଗା ଏବଂ ଅତାବିରାରେ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଙ୍କୁ ଶନିବାର ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ଦିବା 11ଟାରେ ପ୍ରଥମେ ଗୋଡ଼ଭଗା ସମଲେଶ୍ୱରୀ ମନ୍ଦିରରେ ମଧୁସୂଦନ ଶର୍ମା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଗୋଡ଼ଭଗା ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ଯୋଗ ଦେଇ ଶ୍ରୀ ପୂଜାରୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ସେଠାରୁ ଏକ ବାଇକ ରାଲିରେ ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ ଓ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଙ୍କୁ ଏକ ଶୋଭାଯାତ୍ରରେ ଅତାବିରା ଅଣାଯାଇଥିଲା l

ଅଗ୍ରସେନ ଭବନରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଚିତ୍ତରଞ୍ଜନ ଭୋଇଙ୍କ ଅଧ୍ୟକ୍ଷତାରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ଅତାବିରାର ଓକିଲ ସଂଘ, ବରିଷ୍ଠ ନାଗରିକ ସଂଘ, ବ୍ୟବସାୟିକ ସଂଘ, ଓଡ଼ିଶା ରାଜ୍ୟ କୃଷକ ସଂଗଠନ, କୋଶଳ ପୂର୍ବତନ ସୈନିକ ସଂଘ, ଦୁର୍ଗା ମନ୍ଦିର କମିଟି, ଫଟୋଗ୍ରାଫର ସଂଘ, ମାରୱାଡି ସମାଜ, ବ୍ରାହ୍ମଣ ସମାଜ, ଜନ କଲ୍ୟାଣ କୁଳିତା ସମାଜ, ମୁସଲିମ ସମାଜ, ପ୍ଲେୟାର୍ସ କ୍ଳବ, ଆଞ୍ଚଳିକ ସାହିତ୍ୟ ପରିଷଦ, ଜାଗୃତି ମହିଳା ମୋର୍ଚ୍ଚା, ଅତାବିରା ଗ୍ରାମ୍ୟ କମିଟି, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, କାୱା ଓ କାକା ସଂଘ, ବଜରଙ୍ଗ ଦଳ, ଭାଜପା ପକ୍ଷରୁ ପାହାଡ଼ଶ୍ରୀଗିଡା, କାଠଡେରା, କୁଲୁଣ୍ଡା, କାଦୋବାହାଲ, ଅତାବିରା ନଗର ମଣ୍ଡଳ ଓ ଭେଡେନ ବ୍ଲକର ପପଙ୍ଗା, ସଂକୀର୍ଡ଼l, ଭେଡେନ ମଣ୍ଡଳ, ଭାଜପା ଯୁବ ମୋର୍ଚ୍ଚା, ଭାଜପା ମହିଳା ମୋର୍ଚ୍ଚା ଆଦି ସଂଗଠନ ର ସଦସ୍ୟମାନେ ପୁଷ୍ପ ଗୁଚ୍ଛ ଓ ଉପଢୌକାନ ଦେଇ ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ ଓ ଅତାବିରା ବିଧାୟକ ଶ୍ରୀ ମହାନନ୍ଦଙ୍କୁ ସମ୍ବର୍ଦ୍ଧିତ କରିଥିଲେ l

ଫଟୋ – ଅତାବିରା ରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଉଛି l

ଏହି ଅବସରରେ ରାଜସ୍ବ ମନ୍ତ୍ରୀ ପୂଜାରୀ ତାଙ୍କ ଅଭିଭାଷଣରେ ଆସନ୍ତା ଡିସେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନଗୁଡିକୁ ନିଜସ୍ୱ ଜମି ପଟ୍ଟା ପ୍ରଦାନ କରାଯିବ ବୋଲି କହିଥିଲେ l ସେହିପରି ଆସନ୍ତା 2029 ସୁଦ୍ଧା ଓଡ଼ିଶାରେ ଆଉ କେହି ଭୂମିହୀନ ରହିବେ ନାହିଁ ବୋଲି କହିଥିଲେ l ସମସ୍ତ ଗରିବଙ୍କୁ ଯାହା ପାଖରେ ଜମି ବାଡ଼ି ନାହିଁ ସେହି ସମସ୍ତଙ୍କୁ ଜମି ଘର ଡିହ ପଟ୍ଟା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ l ରାଜସ୍ବ ସମ୍ପର୍କୀୟ ସମସ୍ତ ସମସ୍ୟାର ସମାଧାନ ଅତି ଶୀଘ୍ର ହେବ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ ପ୍ରକାଶ କରିଥିଲେ l ଉଭୟ ସଭା ମଞ୍ଚରେ ବରିଷ୍ଠ ଭାଜପା ନେତା ସୁରେଶ୍ୱର ଶତପଥି ମଧ୍ୟ ଉପସ୍ଥିତ ଥିବା ବେଳେ ଶେଷରେ ମହିଳା ମୋର୍ଚ୍ଚା ନେତ୍ରୀ ପ୍ରିୟ ଦର୍ଶିନୀ ଅର୍ଚନା ବାଗ ଧନ୍ୟବାଦ ଅର୍ପଣ କରିଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!